Posted inଜାତୀୟ

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନ: ଏବିଭିପି ହାତରେ ୩ ପଦବୀ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଆର୍‌ଏସ୍‌ଏସ୍‌ ସ୍ବୀକୃତିପ୍ରାପ୍ତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରାର୍ଥୀ ସଭାପତି ସମେତ ୩ଟି ପଦବୀରେ ବିଜୟୀ ହୋଇଥିବାବେଳେ ସମ୍ପାଦକ ପଦବୀରେ କଂଗ୍ରେସ ସମର୍ଥତ୍ତ ଏନ୍‌ଏସ୍‌ୟୁଆଇ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭୋଟଗଣତି ହେଉଥିବା କିଙ୍ଗ୍‌ସଓ୍ବେ କ୍ୟାମ୍ପ ବାହାରେ ସମର୍ଥକମାନେ ଢ଼ୋଲ ବଜାଇ ନାଚି ବିଜୟ ଉତ୍ସବ ମନାଇଛନ୍ତି। ବିଶ୍ୱବିଦ୍ୟାଳୟର ଆର୍ଟ ଫାକଲ୍ଟିରୁ ବିଜୟୀ ପ୍ରାର୍ଥୀଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା।
ଏବିଭିପିର ଅକ୍ଷିତ ଡାହିୟା ଛାତ୍ରସଂସଦ ସଭାପତି ନିର୍ବାଚିତ ହୋଇଛନ୍ତି। ସେ ଭାରତର ଜାତୀୟ ଛାତ୍ର ୟୁନିୟନ (ଏନ୍‌ଏସ୍‌ୟୁଆଇ) ପ୍ରାର୍ଥୀ ଚେତନା ତ୍ୟାଗୀଙ୍କୁ ୧୯ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ହରାଇଛନ୍ତି। ଉପସଭାପତି ଓ ଯୁଗ୍ମ ସମ୍ପାଦକ ପଦବୀରେ ଏବିଭିପିର ପ୍ରଦୀପ ତନଓ୍ବାର ଓ ଶାବାଙ୍ଗୀ ଖରଓ୍ବାଲ ବିଜୟୀ ହୋଇଛନ୍ତି। ଏନ୍‌ଏସୟୁଆଇର ସମ୍ପାଦକ ପ୍ରାର୍ଥୀ ଆଶିଷ ଲାମ୍ବା ଏବିଭିପି ପ୍ରାର୍ଥୀ ଯୋଗୀ ରାଠିଙ୍କୁ ୨୦୫୩ ଭୋଟରେ ପରାଜିତ କରିଛନ୍ତି। ଗୁରୁବାର ହୋଇଥିବା ଛାତ୍ରସଂସଦ ନିର୍ବାଚନରେ ୩୯.୯୦ ପ୍ରତିଶତ ମତଦାନ ହୋଇଥିଲା, ଯାହା ଗତବର୍ଷ ତୁଳନାରେ ୪ ପ୍ରତିଶତ କମ୍‌ ଥିଲା। ଇଭିଏମ୍‌ରେ ଜାଲିଆତି ଅଭିଯୋଗ ହୋଇଥିଲା। ୧.୩ ଲକ୍ଷ ଭୋଟରଙ୍କ ପାଇଁ ୫୨ ଭୋଟଗ୍ରହଣ କେନ୍ଦ୍ର କରାଯାଇଥିଲା। ୪ ଛାତ୍ରୀଙ୍କ ସମେତ ୧୬ ଜଣ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri