Posted inଫୁରସତ

ଦାମୀ ଛତା

ବର୍ଷାର ସାଥୀ ଛତା। ତେବେ କିଛି ଛତା ଅଛି, ଯାହା ବର୍ଷାରୁ ସୁରକ୍ଷା ପ୍ରଦାନ କରିବା ସହ ଷ୍ଟାଟସ୍‌ର ପ୍ରତୀକ ସାଜିଥାଏ । କାରଣ ସେସବୁର ମୂଲ୍ୟ ହୋଇଥାଏ ଆକାଶଛୁଆଁ । ସେମିତି କିଛି ଦାମୀ ଛତା ସମ୍ପର୍କରେ…
ବିଲିୟନେର୍‌ କୁଚର୍‌ସ କ୍ରୋକୋଡାଇଲ୍‌ ସ୍କିନ୍‌ ଛତା- ପ୍ରସିଦ୍ଧ ବିଲିୟନେର କୁଚର୍‌ କମ୍ପାନୀ ଦ୍ୱାରା ନିର୍ମିତ ଉକ୍ତ ଛତା ଉଚ୍ଚମାନର କଳା ରଙ୍ଗର ଓ୍ବାଟର ରେଜିଷ୍ଟାଣ୍ଟ କୁମ୍ଭୀର ଚମଡାରେ ତିଆରି। ଏହାର ମୂଲ୍ୟ ହେଉଛି ୧୫୦୦୦ ଡଲାର।
ବ୍ରିଲାଣ୍ଟ ଲକ୍ସସ୍‌ ସ୍କ୍ରିମ୍‌ କ୍ରକ୍‌ ଛତା- ଏହି ଛତାର କପଡାଟି ପିୟୋର୍‌ ସିଲ୍କରେ ତିଆରି। ହ୍ୟାଣ୍ଡେଲରେ କଳା ଓ ବାଦାମୀ ରଙ୍ଗର କୁମ୍ଭୀର ଚମଡାର ଆବରଣ ରହିଛି। ଛତାର ମୂଲ୍ୟ ହେଉଛି ୧୬୩୦ ଡଲାର।
ସ୍ବେନ୍‌ ଅଡେନି ବ୍ରିଗ୍‌ ମେନ୍‌ର ମଲାକା ଫ୍ଲାସ୍କ ଛତା- ବ୍ରିଟିଶ କମ୍ପାନୀ ସ୍ବେନ୍‌ ଅଡେନିର ଏହି ଛତାର ପ୍ରବଳ ପବନ ଓ ବର୍ଷା ସହିବାର କ୍ଷମତା ରହିଛି। ଏହାର ହ୍ୟାଣ୍ଡେଲ ଓଭେନ୍‌ ସିଲ୍କରେ ତିଆରି। କଳାରଙ୍ଗର ଏହି ଛତାରେ ରୟାଲ୍‌ କଲାର ଓ୍ବାରେଣ୍ଟ ରହିଛି, ଯାହାକି ରୁପାରେ ତିଆରି। ଉକ୍ତ ଛତାର ମୂଲ୍ୟ ୧୨୭୦ ଡଲାର।
ସ୍କିର୍ମ ଓଏରଟେଲ୍‌ ବ୍ରିଗ୍‌ ଚେରି ରିଅଲ୍‌ ସିଲ୍କ ଛତା- ଏହି ଛତାର କପଡା ବି ପିୟୋର୍‌ ସିଲ୍କରେ ତିଆରି। ଫ୍ରେମ୍‌ଟି ଉଚ୍ଚମାନର ଷ୍ଟିଲରେ ନିର୍ମିତ। ଏହାର ହ୍ୟାଣ୍ଡେଲରେ ଷ୍ଟର୍ଲିଂ ସିଲ୍‌ଭର୍‌ର ରୟାଲ୍‌ ଓ୍ବାରେଣ୍ଟ କଲାର୍‌ ହଲ୍‌ମାର୍କ ରହିଛି। ପ୍ରିନ୍ସ ଅଫ୍‌ ଓ୍ବେଲ୍ସଙ୍କ ଚିହ୍ନ ରହିଛି। ଏହାର ମୂଲ୍ୟ ହେଉଛି ୯୨୦ ଡଲାର।
ବରବରୀ ନୁବକ୍‌ ଅଷ୍ଟ୍ରିଚ୍‌ ହ୍ୟାଣ୍ଡଲ ଛତା- ଗାଢ଼ ନୀଳ ରଙ୍ଗର ଏହି ଛତାର କପଡ଼ା କଟନ ଓ ପଲିଷ୍ଟର ମିଶ୍ରିତ ଅଟେ। ଆଉ ହ୍ୟାଣ୍ଡେଲରେ ଅଷ୍ଟ୍ରିଚ୍‌ ବା ଓଟପକ୍ଷୀର ଚମଡାର ଆବରଣ ରହିଛି। ଏହି ଛତାର ଷ୍ଟିଚିଂ ବି ଖାସ୍‌ ଅଟେ। ପୁସ୍‌ ବଟନ ଓ ପ୍ରେସ୍‌ ଷ୍ଟଡ ଟ୍ୟାବ କ୍ଲୋଜର୍‌ରେ ବି ଓଟପକ୍ଷୀ ଚମଡାର ଆବରଣ କରାଯାଇଛି। ଏହାର ମୂଲ୍ୟ ହେଉଛି ୮୫୦ ଡଲାର।
ମାରିଓ ଟାଲାରିକୋ ହର୍ନ ଇଗଲ୍‌ ଛତା- ଇଟାଲିର ନାପଲ୍ସରେ ନିର୍ମିତ ଉକ୍ତ ଛତାର ବେଣ୍ଟ ଛଞ୍ଚାଣର ମୁଣ୍ଡ ଭଳି ହୋଇଥାଏ। ଏହା ପଲିସ୍‌ଡ ବୋନ୍‌ରେ ନିର୍ମିତ। ଏହାର ମୂଲ୍ୟ ୬୫୦ ଡଲାର।
ଆଲେକଜାଣ୍ଡର ମାକ୍‌କୁଇନ୍‌ ସ୍କଲ ହ୍ୟାଣ୍ଡେଲ ଛତା- ଏହି ବ୍ରାଣ୍ଡର ଛତା ସାରା ପୃଥିବୀରେ ପରିଚିତ। ଏହା ଷ୍ଟାଇଲିଶ୍‌ ହେବା ସହ ଭଲ କ୍ୱାଲିଟିର ଅଟେ। କଳା ଓ ବାଇଗଣୀ ରଙ୍ଗରେ ଆସୁଥିବା ଉକ୍ତ ଛତାର ବେଣ୍ଟରେ ଖପୁରି ଚିହ୍ନ ଥାଏ। ଏହାର ମୂଲ୍ୟ ୫୬୫ ଡଲାର।
ସ୍ବରଭୋସ୍କି କ୍ରିଷ୍ଟାଲ ଖଚ୍ଚିତ ପସୋତି ଇଟାଲୀୟ ଛତା- ଇଟାଲିର ଏର୍ନେଷ୍ଟା ପସୋତି ହେଉଛନ୍ତି ଏହି ଦାମୀ ବ୍ରାଣ୍ଡ ଛତା କମ୍ପାନୀର ପ୍ରତିଷ୍ଠାତା। ଏଠାରେ ସବୁଠାରୁ ଫାଇନ୍‌ ଇଟାଲୀୟ ଫ୍ୟାବ୍ରିକ୍‌, କାଠ ଓ ପିତ୍ତଳରେ ସୁନ୍ଦର ହାତ ତିଆରି ଛତା କରାଯାଏ। ତେବେ ଏହି ଛତା, ଯାହାର ମୂଲ୍ୟ ୩୬୦ ଡଲାର। ଏଥିରେ ଉଚ୍ଚମାନର ଇଟାଲୀୟ କପଡ଼ା ବ୍ୟବହାର ହୋଇଛି। ତା’ସହ କପଡା ଓ ହ୍ୟାଣ୍ଡେଲକୁ ସ୍ବରଭୋସ୍କି କ୍ରିଷ୍ଟାଲରେ ସଜାଯାଇଛି। ଯଦ୍ଦ୍ବାରା ଛତାଟି ଲାଗେ ବେଶ୍‌ ଆକର୍ଷକ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri