ଦିବ୍ୟାଙ୍ଗ ପ୍ରମାଣପତ୍ର ଥାଇ ମିଳୁନି ସୁବିଧା

ଫିରିଙ୍ଗିଆ,୧୧ା୯: ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତ ପିଡିଆଗୁଡା ଗ୍ରାମର ଶଙ୍କର ବଗାର (୩୫)ଙ୍କ ଗୋଡ ଅଚଳ ା ଏଥିପାଇଁ ତାଙ୍କୁ ମିଳିଛି ଦିବ୍ୟାଙ୍ଗ ପ୍ରମାଣପତ୍ର। ହେଲେ ସରକାରୀ ସୁବିଧା ମିଳୁନାହିଁ ା ଚାଉଳ, ଭତ୍ତା କି ଆବାସ ଯୋଜନାରେ ଘର ଖଣ୍ଡେ ବି ପାଇନାହାନ୍ତି ଶଙ୍କର। ସହାୟତା ପାଇଁ ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡି ନୟାନ୍ତ ହେଲେଣି। ପରିବାର ଚଳାଇବା ତାଙ୍କପକ୍ଷେ କଷ୍ଟକର ହୋଇପଡିଛି ା ସେ ପିଲାବେଳୁ ଠିକ୍‌ ଥିଲେ ା ବାହାଘର ସରି ତାଙ୍କର ଗୋଟିଏ ଝିଅ ଅଛି ା ଗତ ୨ ବର୍ଷ ତଳେ ହଠାତ ଡାହାଣ ଆଣ୍ଠୁ ବ୍ୟଥା ହେବାରୁ ଡାକ୍ତର ପରାମର୍ଶ କରି ବହୁ ଔଷଧ ଖାଇଲେ। କିଛି ଫଳ ମିଳିଲା ନାହିଁ ା ଗୋଡ କ୍ରମଶଃ ଅଚଳ ହୋଇପଡିବାରୁ ବାଡି ଧରି ଛୋଟେଇ ଚାଲୁଛନ୍ତି। ତାଙ୍କୁ ସରକାରଙ୍କ ପକ୍ଷରୁ ୨୦୧୮ ଡିସେମ୍ବର ୧୫ରୁ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଛି ା ଯେଉଁଥିରେ ସେ ୫୦ ପ୍ରତିଶତ ଦିବ୍ୟାଙ୍ଗ ବୋଲି ଉଲ୍ଲେଖ ରହିଛି। ଏହାସତ୍ତ୍ୱେ ସରକାରୀ ସହାୟତା ମିଳିନି। ଶଙ୍କର କାମଧନ୍ଦା କରି ପାରୁନାହାନ୍ତି। ଜମିବାଡି ନାହିଁ ା ଅନ୍ୟ ଜଣଙ୍କ ଜାଗାରେ ଚାଳ ଘରଟିଏ କରି ରହିଛନ୍ତି। ଡିମିରିଗୁଡା ଛକରେ ସେ ଏକ ଜଳଖିଆ ଦୋକାନ କରିଛନ୍ତି। ଦୋକାନ ଘର ପାଇଁ ମାସକୁ ୫୦୦ ଟଙ୍କା ଭଡା ଦେବାକୁ ପଡୁଛି ବୋଲି କହିଛନ୍ତି। ବିଡିଓ ପ୍ରବୀଣ କୁମାର ବାଣୁଆଙ୍କୁ ପଚାରିବାରୁ, ଦିବ୍ୟାଙ୍ଗ ପ୍ରମାଣପତ୍ର ଥିଲେ ସବୁ ସୁବିଧା ମିଳିବା କଥା, କ’ଣ ଅସୁବିଧା ହୋଇଛି ବୁଝି ପଦକ୍ଷେପ ନେବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୨ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri