ଦଳକୁ ଭଲପାଉଥିବା ବ୍ୟକ୍ତି ପୁଅର ନାଁ ରଖିଲେ କଂଗ୍ରେସ

ଜୟପୁର,୨୩।୧: ଘରେ ପିଲାଟିଏ ଜନ୍ମନେଲେ ତା’ର ନାମକରଣ କରିବାକୁ ମାତାପିତାଙ୍କଠାରୁ ଆରମ୍ଭ କରି ବନ୍ଧୁ ପରିଜନ କିଏ କେତେ କ’ଣ ନାଁ ବାଛି ଥାଆନ୍ତି। ହେଲେ ରାଜସ୍ଥାନର ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଏଠାରେ ଜଣେ କଂଗ୍ରେସ କର୍ମୀଙ୍କ ପାର୍ଟି ପ୍ରେମ ଦେଖିବାକୁ ମିଳିଛି। କାରଣ ସେ ତାଙ୍କ ପୁଅର ନାଁ ପାର୍ଟିର ନାମ ଅନୁଯାୟୀ କଂଗ୍ରେସ ରଖିଥିବା ଜଣାପଡିଛି। ରାଜସ୍ଥାନ ଉଦୟପୁର ନିବାସୀ ବିନୋଦ ଜୈନ ଜଣେ କଂଗ୍ରେସ କର୍ମୀ। ବହୁବର୍ଷ ଧରି ତାଙ୍କ ପରିବାର କଂଗ୍ରେସ ଦଳସହ ଯୋଡି ହୋଇ ରହିଛନ୍ତି। ଆଉ ତାଙ୍କର ଦଳକୁ ଭଲପାଇବା ଏବେ ମାତ୍ରାରେ ରହିଛି ଯେ ସେ ତାଙ୍କ ପୁଅର ନାମ କଂଗ୍ରେସ ରଖିବା ପରେ ଏହା ସ୍ପଷ୍ଟ ବାରି ହୋଇପଡିଛି। କେହି କେହି ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ତ ଆଉ କେହି ତାଙ୍କୁ ଥଟ୍ଟାମଜା ବି କରୁଛନ୍ତି। ବିନୋଦ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମିଡିଆ ବିଭାଗରେ କାମ କରୁଛନ୍ତି। ତାଙ୍କ ମତରେ ପୁଅର ନାମ କଂଗ୍ରେସ ରଖିବାର ଉଦ୍ଦେଶ୍ୟ ହେଉଛି ଦଳ ପ୍ରତି ତାଙ୍କର ଥିବା ନିଷ୍ଠା ଏଥିରୁ ବାରି ହୋଇପଡିବ। ତାଙ୍କ ପୁଅ ଜୁଲାଇ ୨୦୧୯ରେ ଜନ୍ମ ହୋଇଥିବା ବେଳେ ସେ ଯେତେବେଳେ ପୁଅର ନାମ କଂଗ୍ରେସ ଦେଇଥିଲେ ସେତେବେଳେ ତାଙ୍କ ଘର ଲୋକ ଏଥିରେ ରାଜି ହୋଇ ନ ଥିଲେ। ହେଲେ ସେ ଦଳପ୍ରତି ଥିବା ନିଷ୍ଠାକୁ ପ୍ରଦର୍ଶିତ କରିବାକୁ ପୁଅର ନାମ କଂଗ୍ରେସ ଜୈନ ରଖିଛନ୍ତି। ପୁଅ ୧୮ ବର୍ଷର ହେବା ପରେ କଂଗ୍ରେସ ପାଇଁ ନିଷ୍ଠାର ସହ କାମ କରିବ ବୋଲି ସେ କହିଛନ୍ତି। ତାଙ୍କ ପରିବାରର ସମସ୍ତ ସଦସ୍ୟ କଂଗ୍ରେସ ସହ ଯୋଡି ହୋଇ ଥିବାରୁ ବିନୋଦ ବି ଛାତ୍ର କଂଗ୍ରେସରେ ଜଣେ ସକ୍ରିୟ ସଦସ୍ୟ ଥିଲେ। ଏବେ ସେ ଗେହଲଟଙ୍କ ଡିଜିଡାଲ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ସୋସିଆଲ ମିଡିଆରେ ଦଳର ପ୍ରଚାର କରୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri