ଦୁଇ ବାଇକ୍‌ ଓ ଇଣ୍ଡିଗୋକୁ ଧକ୍କା ଦେଲା ଟ୍ରକ, ଜଣେ ଗୁରୁତର

ନୂଆଗାଁ,୨୬ା୫(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁରଠାରେ ରବିବାର ପୂର୍ବାହ୍ନରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁଇଟି ବାଇକ ଓ ଗୋଟିଏ ଇଣ୍ଡିଗୋକୁ ଧକ୍କାଦେଇଥିଲା। ଫଳରେ ଚାରି ଜଣ ଆହତ ହେବା ସହ ଜଣେ ମହିଳା ଗୁରୁତର ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନରେ ଶିଖରଗୋଛା ଗ୍ରାମର ଧନିଆ ନାୟକ ସ୍ତ୍ରୀ ରେବତୀଙ୍କୁ ବାଇକ ଓଡି ୨୫ ଜି ୫୬୬୨ରେ ବସାଇ ନୂଆଗାଁରୁ ନୟାଗଡ଼ ଅଭିମୁଖେ ଯାଉଥିଲେ। ଏହି ସମୟରେ ଛତିଶଗଡ଼ରୁ ନୟାଗଡ଼ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ମହିପୁର ରାମଚଣ୍ଡୀ ମନ୍ଦିର ନିକଟରେ ଧନିଆଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଉଭୟ ସେଠାରେ ପଡ଼ିଯାଇଥିଲେ। ସେଠାରୁ ଟ୍ରକଟି ଖସି ଯିବାକୁ ଉଦ୍ୟମ କରିବାବେଳେ ଭାଟସାହିର ଅନ୍ତର୍ଯ୍ୟାମୀ ଭଟ୍ଟ ସ୍ତ୍ରୀଙ୍କୁ ନେଇ ଶ୍ୱଶୁର ଘର ଭିରୁଡ଼ାରୁ ନିଜ ଘରକୁ ବାଇକ ନଂ ଓଡି୨୫ ସି ୫୨୫୮ରେ ଯାଉଥିବାବେଳେ ଧକ୍କା ଦେଇଥିଲା । ବାଇକ ଚାଳକ ଓ ତାଙ୍କ ସ୍ତ୍ରୀ ଦୂରକୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ପୁନର୍ବାର ସେଠାରୁ ଟ୍ରକ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ମହିପୁର ଛକ ନିକଟରେ ଏକ ଇଣ୍ଡିଗୋ କାରକୁ ଧକ୍କା ଦେଇଥିଲା। ଫଳରେ କାର ଚାଳକ ଆହତ ହୋଇଥିଲେ। ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଟ୍ରକଟିକୁ ଅଟକାଇ ଥିଲେ । ଏହାପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ରେବତୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏପରି ତିନୋଟି ଦୁର୍ଘଟଣା ଘଟାଇ ଟ୍ରକଟି ଖସି ଯିବାକୁ ଉଦ୍ୟମ କରୁଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ନୂଆଗାଁ ଆଇଆଇସି ମନୋରମା ମଲିକ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଚାଳକଙ୍କୁ ଉଦ୍ଧାର କରି ଦୁଇଟି ବାଇକ, ଇଣ୍ଡିଗୋ ଓ ଟ୍ରକକୁ ଜବତ କରିବା ସହ ଟ୍ରକ ଡାଇଭରକୁ ଥାନାରେ ଅଟକ ରଖିଛନ୍ତି। ଦୁର୍ଘଟଣା ବିଷୟରେ ଟ୍ରକ ଡ୍ରାଇଭର ଦୀପୁ ନାୟକକୁ ପଚାରିବାରୁ ଟ୍ରକଟିର ବ୍ରେକ ଫେଲ୍‌ ହୋଇଯିବାରୁ ଏପରି ଘଟିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ବର୍ଷା ବିପତ୍ତି: ରାତ୍ରି ଭୋଜନ କରୁଥିବା ବେଳେ ଘର ଉପରେ ଭାଙ୍ଗିପଡ଼ିଲା ବିରାଟ ପଣସ ଗଛ, ଭୟଙ୍କର ଦୁର୍ଘଟଣାରେ…

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଚୋବରୀ ଗ୍ରାମରେ ଏକ ବଡ଼ ବିପତ୍ତି…

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ପୁରୀ ଶ୍ରୀକ୍ଷେତ୍ରରୁ ଭଟଲି ଆସିବ ତିନି ରଥର ଚକ; ସ୍ୱାଗତ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀଶ୍ରୀ ଦଧିବାମନ ଧାମ, ଭଟଲି ପାଇଁ ଏକ ଗୌରବମୟ ତଥା ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ପୁରୀ…

ନିଟ୍-୨୦୨୬ରେ ଚମକିଲେ କୋରାପୁଟର ପୂଜ୍ୟମ ରାଜ, ସର୍ବଭାରତୀୟ ସ୍ତରରେ ରଖିଲେ…

କୋରାପୁଟ, ୧୭।୭ (ଅମିତାଭ ବେହେରା): ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (NEET-2026) ରେ କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ ଫ୍ୟୁଜନ୍ ୱର୍ଲ୍ଡ ସ୍କୁଲର…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri