ଦୁର୍ଗାପୂଜା ପୂର୍ବରୁ ନବରାତ୍ରୀର ରହିଛି ବିଶେଷ ମହତ୍ୱ

ଦୁର୍ଗାପୂଜା ହିନ୍ଦୁମାନଙ୍କର ଏକ ବଡ ପର୍ବ ବୋଲି କୁହାଯାଏ। ଶାରଦୀୟ ନବରାତ୍ରୀ ସବୁଠାରୁ ଶୁଭ ବୋଲି ମଧ୍ୟ କୁହାଯାଏ। ବିଶେଷ କରି ଏହା ହିନ୍ଦୁମାନଙ୍କ ପାଇଁ ବିଶେଷ ମହତ୍ୱ ରଖିଥାଏ। ୯ ଦିନ ଧରି ଚାଲିଥିବା ଏହି ପର୍ବରେ ଦେବୀ ଦୁର୍ଗାଙ୍କର ୯ଟି ଭିନ୍ନଭିନ୍ନ ରୂପକୁ ପୂଜା କରାଯିବାର ବିଧି ରହିଛି। ନବରାତ୍ରୀ ପୂର୍ବଦିନ ଘଟ ସ୍ଥାପନା ବା କଳସ ସ୍ଥାପନା ଭାବେ ପୂଜା କରାଯାଇଥାଏ। ହିନ୍ଦୁ ଧର୍ମ ଅନୁଯାୟୀ ବର୍ଷକରେ ୪ଟି ନବରାତ୍ରୀ ପଡିଥାଏ। ହେଲେ ଶାରଦୀୟ ନବରାତ୍ରୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅନେକେ ମତ ଦିଅନ୍ତି। ସେହିପରି ଚୈତ୍ର ଓ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦ ପରେ ପଡୁଥିବା ନବରାତ୍ରୀ ମଧ୍ୟ ବେଶ୍‌ ଲୋକପ୍ରିୟ ବୋଲି କୁହାଯାଏ। ଏହାପରେ ଆଷାଢ ଓ ମାଘ ମାସରେ ମଧ୍ୟ ଆଉ ୨ଟି ନବରାତ୍ରୀ ପଡିଥାଏ। ଯାହାକୁ ଗୁପ୍ତ ନବରାତ୍ରୀ ବୋଲି କୁହାଯାଏ। ତନ୍ତ୍ର ସାଧନା ପାଇଁ ଏହା ଉପଯୁକ୍ତ ସମୟ ବୋଲି ବର୍ଣ୍ଣନା ରହିଛି। ତେବେ ସମସ୍ତ ନବରାତ୍ରୀ ମଧ୍ୟରୁ ଶାରଦୀୟ ନବରାତ୍ରୀ ଦେଶର କୋଣ ଅନୁକୋଣରେ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାବସୁଙ୍କ ବଂଶଜ ପୂଜୁଛନ୍ତି ଶ୍ରୀନୀଳମାଧବ, ବନଦୁର୍ଗା

ମହାକାଳପଡ଼ା, ୨୩ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବିଭିନ୍ନ ମଣ୍ଡପଗୁଡିକରେ ମା’ ଜଗତଜନନୀ ଦୁର୍ଗାପୂଜା, ପ୍ରଭୁ ନୀଳମାଧବ ଓ...

ହିନ୍ଦୁ ଓ ମୁସଲମାନ ଏକାଠି ପାଳନ୍ତି

ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ମାଣିକଗୋଡ଼ା ଗ୍ରାମ। ଏଠାରେ ନିଆରା ଢଙ୍ଗରେ ପାଳିତ ହୁଏ ଦଶହରା। ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ଏଠି ପାଳନ...

ଆଜି ମହାନବମୀ, ପୂଜା ପାଉଛନ୍ତି ମା’ ଦଶଭୁଜା

ଭୁବନେଶ୍ୱର,୨୩ା୧୦: ଆଜି ଅର୍ଥାତ୍‌ ସୋମବାର ମା’ ଦୁର୍ଗାଙ୍କ ମହାନବମୀ ପୂଜା। ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ସକାଳୁ ସକାଳୁ...

ଆଲୋକମାଳାରେ ଝଲସୁଛନ୍ତି ମା’

ଘସିପୁରା,୨୧ା୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ସମ୍ମୁଖରେ ପାଳିତ ହେଉଛି ଘସିପୁରା ସାର୍ବଜନୀନ ଦୁର୍ଗାପୂଜା। ଆୟୋଜକଙ୍କ ପକ୍ଷରୁ ପୂଜାମଣ୍ଡପ ରଙ୍ଗବେରଙ୍ଗର ଆଲୋକମାଳାରେ ସଜା ହୋଇଥିବା...

ଧୂମ୍‌ଧାମରେ ଚାଲିଛି ମା’ଙ୍କ ପୂଜା

ଛତ୍ରପୁର,୨୧ା୧୦(ଦିଲ୍ଲୀପ ସାମଲ): ଧରାବତରଣ କରିଛନ୍ତି ମା’ ଜଗତ୍‌ଜନନୀ ଦୁର୍ଗା l ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କୁ ପୂଜା କରାଯାଉଛି। ଶନିବାର ମା’ଙ୍କର ସପ୍ତମୀ ପୂଜା ଚାଲିଛି।...

ପଳାଶୁଣୀରେ ଲକ୍ଷ୍ମୀନାରାୟଣ ମନ୍ଦିର ତୋରଣ

ଭୁବନେଶ୍ୱର,୧୬।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଦୁର୍ଗା। ରବିବାରଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଥିବାବେଳେ ଦୁର୍ଗାପୂଜା ପାଇଁ ଆୟୋଜକମାନେ...

ବିଦାୟ ନେଲେ ଜଗଜ୍ଜନନୀ

ଅନୁଗୋଳ ଅଫିସ/ ବଇଣ୍ଡା/ ବଅଁରପାଳ/ କଣିହାଁ / ଛେଣ୍ଡିପଦା, ୭।୧୦(ଡି.ଏନ.ଏ): ଅନୁଗୋଳ ସହରରେ ଧୁମ୍‌ଧାମରେ ପୂଜା ପାଳନ ପରେ ଗୁରୁବାର ମା’ ଦୁର୍ଗାଙ୍କୁ ବିଦାୟ ଦିଆଯାଇଛି।...

ବର୍ଷାରେ ମା’ଙ୍କୁ ମେଲାଣି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଭକ୍ତଙ୍କୁ ଦର୍ଶନ ଦେବା ସହ ମହିଷାସୁର ରୂପକ ପାପୀଙ୍କୁ ସଂହାର କରି ମେଲାଣି ନେଇଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ମା’ଙ୍କ ଆଶିଷ ନେଇ ଭକ୍ତମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri