ଦରମା ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ବାରିପଦା ଅଫିସ,୧୩ା୧୧- ବାରିପଦା ପୌର ପରିଷଦରେ ନିର୍ବାଚିତ ବୋର୍ଡର କାର୍ଯ୍ୟକାଳ ଗତ ଫେବୃୟାରୀରୁ ସରିଯାଇଥିବା ବେଳେ ବର୍ତ୍ତମାନ ଏହା ଜିଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଛି। ତେବେ ଅଧିକାରୀମାନେ ଠିକ୍‌ ଭାବେ ପୌର ପରିଷଦକୁ ପରିଚାଳନା କରିପାରୁ ନ ଥିବା ବେଳେ ଅଭିଯୋଗ ଶୁଣିବାକୁ ମଧ୍ୟ କେହି ନାହାନ୍ତି। ମଙ୍ଗଳବାର ଏଭଳି ଅଭିଯୋଗ କରିବା ସହିତ ଦରମା ଦାବିରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସଫେଇ କାର୍ଯ୍ୟ ଦାୟିତ୍ୱରେ ଥିବା ପୌର ପରିଷଦର କର୍ମଚାରୀଙ୍କୁ ଆନ୍ଦୋଳନକାରୀମାନେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ଅପରାହ୍ନ ୩ ଟା ସୁଦ୍ଧା କୌଣସି ସମାଧାନ ନ ହେବାରୁ ଆନ୍ଦୋଳନ ଜାରି ରହିବ ଏବଂ ଦରମା ପାଇବା ପରେ ହିଁ ସଫେଇ କାର୍ଯ୍ୟ ଆରମ୍ଭ କରିବେ ବୋଲି କର୍ମଚାରୀମାନେ କହିଛନ୍ତି।
ସୂଚନା ଅନୁଯାୟୀ, ବାରିପଦା ସହରର ସଫେଇ ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ପୌର କର୍ତ୍ତୃପକ୍ଷ ପ୍ରଦାନ କରିଛନ୍ତି। ଉକ୍ତ ସଂସ୍ଥା ମାସର ପ୍ରଥମ ସପ୍ତାହରେ ସଫେଇ କର୍ମଚାରୀଙ୍କ ଦରମା ପ୍ରଦାନ କରିବା କଥା । ହେଲେ ସଂସ୍ଥା ଦୀର୍ଘ ଦିନ ହେବ ଦରମା ପ୍ରଦାନ କରିନାହିଁ। ଏହାର ପ୍ରତିବାଦରେ ସମସ୍ତ ସଫେଇ କର୍ମଚାରୀ ସଫେଇ କାର୍ଯ୍ୟ ବନ୍ଦ କରି ପୌର ପରିଷଦ ଆଗରେ ଧାରଣାରେ ବସିଥିଲେ। ମଙ୍ଗଳବାର ଛୁଟି ଥିବା ବେଳେ ଏଠାରେ କୌଣସି ବରିଷ୍ଠ ଅଧିକାରୀ ଉପସ୍ଥିତ ନ ଥିଲେ। ଫଳରେ ଏହି କର୍ମଚାରୀମାନେ ପୌର ପରିଷଦର ବରିଷ୍ଠ ଅଧିକାରୀମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। କେହି ଫୋନ ନ ଧରିବାରୁ ପରିସ୍ଥିତି ଜଟିଳ ହୋଇଥିଲା। ପରେ ପୋଲିସ ଆସି ସଫେଇ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ସେମାନେ ଜିଦରେ ଅଟଳ ରହିଥିଲେ।
ଅନ୍ୟପକ୍ଷେ ସଫେଇ ସଂସ୍ଥା, ପୌର ପରିଷଦ ସହିତ କରିଥିବା ଚୁକ୍ତି ପୂରଣ କରି ନ ଥିବାରୁ ସଫେଇ କାର୍ଯ୍ୟର ବିଲ୍‌ ହୋଇ ପାରିନାହିଁ। ଫଳରେ ସଫେଇ କର୍ମଚାରୀମାନେ ଦରମା ପାଇ ପାରି ନ ଥିବା ଜଣାପଡିଛି। ସଫେଇ ପାଇଁ ଆବଶ୍ୟକ କର୍ମଚାରୀ ହିସାବରେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଏହି କାର୍ଯ୍ୟ କରାଯାଉଛି। ଏନେଇ ସଫେଇ କାର୍ଯ୍ୟ ଠିକ ଭାବେ ହୋଇ ପାରୁନାହିଁ। ସଫେଇ କର୍ମଚାରୀଙ୍କ ପାଇଁ ବାୟୋମ୍ୟାଟ୍ରିକ୍ସ ଉପସ୍ଥାନ ବ୍ୟବସ୍ଥା ରହିବା କଥା। ମାତ୍ର ସଂସ୍ଥା ଏଥିପ୍ରତି ଗୁରୁତ୍ୱ ଦେଉନାହିଁ। ଚୁକ୍ତି ମୁତାବକ ସଫେଇ କର୍ମଚାରୀମାନେ ସମସ୍ତ ୱାର୍ଡର ଘରକୁ ଘର ଯାଇ ଟ୍ରଲି ଦ୍ୱାରା ୨ ଓଳି ଅଳିଆ ସଂଗ୍ରହ କରିବେ। ଏହା ମଧ୍ୟ ହେଉନାହିଁ। ସେହିପରି ସଫେଇ କାର୍ଯ୍ୟରେ ୧୬ ଟି ଏଲସିଭି ଗାଡି, ୪ ଟି ଟ୍ରାକ୍ଟର ଓ ୫୧ଟି ଠେଲା ଗାଡି ରହିବା ଜରୁରୀ। ମାତ୍ର ସଂସ୍ଥା ନିକଟରେ ଆବଶ୍ୟକ ସଂଖ୍ୟକ ଗାଡି ନ ଥିବାରୁ ସଫେଇ କାର୍ଯ୍ୟରେ ବାଧା ଉପୁଜୁଛି। ସପ୍ତାହର ୭ ଦିନ ଦୁଇ ଓଳି ସଫେଇ କାର୍ଯ୍ୟ କରିବାକୁ ଚୁକ୍ତି ହୋଇଥିବା କେବଳ ରବିବାର ଦିନ ହିଁ କିଛି ସ୍ଥାନରେ ଦୁଇ ଓଳି ସଫେଇ କାର୍ଯ୍ୟ କରାଯାଉଛି। ସେହିପରି ସଂସ୍ଥା ପକ୍ଷରୁ ସଫେଇ କର୍ମଚାରୀମାନଙ୍କୁ ଆନୁସଙ୍ଗିକ ସୁରକ୍ଷା ସାମଗ୍ରୀ ପ୍ରଦାନ କରାଯାଇ ନ ଥିବାରୁ ସେମାନେ ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଭଳି ବିଭିନ୍ନ ଚୁକ୍ତି ଖିଲାପ କରିଥିବାରୁ ପୌର କର୍ତ୍ତୃପକ୍ଷ ଉକ୍ତ ସଂସ୍ଥାର ବିଲ କରୁ ନାହାନ୍ତି। ଏନେଇ ଜିଲାପାଳ ତୁରନ୍ତ ଦୃଷ୍ଟି ଦେଇ ଚୁକ୍ତି ଖିଲାପ କରିଥିବା ସଂସ୍ଥା ବିରୋଧ କାର୍ଯ୍ୟାନୁଷ୍ଠାନ ନେବା ସହିତ ସଫେଇ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri