Posted inଫୁରସତ

ପ୍ରଥମ ଦରମାରେ ରୋଗୀଣା ଶିଶୁକୁ ଖାଇବାକୁ ଦେଇଥିଲି

ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ ଡା. ରମାରମଣ ଷଡ଼ଙ୍ଗୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
କଟକ ଜିଲାର ମଧ୍ୟକଚ୍ଛରେ ଆମ ଗାଁ ହୋଇଥିଲେ ହେଁ ବାପା ଶିକ୍ଷାବିତ୍‌ ନାରାୟଣ ଚନ୍ଦ୍ର ଷଡ଼ଙ୍ଗୀ ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋର ଜନ୍ମ ଓ ପାଠପଢ଼ା ସେହି କେନ୍ଦୁଝରରେ ହୋଇଥିଲା। ପିଲାଟିବେଳୁ ଫୁଟବଲ୍‌ ଖେଳିବାର ନିଶା ଥିଲା। ଏହା ସହ ଡିସ୍‌କସ୍‌ ଥ୍ରୋ, ଜାଭେଲିନ୍‌ ଥ୍ରୋ, ଶର୍ଟପୁଟ୍‌ ଥ୍ରୋ ଓ ହାମର୍‌ ଥ୍ରୋ ବି ଖେଳୁଥିଲି। ଦୌଡ଼ରେ କେନ୍ଦୁଝର ଜିଲାରେ ପ୍ରଥମ ହେବା ସହ ‘ଥ୍ରୋ’ରେ ଓଡ଼ିଶା ଅଲିମ୍ପିକ୍‌ରେ ରେକର୍ଡ ବ୍ରେକ୍‌ କରିଥିଲି। ତା’ଛଡ଼ା ଫୁଟବଲ ଖେଳରେ ମଧ୍ୟ ସନ୍ତୋଷ ଟ୍ରଫି ଜୁନିୟର, ସନ୍ତୋଷ ଟ୍ରଫି ସିନିୟର ତଥା ଇଣ୍ଡିଆନ୍‌ ଫୁଟବଲ୍‌ ଆସୋସିଏଶନ୍‌ ତରଫରୁ ଫୁଟବଲ ଖେଳିବା ସହ ଇରାନ୍‌ ବିପକ୍ଷରେ ଏକ ଅନ୍ତର୍ଜାତୀୟ ମ୍ୟାଚ ବି ଖେଳିଥିଲି। ଖେଳ ସହ ପାଠରେ ମଧ୍ୟ ଭଲ ଥିଲି। କେନ୍ଦୁଝର ଡି.ଏନ୍‌. ହାଇସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଧରଣୀଧର କଲେଜରେ ପ୍ରି-ପ୍ରଫେଶନାଲ ପଢିଥିଲି। ତା’ପରେ କଟକ ଏସ୍‌ସିବି ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ପାସ୍‌ କରି ଜେନେରାଲ ସର୍ଜରୀରେ ପିଜି ଓ ପିଜିଆଇ ଚଣ୍ଡିଗଡରେ ହାର୍ଟସର୍ଜରୀରେ ଏମ୍‌ସିଏଚ୍‌ କରିଥିଲି। ଏହାପରେ ଏସ୍‌ସିବି ମେଡିକାଲ କଲେଜର କାର୍ଡିଓ ଥୋରାସିକ ସର୍ଜରୀ ଡିପାର୍ଟମେଣ୍ଟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲି। ପରେ ଆସିଷ୍ଟାଣ୍ଟ ପ୍ରଫେସର, ହୃଦ୍‌ବକ୍ଷ ଶଲ୍ୟ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ହେବା ସହ ଏସ୍‌ସିବି ମେଡିକାଲ୍‌ କଲେଜର ପ୍ରିନ୍ସିପାଲ ଦାୟିତ୍ୱ ମଧ୍ୟ ତୁଲାଇଥିଲି। ସେତେବେଳେ ଓଡ଼ିଶାରେ ଓପନ୍‌ ହାର୍ଟ ସର୍ଜରୀ ୟୁନିଟ୍‌ ଆରମ୍ଭ କରିବାରେ ମୋର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ ଓ ମୁଁ ତା’ର ପ୍ରାଇମ୍‌ ମୁଭର୍‌ ଥିଲି। ମୁଁ ଯେଉଁ କଟାହାତ ଯୋଡିଥିଲି ତଥା ବାଇପାସ୍‌ ସର୍ଜରୀ ଓ ଭାସ୍କୁଲାର୍‌ ସର୍ଜରୀ କରିଥିଲି ତାହା କେବଳ ଓଡ଼ିଶାରେ ନୁହେଁ ସାରା ଭାରତବର୍ଷରେ ଚହଳ ସୃଷ୍ଟି କରିଥିଲା ଏବଂ ଏହା ଓଡ଼ିଶାର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ଏକ ନୂତନ ଦିଗ୍‌ଦର୍ଶନ ବି ଦେଇଥିଲା। ତେବେ ଚାକିରି ଜୀବନରେ ମୁଁ ଅନେକ ଦରମା ପାଇଥିଲେ ମଧ୍ୟ ଏମ୍‌ବିବିଏସ୍‌ ପାସ୍‌ କରି ହାଉସ୍‌ ସର୍ଜନ ଥିବାବେଳେ ପ୍ରଥମ ମାସ ମୋତେ ଯେଉଁ ଦୁଇଶହ ଟଙ୍କା ଷ୍ଟାଇପେଣ୍ଡ ମିଳିଥିଲା ତାହା ମୋତେ ସେତେବେଳେ ଦୁଇ ଲକ୍ଷ ଟଙ୍କା ପରି ଲାଗିଥିଲା। ପ୍ରଥମେ ସେହି ଟଙ୍କାରୁ କିଛି ନେଇ ମା’କଟକଚଣ୍ଡୀଙ୍କ ପାଖେ ଭୋଗକରି ସାଙ୍ଗମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲି। ତା’ପରେ ସିଧାଯାଇ ପହଞ୍ଚତ୍ଥିଲି ସର୍ଜରୀ ୱାର୍ଡରେ। ଭାବିଥିଲି ଆଗ ଡ୍ୟୁଟି ସାରିବି ଆଉ ତା’ପରେ ମାର୍କେଟିଂ କରି ବସ୍‌ ଧରି କେନ୍ଦୁଝର ଯିବି। ହେଲେ ୱାର୍ଡରେ ରାଉଣ୍ଡ ଦେଲାବେଳେ ଦେଖିଲି ଛୋଟ ପିଲାଟିଏ ଜରିରେ ହାତ ପୂରାଇ କିଛି ଖାଦ୍ୟ ଖାଉଛି। ପାଖରେ ତା’ର ମା’ବାପା ବସି ଆଖିରୁ ଲୁହ ଗଡାଉଛନ୍ତି। ପାଖକୁ ଯାଇ ଦେଖିଲି ପିଲାଟି ତା’ କୁନି କୁନି ହାତରେ ଖୁଦଭଜା ଖାଉଛି। ତା’ ବାପାମା’ଙ୍କୁ ପଚାରିବାରୁ ସେମାନେ କୋହଭରା ସ୍ବରରେ କହିଲେ, ‘ସାର୍‌ ବହୁତ ଦିନ ହେଲା ଆସିଲୁଣି, ପୁଅର ଅପରେସନ୍‌ ହେବ, ଆଜି ପାଖରେ ପଇସା ନ ଥିଲା ପାଉଁରୁଟି, ବିସ୍କୁଟ କିଣିବାକୁ, ସେଥିପାଇଁ ସେ ଖୁଦ ଭଜା ଖାଉଛି।’ ଏକଥା ଶୁଣି ମୋ ଦୁଇ ଆଖି ଲୁହରେ ଛଳଛଳ ହୋଇଗଲା। ପକେଟରୁ କୋଡିଏ ଟଙ୍କା କାଢି ତାଙ୍କୁ ଦେଇ କହିଲି, ଯାଅ ପୁଅ ପାଇଁ ବିସ୍କୁଟ, ପାଉଁରୁଟି ଆଣିଦବ। ଡ୍ୟୁଟି ସାରି ଗଲାବେଳକୁ ଦେଖିଲି, ଛୁଆଟି ଖୁବ୍‌ ଖୁସି ହୋଇ ବିସ୍କୁଟ ଖାଉଛି ା ତା’ ଲୁହଭରା ଆଖିରେ ମୁଁ ଖୁସିର ଝଲକ ଦେଖିବାକୁ ପାଇଥିଲି। ତା’ପରେ ମାର୍କେଟ ଯାଇ ବାପାଙ୍କ ପାଇଁ ଧୋତି, ପଞ୍ଜାବି ଓ ବୋଉ ପାଇଁ ଶାଢ଼ି କିଣି ଘରେ ପହଞ୍ଚତ୍ ଥିଲି। ରାସ୍ତାରେ ଘଟଗାଁ ମା’ ତାରିଣୀଙ୍କୁ ନଡିଆ ଭୋଗ ବି ଲଗାଇଥିଲି। ଘରେ ପହଞ୍ଚତ୍ଲା ପରେ ବାପା ବୋଉଙ୍କୁ ପଞ୍ଜାବି ଓ ଶାଢ଼ି ଦେଲି। ସେମାନଙ୍କ ମୁହଁରେ ଯେଉଁ ଆନନ୍ଦର ଝଲକ ଦେଖିଥିଲି ତାହା ଭୁଲିହେବ ନାହିଁ। ବୋଉ ସଙ୍ଗେ ସଙ୍ଗେ ଶାଢିଟିକୁ ପିନ୍ଧିଦେଲା ଆଉ କହିଲା, ‘ମୋ ପୁଅର ପ୍ରଥମ ଦରମାର ଶାଢିଟି ଖୁବ୍‌ ସୁନ୍ଦର ହୋଇଛି।’ ସବୁ ଦାମିକା ଶାଢିକୁ ପଛକରି ଯେତେବେଳେ ସେହି ଶାଢିଟିକୁ ବୋଉ ସ୍ନେହରେ ଆଉଁଶି ଦିଏ, ମତେ ଲାଗେ ସେ ମତେ ହିଁ ଆଦରରେ ଆଉଁଶି ଦେଉଛି। ପ୍ରତିଥର ଶାଢ଼ିଟିକୁ ପିନ୍ଧିଲା ପରେ ବୋଉ କର୍ପୂର ଦେଇ ପୁଣି ଆଲମାରିରେ ତାକୁ ସାଇତି ରଖେ ା ଆଜି ବି ପ୍ରଥମ ଦରମା ପାଇବାର ଆନନ୍ଦ କଥା ମନେପଡିଲେ ନିକିତିର ଗୋଟିଏ ପଟେ ଦିଶିଯାଏ ସେହି ଛୋଟ ପିଲାଟିର ଲୁହ ଭିଜା ଆଖି ଆଉ ଓଠର ବିଲୋଳ ହସ ଏବଂ ଆରପଟେ ବୋଉର ସେ ଶାଢ଼ିକୁ ପିନ୍ଧି ଆନନ୍ଦରେ ଗୋଡ଼ ତଳେ ଲାଗୁ ନ ଥିବାର ବିରଳ ଦୃଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri