ତ୍ରୁଟିପୂର୍ଣ୍ଣ ନିର୍ମାଣ ସାଜିଛି ଦୁର୍ଘଟଣା କାରଣ

ରସୁଲପୁର,୧୧।୮(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଦେଇ ଅତିକ୍ରମ କରିଥିବା ୧୬ ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଦିନକୁ ଦିନ ଦୁର୍ଘଟଣା ବଢୁଛି । ଏଦିଗରେ ଉଭୟ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ଓ ରାଜପଥ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବକୁ ଦାୟୀ କରାଯାଉଛି। ଫଳରେ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଶୁକ୍ରବାର ସନ୍ଧ୍ୟାରେ ରାଜପଥ ନିର୍ମାଣରେ ବ୍ୟବହୃତ ଡମ୍ଫର ଧକ୍କାରେ ଯାଜପୁର ସଦର ଥାନା ଅନ୍ତର୍ଗତ ଝାଲପଡା ପଞ୍ଚାୟତ କାକୁଡି କୁଦ ଗ୍ରାମର ସଞ୍ଜିତ ରାୟ(୩୦) ନାମକ ଜଣେ ଯୁବକ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେହିପରି ବାରବାଟୀ ନିକଟରେ ଗଳି ପୋଲ ଆପ୍ରୋଚ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଖାମଖିଆଲ ଭାବରେ କରାଯାଉଥିବାରୁ ଦୁଇଟି ଟ୍ରକ୍‌ ରାସ୍ତା ତଳକୁ ଖସି ପଡ଼ି ଚାଳକ ଗୁରୁତର ଆହତ ହୋଇଥିଲେ। ଏହିଭଳି ଭାବରେ ନିର୍ମାଣଧୀନ ରାଜପଥର ବିଭିନ୍ନ ସ୍ଥାନରେ ଘଟୁଥିବା ଦୁର୍ଘଟଣା ରାସ୍ତା ନିର୍ମାଣରେ ରହୁଥିବା ତ୍ରୁଟି ଯୋଗୁ ବୋଲି ଅଭିଯୋଗ ହେଉଛି।

ବ୍ଲକର ବାରବାଟୀଠାରୁ ଖଣ୍ଡିତର ପର୍ଯ୍ୟନ୍ତ ୧୦କି.ମି ଲମ୍ବ ରାଜପଥ ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଛି। ରାସ୍ତା ନିର୍ମାଣ ବେଳେ ସୁରକ୍ଷା ସତର୍କତା ଅବଲମ୍ବନ କରାଯାଉ ନ ଥିବାରୁ ଦୁର୍ଘଟଣା ଘଟୁଛି। ଠିକା ସଂସ୍ଥା ଦୀଲିପ ବିଲ୍ଡକନ୍‌ କମ୍ପାନୀ ରାସ୍ତା ନିର୍ମାଣରେ ବ୍ୟବହୃତ ସାମଗ୍ରୀ ବାଲି, ଚିପ୍ସ, ମାଟି ଆଦି ପରିବହନ ସମୟରେ ଲଘୁ ଖଣିଜ ଜାତ ସାମଗ୍ରୀ ପରିବହନ ସମ୍ପର୍କିତ ନିୟମକୁ ପାଳନ କରୁନାହିଁ । ନିର୍ମାଣ ସାମଗ୍ରୀ ଖୋଲାମେଲାରେ ପରିବହନ କାରଣରୁ ଗାଡ଼ି, ମୋଟର ଚାଳକ, ବାଇକ୍‌ ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ପରିବହନରେ ବ୍ୟବହୃତ ଗାଡ଼ିଗୁଡିକ ଓଭର ଲୋଡିଂ କରି ସାମଗ୍ରୀ ପରିବହନ କରୁଛନ୍ତି । ନିର୍ମାଣ ସ୍ଥଳର ୫୦୦ମିଟର ପୂର୍ବର ରାସ୍ତା ପାର୍ଶ୍ୱରେ ସୂଚନା ଫଳକ ଲାଗିବା ବିଧିକୁ ମଧ୍ୟ ପାଳନ କରାଯାଉ ନାହିଁ। ଏପରି କି ରାସ୍ତା ପାର୍ଶ୍ୱରେ ସୁରକ୍ଷା ବାଡ଼ ଲଗା ନ ଯାଇ ନିର୍ମାଣ କାର୍ଯ୍ୟ ଚାଲୁ ରହୁଛି। କେବଳ କାମଚଳାଇବା ପାଇଁ ରାସ୍ତାପାର୍ଶ୍ୱରେ ଗୋଟିଏ ଲେଖାଏ ସିମେଣ୍ଟ ସ୍ଲାବ ରଖାଯାଇ ବିପଦକୁ ଆମନ୍ତ୍ରଣ କରାଯାଉଛି। ମାଲ୍‌ ପରିବହନରେ ବ୍ୟବହୃତ ଡମ୍ପର ଓ ହାଇୱା ଗାଡିଗୁଡିକ ଆପ୍ରୋଚ ରାସ୍ତାକୁ ବ୍ୟବହାର ନ କରି ରାଜପଥର ଗାଡ଼ି ଚଳାଚଳରେ ବାଧା ଉପୁଯାଉଛନ୍ତି। ଠିକା ସଂସ୍ଥା ପକ୍ଷରୁ ନିୟୋଜିତ ଗାଡି ଚାଳକଙ୍କ ବେପରୁଆ ଗାଡ଼ି ଚାଲାଣ ଯୋଗୁ କୁଆଖିଆ ବିଜୁନଗର ନିକଟସ୍ଥ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାର ଜନୈକ କର୍ମଚାରୀ ମୃତ୍ୟୁ ବରଣ କରିଥିଲେ। ଏହାଛଡ଼ା ଖୋଲାରେ ପରିବହନ ହେଉଥିବା ବାଲି, ମାଟି ଓ ଚିପ୍ସ ଆଦି ଗାଡ଼ିରୁ ସାମଗ୍ରୀ ଖସି ରାସ୍ତା ପାର୍ଶ୍ୱରେ ଜମି ରହୁଛି। ପୋଲ ଉପରେ ବର୍ଷପାଣି ନିଷ୍କାସନ ପାଇଁ ରହିଥିବା ଗର୍ତ୍ତଗୁଡିକ ପୋତିହୋଇ ଯାଉଛି ା ଫଳରେ ରାସ୍ତା ଓ ପୋଲ ଉପରେ ବଷର୍ର୍ାପାଣି ଜମି ରହି ବିପଦ ସୃଷ୍ଟି କରୁଛି। ଏହା ସତ୍ତ୍ୱେ ବି ଠିକା ସଂସ୍ଥା ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉ ନାହିଁ ା ଗାଡ଼ି ଚାଳନାରେ ଅସାବଧାନତା କାରଣରୁ ଦୁର୍ଘଟଣା ଘଟିବାର ମୂଳ କାରଣ ବୋଲି କୁହାଯାଉଛି। ରାସ୍ତା ନିର୍ମାଣ ବେଳେ ଠିକାସଂସ୍ଥା ସରକାରୀ ନିୟମକୁ ମାନୁ ନ ଥିବା କାରଣରୁ ଜନଅସନ୍ତୋଷ ସୃଷ୍ଟି ହେଉଛି। ରାସ୍ତା ଓ ଯାତ୍ରୀଙ୍କ ସୁରକ୍ଷା ଦିଗରେ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri