ତେଲୁଗୁ ଅଞ୍ଚଳରେ ବଢ଼ିବ ଓଡ଼ିଆର ଆଗ୍ରହ

ବ୍ରହ୍ମପୁର ଅଫିସ,୧୨ା୮-ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ରବିବାର ଉତ୍କଳ ସମ୍ମିଳନୀ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ଗଞ୍ଜାମ କଳା ପରିଷଦରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଓଡ଼ିଆ ଭାଷାର ପ୍ରୟୋଗ କୌଶଳ ସମ୍ପର୍କରେ ତାଲିମ ଦିଆଯାଇଥିଲା। ଗତ କିଛି ବର୍ଷ ହେଲା ଆନ୍ଧ୍ରପ୍ରଦେଶ ସରକାରଙ୍କ ସହଯୋଗରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି ହେବାରେ ଲାଗିଛି। ଓଡ଼ିଆ ଛାତ୍ରୀଛାତ୍ରମାନେ ଓଡ଼ିଆ ଭାଷାରେ ଅଧ୍ୟୟନ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେଠାରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଧିକରୁ ଅଧିକ ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଓଡ଼ିଆ ଭାଷାରେ ଅଧ୍ୟୟନ କରିବା ପାଇଁ ଆଗ୍ରହ ସୃଷ୍ଟି କରାଯାଇ ପାରିବ ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା ।
ଉତ୍କଳ ସମ୍ମିଳନୀର ଗଞ୍ଜାମ ଜିଲା ସଭାପତି ମନ୍ମଥ ପାଢ଼ୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଉତ୍କଳ ସମ୍ମିଳନୀ ରାଜ୍ୟ ସଭାପତି ପ୍ରଫେସର ଡ. ଅଦ୍ୱୈତ କୁମାର ପାତ୍ର ଯୋଗ ଦେଇଥିଲେ। ସେ କହିଥିଲେ, ଓଡ଼ିଆ ଭାଷାକୁ ଅଧିକ ଆକୃଷ୍ଟ କରିବ। ବିଚ୍ଛିନ୍ନାଞ୍ଚଳରେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ କରାଯାଉଛି। ଗତ ୨୧ତାରିଖରେ ଜଳେଶ୍ୱରରେ ପଶ୍ଚିମବଙ୍ଗର ୧୩୫ ଓଡ଼ିଆ ଶିକ୍ଷକଙ୍କୁ ତାଲିମ ଦିଆଯାଇଥିଲା। ଆନ୍ଧ୍ରପ୍ରଦେଶରେ ପ୍ରାୟ ୨ଶହ ଓଡ଼ିଆ ବିଦ୍ୟାଳୟ ରହିଛି। ସେଗୁଡ଼ିକରେ ୬ଶହ ପଦବୀ ଥିବା ବେଳେ ସେଥିରୁ ୨ଶହ ପଦବୀ ଖାଲି ପଡ଼ିଛି। ଅନ୍ୟପଟେ ଅଭାବକୁ ଦୂର କରିବା ପାଇଁ ଓଡ଼ିଶା ସରକାରଙ୍କ ସହଯୋଗରେ ୧୩୦ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଯଦି ଆନ୍ଧ୍ର ପ୍ରଦେଶ ସରକାର ସମସ୍ତ ପଦବୀ ପୂରଣ କରନ୍ତି, ତେବେ ଯେଉଁ ଅଞ୍ଚଳରେ ଓଡ଼ିଆ ଭାଷାଭାଷୀ ଲୋକମାନେ ବସବାସ କରୁଛନ୍ତି, କିନ୍ତୁ ବିଦ୍ୟାଳୟ ନାହିଁ, ସେଠାରେ ବିଦ୍ୟାଳୟ ଖୋଲିବା ଦିଗରେ ପଦକ୍ଷେପ ନିଆଯିବ। ଓଡ଼ିଶା ସରକାର ଏ ଦିଗରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହ ଆଲୋଚନା କରନ୍ତୁ। ଓଡ଼ିଆ ପିଲାଙ୍କୁ ପୁସ୍ତକ ଯୋଗାଇବା ସହ ସ୍କୁଲଗୁଡ଼ିକର ଉନ୍ନତୀକରଣ ଦିଗରେ ଆନ୍ଧ୍ରପ୍ରଦେଶ ଯଥେଷ୍ଟ ପଦକ୍ଷେପ ନେଉଥିବା ଯୋଗୁ ସେ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଅନନ୍ତ ପ୍ରସାଦ ଜେନା, କୋଷାଧ୍ୟକ୍ଷ ବିମଳ ଚନ୍ଦ୍ର ଷଡ଼ଙ୍ଗୀ, ଜିଲା ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, ଯୁଗ୍ମ ସମ୍ପାଦକ ଡା. ନକୁଳ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ କବୟିତ୍ରୀ ସ୍ବର୍ଣ୍ଣପ୍ରଭା ପାଢୀଙ୍କ ନେତୃତ୍ୱରେ ବନ୍ଦେ ଉତ୍କଳ ଜନନୀ ସମୂହ ଗାନ କରାଯାଇଥିଲା। ଖଲ୍ଲିକୋଟସ୍ଥିତ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଡିଆଇଇଟି) ପ୍ରଶିକ୍ଷକ ଦେବେନ୍ଦ୍ରନାଥ ସାହୁ, ନିବେଦିତା ପାଢୀ ଓ ଜୟନ୍ତୀ ବେହେରା, ଡୁରା ରାମନାରାୟଣ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ବନମାଳୀ ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ମହାପାତ୍ର, ଶଶୀଭୂଷଣ ମହିଳା ମହାବିଦ୍ୟାଳୟ ଶିକ୍ଷା ବିଭାଗ ବରିଷ୍ଠ ଅଧ୍ୟାପିକା ଡ. ମନସ୍ବିନୀ ପାଢୀ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ମହାପାତ୍ର ପ୍ରମୁଖ ସାଧନ କର୍ମୀଭାବେ ଯୋଗଦେଇ ତାଲିମ୍‌ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri