ଥମୁନି ଉତ୍ତେଜନା, ବାଲିଆପାଳ ପୋଲିସ ଛାଉଣୀ: ୨ ଢାବା କର୍ମଚାରୀ ଅଟକ, ଉଲୁଡାରେ ରାସ୍ତାରୋକୋ

ବାଲିଆପାଳ, ୨୮ା୭(ଡି.ଏନ.ଏ.)-ବାଲିଆପାଳ ଇଡକୋ ଛକରେ ରାଜଧାନୀ ଢାବା ଓ ହୋଟେଲରେ ଶୁକ୍ରବାର ନାବାଳକଙ୍କୁ ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ବାଲିଆପାଳରେ ଉତ୍ତେଜନା ଥମିବାର ନଁା ନେଉନି। ଏହି ଘଟଣାରେ ପୋଲିସ ୨ଜଣ ଢାବା କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକଙ୍କୁ ନ ଜଣାଇ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବାରୁ ଶନିବାର ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶହ ଶହ ଲୋକ ନାଚିନ୍ଦା ସରପଞ୍ଚଙ୍କ ପ୍ରତିନିଧି ସୁବାଷ ଚାନ୍ଦଙ୍କ ନେତୃତ୍ୱରେ ଉଲୁଡା ଛକରେ ପହଞ୍ଚତ୍ ଆମ୍ବୁଲାନ୍ସକୁ ଅଟକ ରଖିବା ସହିତ ସେଥିରେ ଥିବା ୨ ଜଣ ପୋଲିସ କର୍ମଚାରୀଙ୍କୁ ଅଟକାଇଥିଲେ। ଆନ୍ଦୋଳନକାରୀମାନେ ବାଲିଆପାଳ-କମର୍ଦ୍ଦା ରାସ୍ତାକୁ ଅବରୋଧ କରି ମୃତ ବିଜୟଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ ା ଘଟଣାସ୍ଥଳରେ ଭୋଗରାଇ ତହସିଲଦାର, ଜଳେଶ୍ୱର ଏସ୍‌ଡିପିଓ ସୁଦର୍ଶନ ଦାସ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସମସ୍ତ ଦାବିକୁ ଗୁରୁତର ସହ ବିଚାର କରାଯିବ ବୋଲି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ପ୍ରତିଶ୍ରୁତି ଦେଇଥିବା କହିଥିଲେ। ଏହି ମାମଲାର ତଦନ୍ତ ଭାର ମାନବାଧିକାର କମିଶନକୁ ହସ୍ତାନ୍ତର କରାଯାଇଛି। ତହସିଲଦାର ଶବଦାହ ପାଇଁ ଜିଲା ରେଡକ୍ରସରୁ ୨୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହାପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା ା
ଉଲ୍ଲେଖଯୋଗ୍ୟ ଯେ, ଢାବାରୁ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣାରେ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ହତ୍ୟାକାଣ୍ଡକୁ ଆତ୍ମହତ୍ୟା ଘଟଣା କହିବାରୁ ଲଙ୍କାକାଣ୍ଡ ଆରମ୍ଭ ହୋଇଥିଲା। ଆନ୍ଦୋଳନକାରୀମାନେ ଆଇଆଇସିଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ପିଟିଥିଲେ ା ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଟାୟାର ଜାଳିବା ସହିତ ରାଜଧାନୀ ଢାବାକୁ ପୋଡି ପକାଇଥିଲେ। ଏହାପରେ ଆନ୍ଦୋଳନକାରୀମାନେ ଢାବା ମାଲିକ ସାହାବୁଦ୍ଦିନ ଶାହାଙ୍କ କଚୁଆପଡାସ୍ଥିତ ବାସଭବନକୁ ଯାଇ ନିଆଁ ଲଗାଇ ଦେଇଥିଲେ। ପରେ ଆନ୍ଦୋଳନକାରୀମାନେ ଜାମକୁଣ୍ଡାଛକରେ ଥିବା ତାଙ୍କ ଚୁଡି ଦୋକାନକୁ ଭଙ୍ଗାରୁଜା କରିଥିଲେ ା ତେବେ ଘଟଣା ଅଣାୟତ୍ତ ହେବାରୁ ପୋଲିସ ୧୪୪ ଧାରା ଜାରି କରି ଲାଠିଚାର୍ଜ କରିଥିଲା। ବାଲିଆପାଳରେ ଏସ୍‌ପି ବି. ଯୁଗଳ କିଶୋର କୁମାରଙ୍କ ସହ ଅତରିକ୍ତ ଏସ୍‌ପି ଟିକେ ଜେନା, ବସ୍ତା ଏସ୍‌ଡିପିଓ ରଣଜିତ ପୃଷ୍ଟି, ଜଳେଶ୍ୱର ଏସ୍‌ଡିପିଓ ସୁର୍ଦଶନ ଦାସ, ବସ୍ତା ଆଇଆଇସି ଧନେଶ୍ୱର ସାହୁ, ସିଂଲା ଆଇଆଇସି ସୁବ୍ରତ ବେହେରା, ରୂପସା ଥାନାଧିକାରୀଙ୍କ ସହିତ ୧୦ପ୍ଲାଟୁନ ଫୋର୍ସ ବାଲିଆପାଳରେ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri