ଦମ୍ପତିଙ୍କୁ ଯବାନଙ୍କ ମାଡ଼ ଅଭିଯୋଗ

ଫୁଲବାଣୀ ଅଫିସ, ୨୮ା୧୦-କୌଣସି କାରଣ ନ ଜଣାଇ ସିଆର୍‌ପିଏଫର ଯବାନ କୋଟଗଡ ବ୍ଲକ ସୁବର୍ଣ୍ଣଗିରି ପଞ୍ଚାୟତ ବଣ୍ଡିଗୁଡା ଗ୍ରାମର ଏକ ଦମ୍ପତିଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଆହତ ଦମ୍ପତି ତଥା ଗ୍ରାମର ଅମିତ ବଡସେଟ ଏବଂ ତାଙ୍କ ସ୍ତ୍ରୀ ହେମନ୍ତି ଫୁଲବାଣୀ ମେଡିକାଲରେ ଭର୍ର୍ତ୍ତିି ହୋଇଛନ୍ତି। ଘଟଣା ସମ୍ପର୍କରେ ହେମନ୍ତି ସୋମବାର ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଅମିତ ଏବଂ ହେମନ୍ତି ନିଜ ଘର ପାଖରେ କାମ କରୁଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ସିଆରଫିଏଫ୍‌ର ଯବାନ ଆସି ଅମିତ କିଏ ବୋଲି ପଚାରିଥିଲେ ା ଅମିତ ନିଜ ପରିଚୟ ଦେବାରୁ କୌଣସି କାରଣ ନ ଜଣାଇ ହଠାତ ତାଙ୍କୁ ମାଡମରା ଯାଇଥିଲା। ପ୍ରତିରୋଧ କରିବାରୁ ହେମନ୍ତିଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଅମିତ କହିଛନ୍ତି ଯେ, ଜାଗାବାଡିକୁ ନେଇ ଗ୍ରାମର କେତେଜଣଙ୍କ ସହ ତାଙ୍କର ମତାନ୍ତର ରହିଛି। ସେମାନେ ଗ୍ରାମରେ ଏକ ବୈଠକ କରି ସିଆରପିଏଫ୍‌ ଯବାନଙ୍କ ଦ୍ୱାରା ଏପରି କରିଛନ୍ତି। ମାଡ ମାରିବା ପରେ କ୍ୟାମ୍ପରେ ଯାଇ ଦେଖା କରିବାକୁ ଯବାନମାନେ କହିଥିଲେ। ଘଟଣା ସମ୍ପର୍କରେ ଏସ୍‌ପିଙ୍କୁ ଅଭିଯୋଗ କରିଛୁ ା ବାଲିଗୁଡା ଏସ୍‌ଡିପିଓଙ୍କୁ ଦେଖା କରିବାକୁ ଏସ୍‌ପି କହିଥିବା ଅମିତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ ଘାଇକୁ ଖସିଲା ବସ୍, ୪୦ମୃତ

ଇସଲାମବାଦ୍,୩ା୭: ଶୁକ୍ରବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ନିବେଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି: କେବଳ ସୁଧରେ ହିଁ ହୋଇଯାଏ ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ନୂଆଦିଲ୍ଲୀ,୩।୭: ସୁରକ୍ଷିତ ଭବିଷ୍ୟତ ପାଇଁ ସଠିକ ସମୟରେ ସଠିକ ସ୍ଥାନରେ ଟଙ୍କା ନିବେଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ନିଶ୍ଚିତ କରେ ଯେ, ଆପଣଙ୍କୁ ଆର୍ଥିକ ଜରୁରୀକାଳୀନ…

ପୁଣି ବଢ଼ିଲା ନବୀନ-ପାଣ୍ଡିଆନଙ୍କ ଅଡୁଆ, ହେଲିକପ୍ଟରରେ ବୁଲିଛନ୍ତି ଏତିକି ଥର, କୋର୍ଟଙ୍କ ସମନ ପରେ…

ଭୁବନେଶ୍ୱର,୩ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲା…

IND vs ENG 2nd T20I Playing-11: ସଞ୍ଜୁ ସାମସନଙ୍କ ଛୁଟି, ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ନିଶ୍ଚିତ, ଇଶାନ କିଶନଙ୍କୁ ମିଳିବ ଆଉ ଏକ ସୁଯୋଗ!

ନୂଆଦିଲ୍ଲୀ,୩।୭: ସମସ୍ତେ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଦୁଇଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନଥିଲା। ଇଂଲଣ୍ଡ ବିପକ୍ଷ ପ୍ରଥମ…

ଏଣିକି ୧୨୫ ଦିନ ମିଳିବ କାମ: ନୂଆ ଯୋଜନାକୁ ନେଇ ଉତ୍ସାହିତ ଶ୍ରମିକ

ଭଞ୍ଜନଗର,୩।୭(ବାବୁଲା ପ୍ରଧାନ): ଜୁଲାଇ ୧ ତାରିଖରୁ ଭି.ବି-ଜୀ ରାମ ଜୀ ଯୋଜନା ସମଗ୍ର ଦେଶରେ ଲାଗୁ ହୋଇଛି। ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ନିଯୁକ୍ତି…

ଲୁଚିଛପି ଏହି କାମ କରୁଛନ୍ତି ବିରାଟ କୋହଲି: ଫଟୋ ଭାଇରାଲ ପରେ ଜଣାପଡ଼ିଲା…

ଲଣ୍ଡନ,୩।୭:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି। ପ୍ରଥମ ମ୍ୟାଚ ବର୍ଷା ଯୋଗୁ ଧୋଇ ଯାଇଥିଲା। ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ।…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୩ା୭:  ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ…

ଚମତ୍କାର କଲେ ରାହୁଲ ଦ୍ରାବିଡଙ୍କ ପୁଅ: ମହାରାଜା ଟ୍ରଫିରେ…

ନୂଆଦିଲ୍ଲୀ,୩।୭: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରାହୁଲ ଦ୍ରାବିଡଙ୍କ ବଡ଼ ପୁଅ ସମିତ ଦ୍ରାବିଡ ପୁଣିଥରେ ତାଙ୍କ ବ୍ୟାଟିଂ ଦକ୍ଷତା ସହିତ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମହାରାଜା ଟ୍ରଫି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri