ଦିନରେ ଗରମ, ଅପରାହ୍ନରେ ଝଡ଼ତୋଫାନ

ଭଞ୍ଜନଗର,୧।୬(ଡି.ଏନ.ଏ.)-ଶୁକ୍ରବାର ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୪୨ ଡ଼ିଗ୍ରୀ ଥିଲା। ପ୍ରବଳ ଗରମ ଯୋଗୁ ମଧ୍ୟାହ୍ନରେ ରାସ୍ତାଘାଟ ଶୁନଶାନ୍‌ ହୋଇପଡ଼ିଥିଲା। ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡୁଥିବାବେଳେ ଲୋ ଭୋଲଟେଜ୍‌ ଯୋଗୁ ଏସି ମଧ୍ୟ ଦିନବେଳେ ଠିକ୍‌ ଭାବେ ଚାଲୁନାହିଁ। ଅପରପେକ୍ଷ ବିଗତ କିଛିଦିନ ହେବ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଝଡ଼ତୋଫାନ ଆସୁଛି। ଶୁକ୍ରବାର ମଧ୍ୟ ଝଡ଼ତୋଫାନ ହୋଇଥିଲା। ଏହାର ପ୍ରଭାବରେ କେତକ ଅଞ୍ଚଳରେ ବର୍ଷା ହୋଇଛି। ଅପରାହ୍ନରେ ପାଗ ବଦଳିବା ପରେ ଲୋକେ ଗରମରୁ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରୁଛନ୍ତି। ଗରମକୁ ଦେଖି ରୋଟାରୀ କ୍ଲବ ପକ୍ଷରୁ କିଛିଦିନ ପୂର୍ବେ ଲେପୋର୍ସି କଲୋନୀରେ ପଙ୍ଖା ବଣ୍ଟନ କରାଯାଇଥିଲା। ଶୁକ୍ରବାର ମଧ୍ୟ କ୍ଲବ ପକ୍ଷରୁ ଥାନା ସମ୍ମୁଖରେ ଥଣ୍ଡା ପାନୀୟ ଜଳ ମେଶିନ ସ୍ଥାପନ କରାଯାଇଥିଲା। ଥାନା ଏବଂ ତହସିଲ ଅଫିସ, ବସ୍‌ଷ୍ଟାଣ୍ଡକୁ ଆସୁଥିତ୍ବା ଯାତ୍ରୀମାନେ ୨୪ ଘଣ୍ଟିଆ ପାଣି ସୁବିଧା ପାଇପାରିବେ। ଆମ ପୋଲିସି ସମିତି ଓ ଆନ୍ଧ୍ରବ୍ୟାଙ୍କ ଏଥିରେ ସହାୟତା ପ୍ରଦାନ କରିଥିଲେ। ଆମ ପୋଲିସ ସମିତି ଏହାର ବାର୍ଷିକ ରକ୍ଷାଣବେକ୍ଷଣ ଦାୟିତ୍ୱ ନେବ। ଆୟୋଜିତ ଉତ୍ସବରେ ଏସ୍‌ଡ଼ିପିଓ ଶୁଭ୍ରାଶୁଂ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥଣ୍ଡା ପାନୀୟ ଜଳ ମେଶିନର ଉଦ୍‌ଘାଟନ କରିଥିଲେ। ରୋଟାରୀ କ୍ଲବ ସଭାପତି ରବୀନ୍ଦ୍ର ନାଥ ପାଣିଗ୍ରାହୀ, ସମ୍ପାଦକ ବସନ୍ତ ପାତ୍ର, ଥାନା ଅଧିକାରୀ ସୁଦୀପ୍ତ ସାହୁ, ଆନ୍ଧ୍ରବ୍ୟାଙ୍କ ପରିଚାଳକ ଅଜୟ କୁମାର ଗୁପ୍ତା, ଶିକ୍ଷକ ନେତା ଜଗବନ୍ଧୁ ଜେନା, ଆମ ପୋଲିସି ସମିତି ସଭ୍ୟ କୃତିବାସ ବିଶ୍ୱାଳ, ଅନୁପମ ବାନାର୍ଜି, ଶୁଳପାଣି ଶତପଥୀ, ବିଶ୍ୱଜିତ୍‌ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri