ଥମୁନି ଉତ୍ତେଜନା, ବାଲିଆପାଳ ପୋଲିସ ଛାଉଣୀ: ୨ ଢାବା କର୍ମଚାରୀ ଅଟକ, ଉଲୁଡାରେ ରାସ୍ତାରୋକୋ

ବାଲିଆପାଳ, ୨୮ା୭(ଡି.ଏନ.ଏ.)-ବାଲିଆପାଳ ଇଡକୋ ଛକରେ ରାଜଧାନୀ ଢାବା ଓ ହୋଟେଲରେ ଶୁକ୍ରବାର ନାବାଳକଙ୍କୁ ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ବାଲିଆପାଳରେ ଉତ୍ତେଜନା ଥମିବାର ନଁା ନେଉନି। ଏହି ଘଟଣାରେ ପୋଲିସ ୨ଜଣ ଢାବା କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକଙ୍କୁ ନ ଜଣାଇ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବାରୁ ଶନିବାର ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶହ ଶହ ଲୋକ ନାଚିନ୍ଦା ସରପଞ୍ଚଙ୍କ ପ୍ରତିନିଧି ସୁବାଷ ଚାନ୍ଦଙ୍କ ନେତୃତ୍ୱରେ ଉଲୁଡା ଛକରେ ପହଞ୍ଚତ୍ ଆମ୍ବୁଲାନ୍ସକୁ ଅଟକ ରଖିବା ସହିତ ସେଥିରେ ଥିବା ୨ ଜଣ ପୋଲିସ କର୍ମଚାରୀଙ୍କୁ ଅଟକାଇଥିଲେ। ଆନ୍ଦୋଳନକାରୀମାନେ ବାଲିଆପାଳ-କମର୍ଦ୍ଦା ରାସ୍ତାକୁ ଅବରୋଧ କରି ମୃତ ବିଜୟଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ ା ଘଟଣାସ୍ଥଳରେ ଭୋଗରାଇ ତହସିଲଦାର, ଜଳେଶ୍ୱର ଏସ୍‌ଡିପିଓ ସୁଦର୍ଶନ ଦାସ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସମସ୍ତ ଦାବିକୁ ଗୁରୁତର ସହ ବିଚାର କରାଯିବ ବୋଲି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ପ୍ରତିଶ୍ରୁତି ଦେଇଥିବା କହିଥିଲେ। ଏହି ମାମଲାର ତଦନ୍ତ ଭାର ମାନବାଧିକାର କମିଶନକୁ ହସ୍ତାନ୍ତର କରାଯାଇଛି। ତହସିଲଦାର ଶବଦାହ ପାଇଁ ଜିଲା ରେଡକ୍ରସରୁ ୨୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହାପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା ା
ଉଲ୍ଲେଖଯୋଗ୍ୟ ଯେ, ଢାବାରୁ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣାରେ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ହତ୍ୟାକାଣ୍ଡକୁ ଆତ୍ମହତ୍ୟା ଘଟଣା କହିବାରୁ ଲଙ୍କାକାଣ୍ଡ ଆରମ୍ଭ ହୋଇଥିଲା। ଆନ୍ଦୋଳନକାରୀମାନେ ଆଇଆଇସିଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ପିଟିଥିଲେ ା ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଟାୟାର ଜାଳିବା ସହିତ ରାଜଧାନୀ ଢାବାକୁ ପୋଡି ପକାଇଥିଲେ। ଏହାପରେ ଆନ୍ଦୋଳନକାରୀମାନେ ଢାବା ମାଲିକ ସାହାବୁଦ୍ଦିନ ଶାହାଙ୍କ କଚୁଆପଡାସ୍ଥିତ ବାସଭବନକୁ ଯାଇ ନିଆଁ ଲଗାଇ ଦେଇଥିଲେ। ପରେ ଆନ୍ଦୋଳନକାରୀମାନେ ଜାମକୁଣ୍ଡାଛକରେ ଥିବା ତାଙ୍କ ଚୁଡି ଦୋକାନକୁ ଭଙ୍ଗାରୁଜା କରିଥିଲେ ା ତେବେ ଘଟଣା ଅଣାୟତ୍ତ ହେବାରୁ ପୋଲିସ ୧୪୪ ଧାରା ଜାରି କରି ଲାଠିଚାର୍ଜ କରିଥିଲା। ବାଲିଆପାଳରେ ଏସ୍‌ପି ବି. ଯୁଗଳ କିଶୋର କୁମାରଙ୍କ ସହ ଅତରିକ୍ତ ଏସ୍‌ପି ଟିକେ ଜେନା, ବସ୍ତା ଏସ୍‌ଡିପିଓ ରଣଜିତ ପୃଷ୍ଟି, ଜଳେଶ୍ୱର ଏସ୍‌ଡିପିଓ ସୁର୍ଦଶନ ଦାସ, ବସ୍ତା ଆଇଆଇସି ଧନେଶ୍ୱର ସାହୁ, ସିଂଲା ଆଇଆଇସି ସୁବ୍ରତ ବେହେରା, ରୂପସା ଥାନାଧିକାରୀଙ୍କ ସହିତ ୧୦ପ୍ଲାଟୁନ ଫୋର୍ସ ବାଲିଆପାଳରେ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri