ତିନିମୁଣ୍ଡିଆରେ ଅଟକିଲା ରଥ

ପୁରୁଣା ଭୁବନେଶ୍ୱର,୧୦।୪(ଡି.ଏନ୍‌.ଏ.): ଅଶୋକାଷ୍ଟମୀ ଅବସରରେ ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ନୀତିକାନ୍ତି ପରେ ଶ୍ରୀଲିଙ୍ଗରାଜ, ଭଉଣୀ ରୁକୁଣା ଦେବୀ, ପ୍ରଭୁ ଦୋଳଗୋବିନ୍ଦ ଦକ୍ଷିଣ ଘରୁ ବିଜେ ହୋଇ ଆଡ଼କାଠ ନିକଟରେ ପହଞ୍ଚିଥିଲେ। ସେବାୟତମାନେ ଶ୍ରୀଜୀଉଙ୍କୁ ଆଜ୍ଞାପ୍ରସାଦ ଦେବାପରେ ଅପରାହ୍ନ ୧ଟାରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାଙ୍କୁ ପହଣ୍ଡିରେ ଆଣିଥିଲେ। ଅପରାହ୍ନ ୧ଟା ୫୦ରେ ଶ୍ରୀଜୀଉମାନେ ରଥାରୂଢ଼ ହୋଇଥିଲେ। ପୂଜାପଣ୍ଡା ସେବାୟତ ଛେରାପହଁରା କରିଥିଲେ। ଅପରାହ୍ନ ୩ଟା ୨୨ରେ ରଥ ଉପରକୁ ଘୋଡ଼ା ଉଠିବା ପରେ ରଥ କାଳିସୀ ନରସିଂହ ଖୁଣ୍ଟିଆ ଓ ତାଙ୍କ ପୁଅ ଭବାନୀ ରଥକୁ ଚଢ଼ିଥିଲେ। ଅପରାହ୍ନ ୪ଟା ୫୫ରେ ରଥଟଣା ହୋଇଥିଲା। ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ଅନୁସାରେ ଅପରାହ୍ନ ୩ଟା ୩୦ରେ ରଥ ଟଣା ହେବାକୁ ଥିଲା। ହେଲେ ୧ଘଣ୍ଟା ୨୫ମିନିଟ ବିଳମ୍ବରେ ରଥ ଟଣା ଯାଇଥିଲା। ରଥଖଳାରୁ ୫୦୦ମିଟର ରଥ ଗଡ଼ିଲା ପରେ ସନ୍ଧ୍ୟା ହୋଇଯିବାରୁ ଟଣା ବନ୍ଦ ରହିଛି। ରଥ ତିନିମୁଣ୍ଡିଆ ଛକ ନିକଟରେ ଅଟକି ରହିଛି।
ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତିମୟ ପରିବେଶ ମଧ୍ୟରେ ରଥ ଟାଣିବାକୁ ଅପେକ୍ଷା କରି ରହିଥିଲେ। ଅଳ୍ପ ସମୟ ରଥ ଟଣା ଯୋଗୁ ଶ୍ରଦ୍ଧାଳୁମାନେ ନିରାଶ ହୋଇ ଫେରିଥିଲେ। ଗୋଟିଏ ଦିନରେ ରଥ ଟଣାଯାଇ ରାମେଶ୍ୱର ମନ୍ଦିରରେ ଲାଗିବାର ନିୟମ ଥିବା ବେଳେ ଏହା ହୋଇପାରି ନ ଥିଲା। ଶୁକ୍ରବାର ରଥ ପ୍ରତିଷ୍ଠା ଅର୍ଥାତ୍‌ ଠାକୁରଙ୍କ ବଡ଼ସିଂହାର ନୀତିରେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ଯୋଗୁ ଶନିବାର ମଙ୍ଗଳ ଆଳତି ନୀତି ୬ଟା ୩୦ରେ ହୋଇଥିଲା। ଫଳରେ ରଥ ଟଣା ୧ଘଣ୍ଟା ୨୫ମିନିଟ ବିଳମ୍ବରେ ହୋଇଥିଲା। ରବିବାର ନୀତିକାନ୍ତି ପରେ ଅପରାହ୍ନ ୩ଟାରେ ପୁଣି ରଥ ଟଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?