ଦଳୀୟ ଚିହ୍ନରେ ପ୍ରାଣୀ

ପରିବେଶ ପରିଚିନ୍ତା

ମାନେକା ଗାନ୍ଧୀ

ବହୁ ବର୍ଷତଳେ ଯେତେବେଳେ ଟି.ଏନ୍‌. ଶେଷାନ୍‌ ନିର୍ବାଚନ କମିଶନର ଥିଲେ ସେତେବେଳେ ଡ. ଜୟଲଳିତାଙ୍କ ପାର୍ଟିର ନିର୍ବାଚନ ସଙ୍କେତ ଥିଲା ଗଞ୍ଜା(କୁକୁଡ଼ା)। ନିର୍ବାଚନ ସମୟରେ ହଜାର ହଜାର କୁକୁଡ଼ା ଦ୍ରୁତବେଗରେ ଯାଉଥିବା ଗାଡିଗୁଡିକ ଉପରେ ବନ୍ଧା ଯାଉଥିଲା। ଏହାଦ୍ୱାରା ସେମାନଙ୍କ ଗୋଡ଼ ଭାଙ୍ଗିଯାଉଥିଲା। ଏମିତି କି ପ୍ରତିଦିନ ସନ୍ଧ୍ୟାବେଳକୁ ମୃତ କୁକୁଡ଼ାସବୁ ତାମିଲନାଡୁର ସବୁଆଡେ ବିଚ୍ଛାଡି ହୋଇପଡୁଥିତ୍ଲା। ଜୀବଗୁଡିକୁ ନିର୍ବାଚନରେ ସଙ୍କେତ କରାଯିବା ଉପରେ ଗଭୀର ଭାବେ ବିଚାର କରିବାକୁ ମୁଁ ନିର୍ବାଚନ କମିଶନଙ୍କୁ ଅବଗତ କରିଥିଲି । ଏହାପରେ ଯାହାକୁ ବନ୍ଦକରିବା ଉଚିତ ବୋଲି ସେ ମନେକରିଥିଲେ ତାହାକୁ ବ୍ୟାନ୍‌ କରିଦେଇଥିତ୍ଲେ । ଦୁର୍ଭାଗ୍ୟବଶତଃ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ହାତୀ ଚିହ୍ନ ରହିଗଲା ଓ ଏହି ନିରୀହ ଜୀବକୁ ବିଏସ୍‌ପି ନିର୍ମମ ଭାବେ ବ୍ୟବହାର କଲା। ୨୦୧୯ରେ ସୁଲତାନ୍‌ପୁରରେ ମୋ ନିର୍ବାଚନ ସମୟରେ ମୋ ପ୍ରତିଦ୍ୱନ୍ଦ୍ୱୀ ଗୋଟିଏ ହାତୀକୁ ଭଡ଼ାରେ ଆଣି ଗାଁ ଗାଁ ବୁଲାଇଥିଲେ। ପାଣି ଉପରେ ପଡିଥିତ୍ବା ଏକ ବିଦ୍ୟୁତ ତାର ଉପରେ ସେହି ହାତୀର ଗୋଡ଼ ପଡିଯିବାରୁ ହାତୀ ସମେତ ତା’ ମାହୁନ୍ତର ବି ମୃତ୍ୟୁ ହୋଇଥିଲା। ଆସାମ ଗଣପରିଷଦର ନିର୍ବାଚନ ସଙ୍କେତ ମଧ୍ୟ ଥିଲା ହାତୀ।
ସେହିଭଳି ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମଜିପି) ଓ ଦି ହିଲ୍‌ ଷ୍ଟେଟ୍‌ ପିପ୍ୟୁଲ୍‌ସ ଡେମୋକ୍ରାଟିକ ପାର୍ଟି(ଏଚ୍‌ଏସ୍‌ପିଡିପି)ର ନିର୍ବାଚନ ଚିହ୍ନ ସିଂହ । ଏମ୍‌ଜିପି ପାଇଁ ଏହା ଦୃଢ଼ ସଙ୍କଳ୍ପର ପ୍ରତୀକ। ଏଚ୍‌ଏସ୍‌ପିଡିପି ମତରେ ଏହାକୁ ସମ୍ଭାବିତ ରାଜନୈତିକ ସ୍ବାର୍ଥ ମନୋଭାବରୁ ଆସାମବାସୀଙ୍କର ଅଧିକାର ଏବଂ ସୁବିଧାସୁଯୋଗକୁ ସୁରକ୍ଷା ଦେବା ପାଇଁ ପାର୍ଟିର ଲକ୍ଷ୍ୟ ବୋଲି ବିଚାର କରାଯାଏ। ପଶ୍ଚିମବଙ୍ଗରେ ଦି ଅଲ୍‌ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ୍‌ର ବାଘ ଚିହ୍ନ ସବୁ ଜଟିଳ ପରିସ୍ଥିତି ପାଇଁ ପ୍ରସ୍ତୁତ ନେତାଜୀଙ୍କ ଭଳି ରାଷ୍ଟ୍ରନିର୍ମାତାଙ୍କ ଶକ୍ତି ଓ ସଙ୍କଳ୍ପର ପ୍ରତୀକକୁ ସୂଚାଇଥାଏ। ଶିବସେନା ପତାକାରେ ରହିଛି ବାଘ ଚିତ୍ର, କିନ୍ତୁ ଏହାର ଚିହ୍ନ ଧନୁତୀର । ଏମିତି ବିଶ୍ୱରେ୪୮ଟି ରାଜନୈତିକ ଦଳର ସଙ୍କେତରେ ପ୍ରାଣୀମାନେ ସ୍ଥାନ ପାଇଛନ୍ତି।
ଆମେରିକା ଡେମୋକ୍ରାଟିକ୍‌ ପାର୍ଟିର ଚିହ୍ନ ଗଧ। ୧୮୨୮ରେ ଦି ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଆଣ୍ଡ୍ର୍ୟ ଜାକ୍‌ସନଙ୍କୁ ଗଦ୍ଦର୍ର୍ଭ ବୋଲି ସମ୍ବୋଧନ କରାଯିବାରୁ ସେ ଏତେ ଚିଡିଯାଇଥିଲେ ଯେ, ସେ ପାର୍ଟିକୁ ଗଧ ଚିହ୍ନ ଗ୍ରହଣ କରିବା ପାଇଁ କହିଥିଲେ। ଇଚ୍ଛାଶକ୍ତି ଓ ନମ୍ରତାର ପ୍ରତୀକ ଭାବେ ଏହାକୁ ବ୍ୟବହାର କରାଯାଏ। ରିପବ୍ଲିକାନ୍‌ଙ୍କର ମଧ୍ୟ ହାତୀ ଚିହ୍ନ । ଥରେ କାର୍ଟୁନିଷ୍ଟ ଥୋମାସ ନାଷ୍ଟ୍‌ ଅନ୍ୟ ଜୀବମାନଙ୍କୁ ଡ଼ରାଇବା ପାଇଁ ମେଣ୍ଡା ଚମଡା ଉପରେ ଏକ ଗଧର ଛବି ଆଙ୍କିଦେଲେ। ଏହାଦ୍ୱାରା ନିର୍ଭୀକ ହାତୀ ବ୍ୟତୀତ ସବୁ ଜୀବ ଡରିଗଲେ। ଏହା ରିପବ୍ଲିକାନ୍‌ର ଭୋଟ୍‌ ମୋହର ହୋଇଗଲା। ପରେ ରିପବ୍ଲିକାନ୍‌ ପାର୍ଟି ଏହାକୁ ଗ୍ରହଣ କରିନେଲା। ଆମେରିକାର ପ୍ରୋହିବିଶନ ପାର୍ଟିର ଚିହ୍ନ ଓଟ। ଓଟ ବହୁ ସମୟ ଧରି କିଛି ପିଏନାହିଁ ଏବଂ ଯେତେବେଳେ ପିଏ, କେବଳ ପାଣି ପିଏ। ପ୍ରଥମେ ଓଟ ଚିହ୍ନରେ ଏହାର ଗୋଟିଏ କୁଜ ଥିଲା ଓ ପରେ ଦୁଇଟି ହେଲା। କ୍ୟାମେଲ ସିଗାରେଟ୍‌ର ଲୋଗୋ ସହ କଛିି ଦ୍ୱନ୍ଦ୍ୱ ନଆସିବା ପାଇଁ ଏହା କରାଗଲା। ଦି କନ୍‌ଷ୍ଟିଚ୍ୟୁଶନ୍‌ ପାର୍ଟିର ଚିହ୍ନ ଚୂଳ ନ ଥିବା ଇଗଲ। ଆମେରିକାର ଏହି ଅଫିସିଆଲ୍‌ ବାର୍ଡକୁ ବିଲୁପ୍ତ ମୁହଁରୁ ଫେରାଇ ଅଣାଯାଇଛି ଚିହ୍ନ ମାଧ୍ୟମରେ । ଦି ମଡର୍ନ ହ୍ବିଗ୍‌ ପାର୍ଟିର ଚିହ୍ନ ପେଚା ଯାହାକୁ ଜ୍ଞାନର ପ୍ରତୀକ ଭାବେ ଗଣାଯାଏ। ଏବଂ ଆମେରିକାର ସଲିଡାରିଟି ପାର୍ଟିିର ସଙ୍କେତ ପେଲିକାନ୍‌( ଏକ ଖ୍ରୀଷ୍ଟଆନ୍‌ ବାର୍ଡ) ନିଜର ମଙ୍ଗଳ କାମନା କରିବା ପୂର୍ବରୁ ସମସ୍ତଙ୍କର ଭଲ ଚାହିଁବା, କ୍ଷମତା ଉପରେ ପ୍ରେମର ମୂଲ୍ୟକୁ ଏହା ସୂଚାଇଥାଏ।
ଦି ୟୁନାଇଟେଡ୍‌ ରୁଷିଆ ପାର୍ଟିର ଚିହ୍ନ ଭାଲୁ ଯାହା ୨୦୦୦ରୁ ଏଯାବତ ରୁଷିଆ ରାଜନୀତିରେ ପ୍ରଭାବ ବିସ୍ତାର କରି ରହିଛି। ରୁଷିଆର ଏହି ଭାଲୁ( ୟୁରେସିଆନ୍‌ ଧୂସର ଭାଲୁ) ଷୋଡ଼ଶ ଶତାବ୍ଦୀରୁ ବହୁଳ ଭାବେ ନାଟକ, କାର୍ଟୁନ, ପ୍ରବନ୍ଧରେ ବ୍ୟବହାର କରାଯାଉଛି। ଏହାର ସମ୍ପର୍କ ରୁଷିଆର ରାଜ ପରିବାର ,ସୋଭିଏଟ୍‌ ସଂଘ ଏବଂ ଏବକାର ରଷିଆନ୍‌ ଫେଡେରେଶନ ସହ ରହିଛି। ଦକ୍ଷିଣ ଆଫ୍ରିକାର ଦି କ୍ୟାପିଟାଲିଷ୍ଟ ପାର୍ଟିର ଚିହ୍ନ ବାଇଗଣୀ ରଙ୍ଗର ଗାଈମୁଣ୍ଡ ରଖାଯାଇଛି। ଉପ-ସାହାରା ଆଫ୍ରିକାରେ ପଶୁକୁ ସମ୍ପଦର ପ୍ରତୀକ ଏବଂ ବାଇଗଣୀ ରଙ୍ଗକୁ ସମୃଦ୍ଧିର ରଙ୍ଗ ବୋଲି ଗ୍ରହଣ କରାଯାଏ। ଦକ୍ଷିଣ ଆଫ୍ରିକାର ଇଙ୍କଥା ଫ୍ରିଡମ୍‌ ପାର୍ଟିର ଚିହ୍ନ ତିନୋଟି ହାତୀ ଯାହା ଏ୍ୟଶ୍ୱର୍ଯ୍ୟର ପ୍ରତୀକ। ବୋତସ୍ବାନା କଂଗ୍ରେସ ପାର୍ଟିର ଚିହ୍ନ ମଧ୍ୟ ଗାଈ। କିନ୍ତୁ ଏହାର ରଙ୍ଗ କଳା। ଏହା ପଶୁ ଓ ଖଣିକୁ ସୂଚାଏ ଯାହାକୁ ସମୃଦ୍ଧିର ଦୁଇ ସ୍ତମ୍ଭ ବୋଲି କୁହାଯାଏ। ଘାନାର କନ୍‌ଭେନ୍‌ଶନ ପ୍ୟୁପୁଲ୍ସ ପାର୍ଟିର ଚିହ୍ନ ଲାଲ ଗଞ୍ଜା ରଖାଯାଇଛି। ଏହା ନବଦିନର ସୂର୍ଯ୍ୟୋଦୟକୁ ବୁଝାଏ। ଜିମ୍ବାଓ୍ବେର ମାତ୍‌ ପାର୍ଟିର ଚିହ୍ନ ସାଙ୍କୋଫା (ଏକ ପୌରାଣିକ ପକ୍ଷୀ) । ଦୌଡୁଥିବା ଏକ ଘୋଡା ନାଇଜେରିଆର ସୋସିଆଲ ଡେମୋକ୍ରାଟିକ ପାର୍ଟିର ଲୋଗୋ ଯାହାକୁ ପ୍ରଗତିର ପ୍ରତୀକ ଭାବେ ଗ୍ରହଣ କରାଯାଇଛି।
କେନିଆରେ ଅନେକ ରାଜନୈତିକ ପାର୍ଟିର ଚିହ୍ନ ପଶୁ ରଖାଯାଇଛି। ଅଗାନୋ ପାର୍ଟିର ଚିହ୍ନ ମେଣ୍ଢା । ଏହା ନମ୍ରତା,ପବିତ୍ରତା,ନିର୍ଦ୍ଦେଶତା ଏବଂ ବୁଝାମଣାର ପ୍ରତୀକ। ବଳିମେଣ୍ଢା ଭଳି ପାର୍ଟି ସଦସ୍ୟମାନେ ସବୁବେଳେ କେନିଆର ଲୋକମାନଙ୍କ ପାଇଁ ଜୀବନ ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି। କେନିଆର ଶ୍ରୀକିସୋ ପାର୍ଟିର ଚିହ୍ନ ସାର୍କ। ଏହା ଶାନ୍ତିର ପ୍ରତୀକ ,ପୁଣି ରାଗିଗଲେ ଭାରି ଭୟଙ୍କର। ଏହାର ଆକାରରୁ ମହାନତା ଓ ଶକ୍ତିର ସଙ୍କେତ ପ୍ରତୀୟମାନ ହୋଇଥାଏ। ଦି ପାର୍ଟି ଅଫ୍‌ ଡେଭେଲପ୍‌ମେଣ୍ଟ ଆଣ୍ଡ୍‌ ରିଫର୍ମସ୍‌ର ଚିହ୍ନ ଷଣ୍ଢ। ଅବାଧରେ କ୍ଷମତା ଲାଭ କରିବାର ଏହା ସୂଚନା ଦିଏ। ଦି ଥାର୍ଡ ଓ୍ବେ ଆଲାଏନ୍ସ ଅଫ୍‌ କେନିଆର ସଂଙ୍କେତ ଓଟ। ଶୁଷ୍କ ପରିବେଶରେ ବଞ୍ଚିବାର କ୍ଷମତା ତା’ ପ୍ରତିବଦ୍ଧତାକୁ ସୂଚାଇଥାଏ। ଦି ନ୍ୟାଶ୍‌ନାଲ ଲିବରାଲ୍‌ ପାର୍ଟି ଅଫ୍‌ କେନିଆର ଚିହ୍ନ ଜିରାଫ୍‌। କୋମଳ ଆମତ୍ା, କିନ୍ତୁ ଶକ୍ତ ନାତ। ଏହାର ଲମ୍ବା ବେକ ଭବିଷ୍ୟତକୁ ଦେଖିବା। କେନିଆ ଆଫ୍ରିକାନ୍‌ ନ୍ୟାଶନାଲ୍‌ ୟୁନିୟନ୍‌ର ଚିହ୍ନ ଗଞ୍ଜା , ଯାହା ନୂତନ ଦିନର ସକାଳ, ସ୍ବାଧୀନତା ,କୃଷି ଓ ରାଷ୍ଟ୍ରୀୟ ଭଣ୍ଡାରର ପ୍ରତୀକ ଭାବେ ବିବେଚିତ ହୋଇଥାଏ।
ଏବେ ଆମ ପଡୋଶୀ ରାଷ୍ଟ୍ର ନେପାଳକୁ ଆସିବା। ନେପାଳର ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ପତାକାରେ ପବିତ୍ର ଗାଈ ଚିହ୍ନ ରହିଛି। ଶ୍ରୀଲଙ୍କାର ନ୍ୟୁ ଡେମୋକ୍ରାଟିକ ପାର୍ଟି ଚିହ୍ନ ହଂସ ଆଶାର ପ୍ରତୀକ ଭାବେ ଶୋଭାପାଉଛି, ଯଦିଓ ହଂସ ଶ୍ରୀଲଙ୍କାର ମୂଳ ନିବାସୀ ନୁହେଁ ,ତଥାପି ଏହା ଆଶା ବଦଳରେ ନିଷ୍ଠାର ପ୍ରତୀକ ଭାବେ ଜଣାଶୁଣା। ମ୍ୟାନମାରର ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି(ଏନ୍‌ଏଲ୍‌ଡି)ର ଚିହ୍ନ ମୟୂର । ନୀଳ ମୟୂର ବର୍ମାର ଜାତୀୟ ପକ୍ଷୀ। ଅଷ୍ଟାଦଶ ଶତାବ୍ଦୀରେ ସେଠାକାର ରାଜ ପରିବାର ଦ୍ୱାରା ଏହାକୁ ଗ୍ରହଣ କରାଯାଇଥିଲା ଏବଂ ତା’ପରେ ଉପନିବେଶବାଦୀ ଆନ୍ଦୋଳନରେ ଏହାକୁ ସଙ୍କେତ ଭାବେ ଗ୍ରହଣ କରାଯାଇଥିଲା ଓ ଏନ୍‌ଏଲ୍‌ଡି ଏହାକୁ ଏବେ ବି ଧରି ରଖିଛି। ୟୁନିଅନ୍‌ ସଲିଡାରିଟି ଡେଭେଲପ୍‌ମେଣ୍ଟ ପାର୍ଟି ଅଫ୍‌ ବର୍ମାର ଚିହ୍ନ ସଂହ। ଏହା ଏକତାର ପ୍ରତୀକ। ଦି ଅଲ୍‌ ପାକିସ୍ତାନ ମୁସଲିମ୍‌ ଲିଗ୍‌ର ଚିହ୍ନ ବାଜପକ୍ଷୀ, ଯାହା ସାମରିକ ଶକ୍ତିକୁ ସୂଚାଇଥାଏ। ପାକିସ୍ତାନରେ ନଓ୍ବାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ ଲିଗ୍‌(ପିଏମଏଲ)ବାଘ ସଂଙ୍କେତକୁ ଧାରଣ କରିଛି। ଇଣ୍ଡୋନେସିଆନ୍‌ ଡେମୋକ୍ରାଟିକ୍‌ ପାର୍ଟି ଅଫ୍‌ ଷ୍ଟ୍ରଗଲ୍‌ର ସଙ୍କେତ ବଙ୍କା ଶିଙ୍ଗଥିବା ଏକ ନାଲି ଆଖିଆ ଷଣ୍ଢ ରଖାଯାଇଛି। ଦି ଗ୍ରେଟ୍‌ ଇଣ୍ଡୋନେସିଆନ ମୁଭ୍‌ମେଣ୍ଟର ସଙ୍କେତ ଇଗଲ। ଏହା ଶକ୍ତି,କ୍ଷମତା,ତେଜ ଓ ସାମ୍ପ୍ରଦାୟିକ ସହିଷ୍ଣୁତାର ପ୍ରତୀକ।
ଇଂଲଣ୍ଡର ଲିବର୍ଟେରିଆନ ପାର୍ଟିର ପସନ୍ଦର ଚିହ୍ନ ଷଣ୍ଢ ଓ ଲାଲ ପ୍ରୁପାଇନ। ଏହା ବିନମ୍ର ଓ ରକ୍ଷାମତ୍କତାର ପ୍ରତିନିଧିତ୍ୱ କରେ। ଇଂଲଣ୍ଡର ଇଣ୍ଡିପେଣ୍ଡେନ୍ସ ପାର୍ଟିର ଚିହ୍ନ ବାଇଗଣୀ ସଂହର ମୁଣ୍ଡ ରଖାଯାଇଛି। ଅଲାଏନ୍ସ ବେଲଜିୟମର ଚିହ୍ନ ବେଲଜିୟମର ସିିଂହ । ଏହା ଜାତୀୟ ପ୍ରତୀକ ଓ ଏକତା ଏବଂ ଶକ୍ତିକୁ ସୂଚାଇଥାଏ। ସେହିପରି ଦି ନ୍ୟାଶ୍‌ନାଲ ପାର୍ଟି ଅଫ୍‌ ସ୍ଲୋଭାକିଆର ଚିହ୍ନ ଇଗଲ ଲୋକମାନଙ୍କର ଅଧିକାର ପାଇଁ ଅଟଳ ସଂଗ୍ରାମର ପ୍ରତୀକ ଭାବେ ଉଭା ହୋଇଛି।
ଦି ଡେମୋକ୍ରାଟିକ ପାର୍ଟି ଅଫ୍‌ ତୁର୍କୀ ଏକ ଲାଲ ପୃଷ୍ଠଭୂମି ଥିବା ଧଳାଘୋଡାକୁ ତା’ର ଚିହ୍ନ ଭାବେ ବଛିିଛି। ମଜାର କଥା ହେଉଛି ଗ୍ରାମାଞ୍ଚଳରେ ଡେମୋକ୍ରାଟ ପାର୍ଟିର ଅପଭ୍ରଂଶ ଶବ୍ଦ ଡେମିର୍‌ କିରାଟ( ଆଇରନ୍‌ ହ୍ବାଇଟ ହର୍ସ)ରୁ ଆସିଛି। ତୁର୍କୀର ଲାଲ ରଙ୍ଗର ମ୍ୟାପ୍‌ ଉପରେ ଧଳା ଘୋଡ଼ା ଚିହ୍ନ ରଖାଯାଇଛି। ୧୯୯୦ରେ ଘୋଡ଼ା ତୁର୍କୀର ଜାତୀୟ ପଶୁ ଭାବେ ଗ୍ରହଣ କରାଯାଇଥିଲା। ଦି ଡେମୋକ୍ରାଟିକ୍‌ ଲେଫ୍ଟ ପାର୍ଟି ଅଫ୍‌ ତୁର୍କୀର ଚିହ୍ନ ଧଳାପାରା। ଏହା ଶାନ୍ତି ଓ ସାମାଜିକ ସଙ୍ଗତିର ପ୍ରତୀକ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

ବଫର ରାଜ୍ୟରେ ବିଦ୍ରୋହ ଧ୍ୱନି

ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଦ୍ୱାରା ଉନ୍ମୋଚିତ ‘ନେପାଳ ପ୍ରଥମ, ନେପାଳୀ ପ୍ରଥମ’ ବୈଦେଶିକ ନୀତି ଏବେ ଦେଶରେ ଏକ ବଡ଼ ଧରଣର କୂଟନୈତିକ ବିବାଦ ସୃଷ୍ଟି…

ୟଲ୍‌ଦା ଓ ଡିପ୍‌ଫେକ୍‌

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ବତ୍ର ଉପଲବ୍ଧ ହେଲାଣି। ମଣିଷର ଜୀବନଯାତ୍ରାକୁ ସହଜ ଓ ସୁବିଧାଜନକ କରିଦେଉଥିବାରୁ ତାହାର ଆଦର ବଢ଼ିବାରେ ଲାଗିଛି। କିନ୍ତୁ ଏହାର ଦୁର୍ବ୍ୟବହାର ଅସ୍ବାଭାବିକ…

ଆମ ସଂସ୍କାର, ଆମ ପରିଚୟ

ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ନେପାଳର ଏକ ରାସ୍ତାରେ ଦୁଇଜଣ ଭାରତୀୟ ପର୍ଯ୍ୟଟକ ଗୁଟ୍‌ଖା ଛେପ ପକାଇବା ସମୟରେ…

ଦେଶରେ ଶ୍ରମିକ ଅଶାନ୍ତ

ଗତ ଏପ୍ରିଲ ୧୩ ତାରିଖରେ ନଏଡା ଫେଜ୍‌-୨ରେ ଅନେକ ହଜାର ଶ୍ରମିକଙ୍କ ଆନ୍ଦୋଳନ ସେମାନଙ୍କ ମନରେ ଥିବା ଦୀର୍ଘଦିନର ଆକ୍ରୋଶକୁ ପ୍ରକାଶ କରିଛି। ସେଠାକାର ବିଭିନ୍ନ ଶିଳ୍ପ…

ଟ୍ରମ୍ପ୍‌ଙ୍କୁ ଲକ୍ଷ୍ୟ

ମଧ୍ୟପ୍ରାଚ୍ୟ ସଙ୍କଟ ଦୂର କରିବା ଲାଗି ଇରାନ୍‌ ବୈଦେଶିକ ମନ୍ତ୍ରୀ ଅବାସ ଆରାଘାଚି ଆମେରିକୀୟ ପ୍ରତିନିଧି ଦଳ ସହ କଥାବାର୍ତ୍ତା କରିବା ପୂର୍ବରୁ ୨୫ ଏପ୍ରିଲରେ ଇସ୍‌ଲାମାବାଦ…

ଟ୍ରେନ୍‌ ଯାତ୍ରାରେ ଶିଶୁ ଅଧିକାର

ଚଳିତ ମାସ ୨ ତାରିଖରେ ମୁଁ ରାଜଧାନୀ ଭୁବନେଶ୍ୱରରୁ ମୋ ଘର ଢେଙ୍କାନାଳକୁ ଟ୍ରେନରେ ଫେରୁଥିଲି। ସମୟ ପ୍ରାୟ ୫ଟା ୧୦ରୁ ୬ଟା ୫୦ ମିନିଟ୍‌ ସମୟ…

ବିକାଶ ପାଇଁ ବିଶେଷଜ୍ଞ ଲୋଡ଼ା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରାଚୀନ କାଳରୁ କଳିଙ୍ଗ ଏକ ଐତିହ୍ୟ ସମ୍ପନ୍ନ ଓ ସମୃଦ୍ଧିଶାଳୀ ରାଜ୍ୟ ହିସାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲା। ମଧ୍ୟଯୁଗରେ ଉତ୍କଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri