Posted inଖେଳ

ତ୍ରିରାଷ୍ଟ୍ରୀୟ ଟି୨୦: ବାଂଲାଦେଶ- ଆଫଗାନିସ୍ତାନ ଫାଇନାଲ

ଚିଟ୍ଟାଗଙ୍ଗ,୧୯।୯(ଏଏଫପି)- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଆସନ୍ତା ମଙ୍ଗଳବାର ଫାଇନାଲ ମୁକାବିଲାରେ ଆୟୋଜକ ବାଂଲାଦେଶ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ। ଅନ୍ୟତମ ଦଳ ଜିମ୍ବାଓ୍ବେ ତା’ର ଅନ୍ତିମ ମ୍ୟାଚ୍‌ରେ ଶୁକ୍ରବାର ଆଫଗାନିସ୍ତାନକୁ ଭେଟିବ। ବୁଧବାର ଅନୁଷ୍ଠିତ ସିରିଜର ଚତୁର୍ଥ ମ୍ୟାଚ୍‌ରେ ବାଂଲାଦେଶ ୩୯ ରନରେ ଜିମ୍ବାଓ୍ବେକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ୭ ଉଇକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲା। ଜବାବରେ ଜିମ୍ବାଓ୍ବେ ୨୦ ଓଭରରେ ୧୩୬ ରନ କରି ଅଲଆଉଟ ହୋଇ ପରାଜୟ ବରଣ କରିଛି। ୪୧ ବଲରୁ ୧ ଚୌକା ଓ ୫ ଛକା ସହ ୬୨ ରନର ଦ୍ରୁତ ପାଳି ଖେଳିଥିବା ବାଂଲାଦେଶ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମହମୁଦୁଲ୍ଲା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୭୬ ରନ ଟାର୍ଗେଟର ପିଛା କରିଥିବା ଜିମ୍ବାଓ୍ବେ ପକ୍ଷରୁ ରିଚ୍‌ମଣ୍ଡ ମୁଟୁମ୍ବାମି ସର୍ବାଧିକ ୫୪, ଅଧିନାୟକ ହାମିଲଟନ ମାସାକାଜା ୨୫, କାଏଲ ଜାର୍ଭିସ ୨୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ବାଂଲାଦେଶର ଶଫିଉଲ ଇସ୍‌ଲାମ ୩, ମୁସ୍ତାଫିଜୁର ରହମାନ ଓ ଅମିନୁଲ ଇସ୍‌ଲାମ ୨ଟି ଲେଖାଏ, ମହମ୍ମଦ ସୈଫୁଦ୍ଦିନ ଓ ସାକିବ ଅଲ ହାସଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ତରଫରୁ ମହମୁଦୁଲ୍ଲା ସର୍ବାଧିକ ୬୨, ଲିଟନ ଦାସ ୩୮, ମୁସ୍‌ଫିକର ରହିମ ୩୨ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଜିମ୍ବାଓ୍ବେ ପକ୍ଷରୁ ବୋଲିଂରେ ଜାର୍ଭିସ ୩, କ୍ରିସ୍‌ ମୋଫୁ ୨, ରିୟାନ ବୁର୍ଲ ଓ ଟିନୋଟେଣ୍ଡା ମୁଟୋମ୍ବୋଜି ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ୨୦ ଓଭରରେ ୧୭୫/୭
(ମହମୁଦୁଲ୍ଲା- ୬୨, ଲିଟନ- ୩୮, ମୁସ୍‌ଫିକର-୩୨, ଜାର୍ଭିସ- ୩/୩୨, ମୋଫୁ- ୨/୪୨)।
ଜିମ୍ବାଓ୍ବେ ୨୦ ଓଭରରେ ୧୩୬ ଅଲଆଉଟ୍‌
(ମୁଟୁମ୍ବାମି- ୫୪, ଜାର୍ଭିସ- ୨୭, ମାସାକାଜା- ୨୫, ଶଫିଉଲ- ୩/୩୬, ମୁସ୍ତାଫିଜୁର- ୨/୩୮, ଅମିନୁଲ- ୨/୧୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri