ଦାନଗଦୀ ବ୍ଲକ ଅଞ୍ଚଳ: ଶୌଚାଳୟ ନିର୍ମାଣ ନାମରେ ଟଙ୍କା ହଡ଼ପ ଅଭିଯୋଗ

କଳିଙ୍ଗନଗର,୨ା୬(ଡି.ଏନ୍‌.ଏ.)- ଦାନଗଦୀ ବ୍ଲକ ଅଞ୍ଚଳରେ ସ୍ବଚ୍ଛ ଭାରତ ମିଶନ ଫେଲ ମାରିଛି। ଶୌଚାଳୟ ନିର୍ମାଣ ନାମରେ ଠିକାଦାର ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ଅଞ୍ଚଳରେ ପ୍ରକୃତ ହିତାଧିକାରୀ ଶୌଚାଳୟ ପାଇବାରୁ ବଞ୍ଚତ୍ତ ହେଉଥିବାବେଳେ ତାଲିକାରେ ନାମ ନ ଥିବା ଲୋକଙ୍କୁ ଚଞ୍ଚକତା କରାଯାଇ ଶୌଚାଳୟ ପ୍ରଦାନ କରାଯାଉଛି। ଏପରିକି ଅଧିକାଂଶ ଗ୍ରାମରେ ଶୌଚାଳୟ ନ ଥାଇ ବିଲ୍‌ କରାଯାଇଛି। ବିଶେଷକରି ଉଚବାଲି, ଓସ୍ତପାଳ, କିଆଝର, ରଣାଗୁଣ୍ଡି, ଶାଳିଜଙ୍ଗା, ନଛିପୁରା, ଧୂଳିଗଡ, ରାଣୀପଡା, ଖପୁରିଆପଦା ଆଦି ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଣଓଡ଼ିଆ ଠିକାଦାର ଶୌଚାଳୟ ନିର୍ମାଣ ନ କରି ଅନ୍ୟ ଏକ ପାଇଖାନା ଫଟୋ ଦେଖାଇ ଚଞ୍ଚକତା କରି ବିଲ୍‌ ଉଠାଇଛନ୍ତି। ଏଥିରେ ବ୍ଲକର ବିଭାଗୀୟ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ଗ୍ରାମବାସୀ କହିଛନ୍ତି। ଅପରପକ୍ଷେ ଚମ୍ପାଝର ଗ୍ରାମର ଶତ୍ରୁଘନ ମହାନ୍ତି, କାହ୍ନୁ ଚରଣ ମହାନ୍ତି, କୁନ୍ତିି ମହାନ୍ତି, ବିରଞ୍ଚତ୍ ମହାନ୍ତି, ସାଦାଇ ହେମ୍ବ୍ରମ, ଦୁର୍ଗା ମାଝି, କାପରେ ମୁର୍ମୁ ପ୍ରମୁଖ ଶତାଧିକ ହିତାଧିକାରୀଙ୍କ ପାଇଖାନା ଘର ଠିକାଦାର ଖାଲି ଇଟା ଯୋଡି ବିଲ୍‌ ଉଠାଇଥିବା ଅଭିଯୋଗ ହୋଇଛି। ସେହିପରି ସନ୍ତ୍ରାଗାଡ଼ିଆ ଗ୍ରାମରେ ଠିକାଦାର ନିମ୍ନମାନର କାର୍ଯ୍ୟକରି ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟରେ ନିର୍ମାଣ ପାଇଁ ଦିଆଯାଇଉଥିବା ପାଇଖାନାଗୁଡିକ ନିର୍ମାଣ ନ କରି ଟଙ୍କା ଉଠାଯାଉଥିବା ଜଣାପଡିଛି। ଏ ସମ୍ପର୍କରେ ବିଭୁତି ଜେନା, ପଦ୍ମଲୋଚନ ଜେନା, ପ୍ରମୋଦ ଜେନା, ଚକ୍ରଧର ଜେନା, ପାଣ୍ଡବ ଜେନାଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଲୋକେ କିଛି ଦିନତଳେ ତଦନ୍ତ ପାଇଁ ଦାନଗଦୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନ ଦେଲେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ନେଇ ଦରନଗଦୀ ବିଡିଓ ମଣିପ୍ରସାଦ ମିଶ୍ରଙ୍କ ମତାମତ ମିଳିପାରି ନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି।...

ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।...

ବାଣ ଫୁଟାଇ ପାପୁଲି ହରାଇଲେ ୨: ୯ ଆହତ

ଭଦ୍ରକ/ତିହିଡ଼ି,୧୩ା୧୧(ସନାତନ ରାଉତ/ସଞ୍ଜିତ ବଳ)-ଦୀପାବଳିରେ ବାଣ ଫୁଟାଇବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨ଜଣ ପାପୁଲି ହରାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେହିପରି...

୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ବିଗିଡ଼ିପାରେ ପୂଜା ମାହୋଲ!

ଭୁବନେଶ୍ୱର, ୧୭।୧୦: ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri