ଦୁଖିକଁର ପିଛା ନାଇଁ ଛାଡ଼ବାର ଦୁଖ୍‌

ଲୋଇସିଂହା,୧୬।୯(ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗାଁର ଦୁଖି ପଧାନ(୪୫)।  ଟଁକା ପଏସା ଅଭାବୁ ମାଏକିନାର ପଥରୀ ରୋଗ୍‌ର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ଫେର ଲଗେତ୍‌ ବରଷା ତାକର ପାରିବାରିକ୍‌ ଜୀବନକେ ଦୁହୁଲେଇ ଦେଇଛେ। ବରଷାରେ ତାକର ଘରଟା ଭାଂଗି ଯାଇଛେ। ଇଥ୍‌ରେ ତାକର ୫ ବଛର୍‌ର ପୁଓର ଗୋଡ଼ ଭାଂଗି ଯାଇଛେ। ଗୁଟେ ପରେ ଗୁଟେ ବିପଦ୍‌ ପରିବାରର ପିଛା ନାଇଁଛାଡ଼ବାର। ହେଲେ ଦୁଖର କଥା ଏବ୍‌ତକ ଇ ପରିବାରଟା ସରକାରୀ ସାହାଯ୍‌ରୁ ବଁଚିତ୍‌ ହେଇ ରହିଛନ୍‌।
ସୂଚନା ଅନ୍‌ସାରେ ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଁଚେତ୍‌ ସଦର ଗଁାର ସ୍ବର୍ଗତ ବିରଞ୍ଚତ୍ ପଧାନ, ମା’ ବେଦ ପଧାନକଁର ୫ ପୁଓ ଭିତରୁ ଦୁଖି ସମକିରନୁ ସାନ। ଏହେଦେ ଦୁଖିକଁର ପରିବାର କହେଲେ ମାଏକିନା ଭାରତୀ, ଝି’ ଶ୍ରାବଣୀ(୮), ପୁଓ ସାହିଲ(୫)କେ ନେଇ ତାକର ସଁସାର। ଗଁାର ଜଗନ୍ନାଥ ଗୁଡ଼ି ପାସେ ତାକର ଘର ରହିଛେ। କୁଲିମଜୁରି କରି ଦୁଖି ୪ ପରାନୀ କୁଟୁମ ପୁଷୁଛନ୍‌। ହେଲେ ବଛ୍‌ରେ ତଲେ ମାଏକିନା ଭାରତୀର ପେଟ ବଥେଇଥିଲା। ଡାକ୍‌ତରୀ ଚିକିଛା ଉତାରୁ ସେ ପଥରୀ ରୋଗ୍‌ରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ଲାଗ୍‌ବରମସ୍‌ କରି ଭାରତୀକଁର ଅପରେଶନ କରବାର ଯୋଜନା କରିଥିଲେ। ହେଲେ ଗଲା ଅଗଷ୍ଟ ୧୨, ୧୩ ତାରିଖରେ ହେଇଥିବାର ବରଷା ତାକର ସବୁ ଭାବନାକେ ଉଲଟପାଲଟ କରିଦେଲା। ୧୩ ତାରିଖ ସଖାଲେ ପୁଓ ବାରନ୍‌ଡାରେ ଶୌଚ ହେଲାବେଲେ ହଠାତ୍‌ ଘରଟା ଭୁଷ୍‌ଲି ଯାଇଥିଲା। ଘରର ଗୁଟେ ଉରା ଛିଟ୍‌କି ସାହିଲର ଡେବ୍‌ରି ଗୁଡ଼େ ବାଜିଥିଲା। ଇଥ୍‌ରେ ସାହିଲକଁର ଡେବ୍‌ରି ଗୋଡ଼ ଭାଂଗି ଯାଇଛେ। ବଲାଙ୍ଗୀର ଭୀମଭୋଇ ମେଡିକାଲରେ ତାହାକୁ ଚିକିଛା କରି ଏଭେ ଘରକେ ଆନିଛନ୍‌। ଇଆଡ଼େ ବରଷାରେ ଘରଟା ଭାଂଗି ଯିବାର ଲାଗି ପରିବାରଟା ବାସହରା ହେଇଯାଇଛନ୍‌। ଏନ୍‌ତାଥି କୁଟୁମବସିଆ ଗଁାରେ ଝନ୍‌କର ଘରେ ଭଡ଼ାରେ ରହୁଛନ୍‌। ଅଲପ୍‌ ରୁଜଗାରରେ ମାଏକିନା ଆର ପୁଓର ଚିକିଛା ଖରଚ୍‌ ତୁଲାବାର ଦୁଖିର ପକ୍ଷେ ସମ୍‌ଭବ ନୁହେ। ଇଆଡ଼େ ମାସ୍‌ ପୂରଲେ ଘରଭଡ଼ା ଦେବାକେ ପଡ଼ୁଛେ, ଯେନ୍‌ଟା ବୋଝ୍‌ ଉପରେ ଲଲିତା ବିଡା ସାଜୋ ହେଇଛେ। ଘର ଭାଂଗ୍‌ଲା ଉତାରୁ ତହସିଲ ତରଫୁ ସରକାରୀ ସାହାଯ୍‌ ହିସାବେ ପଲିଥିନ୍‌ ଖଁଡ଼େ ପାଇଥିବାର ଦୁଖି କହିଛନ୍‌। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ଚିକିଛା ସାହାଯ୍‌ ସଂଗେ ଆବାସ ଯୋଜନାରେ ଘର ଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri