Posted inଜାତୀୟ

ତିନି ପାଦ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୨ା୩: ୨୦୩୦ ମସିହା ବେଳକୁ ଭାରତ ଯେଉଁ ବିକାଶ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହେବାପରି ମନେହେଉନାହିଁ। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନମେଣ୍ଟସ୍‌ ଷ୍ଟେଟ୍‌ ଅଫ୍‌ ଇଣ୍ଡିଆନ୍ସ ଏନ୍‌ଭାଇରନମେଣ୍ଟ ରିପୋର୍ଟ ୨୦୨୨ରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ପାକିସ୍ତାନକୁ ଛାଡ଼ିଦେଲେ ଦକ୍ଷିଣ ଏସିଆର ସବୁ ଦେଶ ଭାରତକୁ ପଛରେ ପକାଇ ଦେଇଛନ୍ତି।
୨୦୨୧ରେ ଭାରତ ଏହି ସୂଚୀରେ ୧୧୭ ନମ୍ବର ସ୍ଥାନରେ ଥିବାବେଳେ ଚଳିତ ବର୍ଷ ତିନି ପାଦ ତଳକୁ ଖସିଆସିଛି। ସଦ୍ୟ ରିପୋର୍ଟ ଅନୁସାରେ ଭାରତ ୧୨୦ତମ ସ୍ଥାନରେ ରହିଛି। ୭୫ତମ ସ୍ଥାନରେ ଭୁଟାନ ଥିବାବେଳେ ୮୭ ସ୍ଥାନରେ ଶ୍ରୀଲଙ୍କା, ୯୬ ନେପାଳ ଏବଂ ୧୦୯ରେ ବାଂଲାଦେଶ ରହିଛି। ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ରେ ଭାରତର ସ୍ଥାନ ଖସିଥିବା କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ପ୍ରକାଶିତ ରିପୋର୍ଟରେ ଭାରତର ଏସ୍‌ଡିଜି ସ୍କୋର ରହିଛି ୬୬। ଚଳିତ ବର୍ଷ ଭାରତ ୧୧ଟି ଏସ୍‌ଡିଜି ଗୋଲ୍‌ ରଖିଥିଲା। ସେଥିରେ ଉତ୍ତମ ସ୍ବାସ୍ଥ୍ୟ, ଲିଙ୍ଗଗତ ସମାନତା, କ୍ଷୁଧାମୁକ୍ତି ଭଳି ବିକାଶ ମୂଳକ କାର୍ଯ୍ୟକ୍ରମ ସାମିଲ ଥିଲା।
ଏସ୍‌ଡିଜି ଲାଗି ରାଜ୍ୟସ୍ତରୀୟ ପ୍ରସ୍ତୁତି ଦୃଷ୍ଟିରୁ ଝାଡ଼ଖଣ୍ଡ ଓ ବିହାର ସବୁଠାରୁ ପଛରେ ଅଛନ୍ତି। କେରଳ ସବାଆଗରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ତାମିଲନାଡୁ ଓ ହିମାଚଳ ପ୍ରଦେଶ। ସେହିପରି ତୃତୀୟ ସ୍ଥାନରେ ଗୋଆ, କର୍ନାଟକ, ଆନ୍ଧ୍ର ପ୍ରଦେଶ ଓ ଉତ୍ତରାଖଣ୍ଡ ଅଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଭିତରୁ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ଥିବାବେଳେ ଦିଲ୍ଲୀ, ଲାକ୍ଷାଦ୍ୱୀପ, ପୁଡୁଚେରୀ ଦ୍ୱିତୀୟ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପ ତୃତୀୟ ସ୍ଥାନରେ ରହିଛନ୍ତି। ଗତବର୍ଷ ଦେଶରୁ ଖାଦ୍ୟ ସମସ୍ୟା କମ୍‌ କରିବା ସହ ଖାଦ୍ୟ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା କ୍ଷେତ୍ରରେ ଭଲ ପ୍ରଦର୍ଶନ ନକରିବା ସତ୍ତ୍ୱେ ୧୧୭ ସ୍ଥାନ ଅଧିକାର କରିଥିଲା। ୨୦୩୦ର ବିକାଶ ପାଇଁ ୨୦୧୫ରୁ ଏସ୍‌ଡିଜି ଜରିଆରେ ୧୯୨ ସଂଯୁକ୍ତ ରାଷ୍ଟ୍ର ଏକଜୁଟ ହୋଇଛନ୍ତି। ଯେଉଁଥିରେ ପ୍ରମୁଖ ଭାବେ ୧୭ ଗୋଟି ସମସ୍ୟାକୁ ଏସ୍‌ଜିଡିରେ ସାମିଲ କରାଯାଇଛି। ଏହାର ବିକାଶ ଦିଗରେ ପ୍ରତ୍ୟେକ ଦେଶ କାମ କରୁଥିବାବେଳେ ପ୍ରତିବର୍ଷ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଥାଏ; ଯାହା ଜରିଆରେ ବିକାଶ ନେଇ ଦେଶ କେତେ ଆଗୁଆ କାମ କରୁଛି ସେ ବିଷୟରେ ଆଲୋକପାତ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

LPG ସବସିଡି ଚେକ୍‌ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍‌!

ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ…

ସ୍ବର୍ଣ୍ଣ ପଦକ ହାତଛଡ଼ା ହେବାର ବଡ଼ କାରଣ କହିଲେ ଏହି ଆଥଲେଟ୍‌

ନୂଆଦିଲ୍ଲୀ,୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକଧାରୀ ସେଲଭା ପ୍ରଭୁଙ୍କ ମତରେ ଫୁଡ୍‌ ପଏଜନିଂ କାରଣରୁ ସେ ଗ୍ଲାସଗୋରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଛନ୍ତି। ସେଲଭା ପୁରୁଷ ଟ୍ରିପଲ…

ଇସ୍ତଫା ଦେଲେ ୨ ବିଧାୟକ: ରାଗିଗଲେ ମୁଖ୍ୟମନ୍ତ୍ରୀ, ସିଧା କହିଦେଲେ…

ନୂଆଦିଲ୍ଲୀ,୪।୮: କର୍ନାଟକରେ ଡିକେ ଶିବକୁମାରଙ୍କ ସରକାରର କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ମୋଟ ୨୦ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। କଂଗ୍ରେସ ସରକାର କ୍ୟାବିନେଟ୍…

ରାସ୍ତାରେ ଅଟକି ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀମାନଙ୍କୁ ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି

ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ…

ଉଦୟନିଧି ଷ୍ଟାଲିନଙ୍କ ମାମଲାରେ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ! ପଚରାଉଚରା ପରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିକଟତର ବନ୍ଧୁ ଏବଂ ଅଭିନେତ୍ରୀ ତ୍ରିଷାଙ୍କ ଉପରେ କଥିତ…

ଚୋରିର ୧୫ ଦିନ ପରେ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଫେରାଇଦେଲେ ଚୋର; ଚିଠିରେ ଲେଖିଲେ..

ହାଇଦ୍ରାବାଦ୍‌,୪।୮: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରୁ ଏକ ଅତ୍ୟନ୍ତ ଅସାଧାରଣ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚୋରି କରିଥିବା ଚୋରମାନେ ଅପରାଧର ପ୍ରାୟ ୧୫ ଦିନ ପରେ ଅଧିକାଂଶ…

ମଝି ଆକାଶରେ ହଠାତ୍‌ ତଳକୁ ଖସିଲା ବିମାନ, ଛାତରେ ବାଜିଲା ଯାତ୍ରୀଙ୍କ ମୁଣ୍ଡ, ଅନେକ ଯାତ୍ରୀ…

ନୂଆଦିଲ୍ଲୀ,୪।୮: ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ହଠାତ୍‌ ପ୍ରବଳ ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri