ତିନିମୁଣ୍ଡିଆରେ ଅଟକିଲା ରଥ

ପୁରୁଣା ଭୁବନେଶ୍ୱର,୧୦।୪(ଡି.ଏନ୍‌.ଏ.): ଅଶୋକାଷ୍ଟମୀ ଅବସରରେ ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ନୀତିକାନ୍ତି ପରେ ଶ୍ରୀଲିଙ୍ଗରାଜ, ଭଉଣୀ ରୁକୁଣା ଦେବୀ, ପ୍ରଭୁ ଦୋଳଗୋବିନ୍ଦ ଦକ୍ଷିଣ ଘରୁ ବିଜେ ହୋଇ ଆଡ଼କାଠ ନିକଟରେ ପହଞ୍ଚିଥିଲେ। ସେବାୟତମାନେ ଶ୍ରୀଜୀଉଙ୍କୁ ଆଜ୍ଞାପ୍ରସାଦ ଦେବାପରେ ଅପରାହ୍ନ ୧ଟାରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାଙ୍କୁ ପହଣ୍ଡିରେ ଆଣିଥିଲେ। ଅପରାହ୍ନ ୧ଟା ୫୦ରେ ଶ୍ରୀଜୀଉମାନେ ରଥାରୂଢ଼ ହୋଇଥିଲେ। ପୂଜାପଣ୍ଡା ସେବାୟତ ଛେରାପହଁରା କରିଥିଲେ। ଅପରାହ୍ନ ୩ଟା ୨୨ରେ ରଥ ଉପରକୁ ଘୋଡ଼ା ଉଠିବା ପରେ ରଥ କାଳିସୀ ନରସିଂହ ଖୁଣ୍ଟିଆ ଓ ତାଙ୍କ ପୁଅ ଭବାନୀ ରଥକୁ ଚଢ଼ିଥିଲେ। ଅପରାହ୍ନ ୪ଟା ୫୫ରେ ରଥଟଣା ହୋଇଥିଲା। ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ଅନୁସାରେ ଅପରାହ୍ନ ୩ଟା ୩୦ରେ ରଥ ଟଣା ହେବାକୁ ଥିଲା। ହେଲେ ୧ଘଣ୍ଟା ୨୫ମିନିଟ ବିଳମ୍ବରେ ରଥ ଟଣା ଯାଇଥିଲା। ରଥଖଳାରୁ ୫୦୦ମିଟର ରଥ ଗଡ଼ିଲା ପରେ ସନ୍ଧ୍ୟା ହୋଇଯିବାରୁ ଟଣା ବନ୍ଦ ରହିଛି। ରଥ ତିନିମୁଣ୍ଡିଆ ଛକ ନିକଟରେ ଅଟକି ରହିଛି।
ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତିମୟ ପରିବେଶ ମଧ୍ୟରେ ରଥ ଟାଣିବାକୁ ଅପେକ୍ଷା କରି ରହିଥିଲେ। ଅଳ୍ପ ସମୟ ରଥ ଟଣା ଯୋଗୁ ଶ୍ରଦ୍ଧାଳୁମାନେ ନିରାଶ ହୋଇ ଫେରିଥିଲେ। ଗୋଟିଏ ଦିନରେ ରଥ ଟଣାଯାଇ ରାମେଶ୍ୱର ମନ୍ଦିରରେ ଲାଗିବାର ନିୟମ ଥିବା ବେଳେ ଏହା ହୋଇପାରି ନ ଥିଲା। ଶୁକ୍ରବାର ରଥ ପ୍ରତିଷ୍ଠା ଅର୍ଥାତ୍‌ ଠାକୁରଙ୍କ ବଡ଼ସିଂହାର ନୀତିରେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ଯୋଗୁ ଶନିବାର ମଙ୍ଗଳ ଆଳତି ନୀତି ୬ଟା ୩୦ରେ ହୋଇଥିଲା। ଫଳରେ ରଥ ଟଣା ୧ଘଣ୍ଟା ୨୫ମିନିଟ ବିଳମ୍ବରେ ହୋଇଥିଲା। ରବିବାର ନୀତିକାନ୍ତି ପରେ ଅପରାହ୍ନ ୩ଟାରେ ପୁଣି ରଥ ଟଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri