ଦିଲ୍ଲୀରୁ ୧.୨ କୋଟି ଟଙ୍କାର ସିଗାରେଟ୍‌ ଜବତ: ଚୋରି ଉପକରଣ ରଖି ୨ ଜଣ ଜେଲ ଗଲେ

ଖୋର୍ଦ୍ଧା ଅଫିସ/ଟାଙ୍ଗୀ,୫ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ପୋଲିସ ଜିଲା ଟାଙ୍ଗୀ ଥାନା ଉଗ୍ରତାର ଛକଠାରୁ ଲୁଟ୍‌ ହୋଇଥିବା ୧.୨ କୋଟି ଟଙ୍କାର ସିଗାରେଟ୍‌ ଦିଲ୍ଲୀରୁ ଜବତ ହୋଇଛି। ତେବେ ଦୁର୍ବୃତ୍ତମାନେ ଧରା ପଡି ନ ଥିବାବେଳେ ଚୋରି ଉପକରଣ ରଖି ଦିଲ୍ଲୀର ୨ଜଣ ବ୍ୟବସାୟୀ ଫସିଛନ୍ତି। ଖୋର୍ଦ୍ଧାର ୩ ଜଣିଆ ସ୍କ୍ବାଡ ଏହି ଦୁଇ ବ୍ୟବସାୟୀଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ମଧ୍ୟପ୍ରଦେଶ ଇନ୍ଦୋର ଜିଲା ଚନ୍ଦନନଗର ଥାନା ସେକ୍ଟର ବି ଘର ନଂ. ୧୭୩୨ର ଅମିତ୍‌ ଚୋପ୍ରା(୩୭) ଓ ଭାବରକୁଅଁା ଥାନା କୌଶଲ୍ୟାପୁରୀ ନେମାମ୍ବର ରୋଡର ଅମିତ ଚୌଧୁରୀ(୪୦)ଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ଖୋର୍ଦ୍ଧା ପୋଲିସ ମୁଖ୍ୟାଳୟରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଅଜେୟ ପ୍ରସାଦ ସ୍ବାଇଁ ଏହି ସୂଚନା ଦେଇଛନ୍ତି।
ନଭେମ୍ବର ୪ ସନ୍ଧ୍ୟାରେ ଟାଙ୍ଗୀ ଥାନା ୧୬ ନଂ. ଜାତୀୟ ରାଜପଥର ଉଗ୍ରତାରା ଛକରୁ କଣ୍ଟେନର ସହ ୩୨୦ କାର୍ଟୁନ ସିଗାରେଟ୍‌ ଲୁଟ୍‌ ହୋଇଥିଲା। ଏହାର ଦାମ ୧ କୋଟି ୪୭ ଲକ୍ଷ ୪୦ ହଜାର ୧୩୦ ଟଙ୍କା ହେବ। ଯାହାକି ହାଇଦ୍ରାବାଦରୁ କଲିକତା ଯାଉଥିଲା। ୮ ଲୁଟେରା ୧୦ ଚକିଆ ଟ୍ରକକୁ ସିଗାରେଟ୍‌ ବୋଝେଇ ଟ୍ରକ ସମ୍ମୁଖରେ ରଖି ଅଟକାଇଥିଲେ। ପରେ ଡ୍ରାଇଭର ସହ ସିଗାରେଟ୍‌ ବୋଝେଇ କଣ୍ଟେନରକୁ ହାଇଯାକ୍‌ କରିଥିଲେ। କିଛି ବାଟ ଯିବା ପରେ ଉଗ୍ରତାର ଜଙ୍ଗଲର ଏକ ଗଛରେ ଡ୍ରାଇଭରଙ୍କୁୁ ବାନ୍ଧି ଦେଇଥିଲେ। କଣ୍ଟେନରରୁ ୩୨୦ କାର୍ଟୁନ ସିଗାରେଟ୍‌ କାଢ଼ି ନିଜେ ଆଣିଥିବା ୧୦ ଚକିଆ ଟ୍ରକରେ ଲୋଡ ପରି ଚାଲି ଯାଇଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ଆସି ପୋଲିସକୁ ଜଣାଇଥିଲେ। ଲୁଟ୍‌ ପରେ ଜିଓ ଫାଷ୍ଟ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜର ସନ୍ଦୀପ କସେରାଙ୍କ ଅଭିଯୋଗକ୍ରମେ ପୋଲିସ ଦଫା ୩୯୫ ଆଇପିସିରେ ନଂ. ୩୨୫/୧୯ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ଲୁଟ୍‌ର ପର୍ଦ୍ଦାଫାଶ ଓ ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଏକ ୩ ଜଣିଆ ଟିମ୍‌ ଗଠନ କରାଯାଇଥିଲା। ଏଥିରେ ବାଲୁଗଁା ଏସ୍‌ଡିପିଓ, ଆଇଆଇସି ଟାଙ୍ଗୀ ଓ ସାଇବର କନଷ୍ଟେବଳ ଗହୁରୁଦ୍ଦିନ ଖାନ ସାମିଲ ହୋଇ ଲୁଟ୍‌ର ଧରପଗଡ କାର୍ଯ୍ୟରେ ଲାଗି ପଡିଥିଲେ। ଟିମ୍‌ ଇନ୍ଦୋରସ୍ଥିତ ପୀତାମ୍ବର ରାମ ରତନ ପଟେଲ କଲୋନୀରୁ ଅମିତ୍‌ ଚୋପ୍ରା ଓ ଅମିତ୍‌ ଚୌଧୁରୀ ଭଡାରେ ନେଇଥିବା ଗୋଦାମରୁ ୧୦ ଲକ୍ଷ ଟଙ୍କା ସହ ଚୋରି ଯାଇଥିବା ୨୩୮ କାଟୁନ ସିଗାରେଟ୍‌ ଜବତ କରିଥିଲେ। ତଦନ୍ତରୁ ସିଗାରେଟ୍‌ ବିକ୍ରି ଅର୍ଥ ୧୦ ଲକ୍ଷ ଟଙ୍କା ସହ ସିଗାରେଟ୍‌ ମିଶି ଦୁଇ ବ୍ୟବସାୟୀଙ୍କଠାରୁ ୧ କୋଟି ୨ ଲକ୍ଷ ୮ ହଜାର ୧୭୫ ଟଙ୍କା ଜବତ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri