ଥାନାଜଗିଛି ଅଚଳ ସିସି ଟିଭି କ୍ୟାମେରା

ବାରିପଦା ଅଫିସ,୧୭।୯- ମୟୂରଭଞ୍ଜ ଜିଲାରେ କିଛିଦିନ ହେବ ଅପରାଧ ମାମଲା ବୃଦ୍ଧି ପାଇଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚୋରି ଓ ଡକାୟତି ଭଳି ଅପରାଧ କମିବାର ନାଁ ଧରୁନି। କେବଳ ବାରିପଦା ଟାଉନ ଥାନାରେ ଚଳିତ ବର୍ଷର ୯ ମାସ ମଧ୍ୟରେ ୭୦ରୁ ଅଧିକ ଚୋରି ଓ ଡକାୟତି ଘଟଣା ଘଟିଛି। ଅପରପକ୍ଷରେ ରାଜ୍ୟ ସରକାର ଏବେ ପୋଲିସ ସେବା ବ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଥାନାଗୁଡିକର ଭିତ୍ତିଭୂମି ସୁଧାରିବା ସହିତ ଅଧିକାରୀମାନଙ୍କ ସ୍ବଭାବରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି। ଅନ୍ୟପକ୍ଷେ ଜିଲାରେ ପୋଲିସ ସେବାକୁ ଲୋକାଭିମୁଖୀ କରାଯାଇଥିବା ଜିଲା ପୋଲିସ ମୁଖ୍ୟ ବିଭିନ୍ନ ସଭା ସମିତିରେ ଡିଣ୍ଡିମ ପିଟି ବୁଲୁଛନ୍ତିି। ନିକଟରେ ବାରିପଦା ଟାଉନ ଥାନା ସମେତ ଜିଲାର ଅନ୍ୟ ଥାନାଗୁଡିକରେ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ଜିଲା ପୋଲିସ ଯୋଜନା କରିଛି। ବାରିପଦା ସହରର ବିଭିନ୍ନ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଯିବା ପାଇଁ ଜିଲା ପୋଲିସ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇଛି। ବାରିପଦା କୃଷ୍ଣଚନ୍ଦ୍ର ଗୋଲେଇ, ମୁଖ୍ୟ ମାର୍କେଟ, ଟ୍ରାଫିକ ଛକ, ଷ୍ଟାଡିୟମ ଗୋଲେଇ, ମଧୁବନ ଛକ, ମୁର୍ଗାବାଡି ଛକ, ଦାରୋଗାଡାହି ଛକ, ତକତପୁର ଛକ, ପାଳବଣି ଛକ, ପାଳବଣି ବାଇପାସ ଛକ, ପୋଡା ଅସ୍ତିଆ ଛକ, ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଆଦି ସହରର ମୁଖ୍ୟ ରାସ୍ତାଗୁଡିକରେ ସିସି ଟିଭି କ୍ୟାମେରା ଲାଗିବ। ଏହି ସିସି ଟିଭି କ୍ୟାମେରାର ଫୁଟେଜ ମନିଟରିଂ କରିବା ପାଇଁ ଏକ ସ୍ବତନ୍ତ୍ର ସେଲ୍‌ ଖୋଲାଯିବ। ତେବେ ସିସି ଟିଭି କ୍ୟାମେରା ଦ୍ୱାରା ପୋଲିସ କିପରି ଅପରାଧ ନିୟନ୍ତ୍ରଣ କରିବ ତାହା ପ୍ରଶ୍ନବାଚୀ। କାରଣ ବିଶେଷଜ୍ଞଙ୍କ କହିବା ମୁତାବକ ସିସି ଟିଭି କ୍ୟାମେରା ଦ୍ୱାରା ଅପରାଧ ହ୍ରାସ ପାଇବାର କିଛି ପ୍ରମାଣ ନାହିଁ। କେବଳ ଅପରାଧୀଙ୍କୁ ଚିହ୍ନଟ କରିବାରେ ଏହା ସହାୟକ ହୋଇଥାଏ। ଅନ୍ୟପକ୍ଷରେ ବାରିପଦା ସହରର ବସ୍ତି ଅଞ୍ଚଳଗୁଡିକରେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଦୁର୍ଦ୍ଦାନ୍ତ ଅପରାଧୀମାନେ ରହି ଆପରାଧିକ କାର୍ଯ୍ୟକଳାପ ଚଳାଇଛନ୍ତି। କେବଳ ମୁଖ୍ୟ ଛକଗୁଡିକରେ ସିସି ଟିଭି କ୍ୟାମେରା ଲଗାଇଲେ ଅପରାଧ ନିୟନ୍ତ୍ରଣ କିଭଳି ହେବ ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏପରିସ୍ଥଳେ ବାରିପଦା ଟାଉନ ଥାନାରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ଏହା ପ୍ରାୟ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଅଚଳ ହୋଇ ପଡିଛି। ଏହା ପୋଲିସ ବ୍ୟବସ୍ଥାର କାର୍ଯ୍ୟଶୈଳୀ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି। ଏହି ୩ ବର୍ଷ ମଧ୍ୟରେ ୩ରୁ ଊର୍ଦ୍ଧ୍ୱ ଥାନା ଅଧିକାରୀ ଏହି ଥାନାରେ କାର୍ଯ୍ୟ କରିଥିବା ବେଳେ ୪ ଜଣ ଏସପି ଜିଲାରେ କାର୍ଯ୍ୟ କରିସାରିଲେଣି। ମାତ୍ର ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ରାଜ୍ୟ ସରକାର ଥାନାଗୁଡିକର ଭିତ୍ତିଭୂମି ସୁଧାରିବା ପାଇଁ ପଦକ୍ଷେପ ନେବା ପରେ ଜିଲା ପୋଲିସ ତପତ୍ର ହୋଇଉଠିଛି। ଏକ ସ୍ବତନ୍ତ୍ର ଟିମ୍‌କୁ ନେଇ ସହରର ବିଭିନ୍ନ ପ୍ରମୁଖ ଛକ ଓ ଥାନାରେ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ସମୀକ୍ଷା କରାଯାଇଥିବା ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ କହିଛନ୍ତି। କେବଳ ବାରିପଦା ସହର ଓ ଟାଉନ ଥାନା ନୁହେଁ ଜିଲାର ସମସ୍ତ ଥାନାରେ ସିସି ଟିଭି କ୍ୟାମେରା ଲଗାଯିବ। ଏଥିପାଇଁ ରାଜ୍ୟ ପୋଲିସ ବିଭାଗକୁ ଜିଲା ପୋଲିସ ପକ୍ଷରୁ ସ୍ବତନ୍ତ୍ର ତଥ୍ୟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri