ତାଳଚେରରୁ ଦେଓଘର: ସାଇକେଲରେ ଫେରୁଛନ୍ତି ୭ ଶ୍ରମିକ

କେନ୍ଦୁଝର,୧୬ା୪ (ସ୍ବ.ପ୍ର.): ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ ଡାଉନ ଘୋଷଣା ହୋଇଛି। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବା ପାଇଁ ସରକାର ଆହ୍ବାନ କରିଛନ୍ତି। ଏହା ସତ୍ତ୍ୱେ ଅନେକ ସମୟରେ ଶ୍ରମିକମାନେ ଗାଡିରେ, ଚାଲିଚାଲି ଓ ସାଇକେଲରେ ନିଜ ନିଜ ଘରକୁ ଫେରୁଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି।  ଅନ୍ୟପକ୍ଷେ ଜିଲା ଓ ରାଜ୍ୟ ସୀମା ସିଲ୍‌ ଥିବା କୁହାଯାଉଥିବା ବେଳେ ଅନ୍ୟ ରାଜ୍ୟ ଓ ଜିଲାରୁ ଶ୍ରମିକମାନେ ଚାଲି ଆସୁଥିବାରୁ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି। ଅନୁଗୁଳ ଜିଲା ତାଳଚେର ଅଞ୍ଚଳରୁ ୭ ଜଣ ଶ୍ରମିକ କେନ୍ଦୁଝର ଜିଲା ଦେଇ ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ କି.ମି ଦୂର ଝାରଖଣ୍ଡ ରାଜ୍ୟର ଦେଓଘର ଜିଲା ଅଭିମୁଖେ ଯାଉଥିବା ଘଟଣା ଆଲୋଚ୍ୟର ବିଷୟ ହୋଇଛି। ସେମାନେ ଜଣେ ଠିକାଦାର ପାଖରେ ରହି କାମ କରୁଥିଲେ। କରୋନା ପାଇଁ ଲକ୍‌ ଡାଉନ ହେବା ପରେ କାମଧନ୍ଦା ବନ୍ଦ ହୋଇ ଯାଇଥିଲା। ବିନା କାମରେ ୧୮ଦିନ ଅସୁବିଧାରେ ବସି ରହିବା ପରେ ଘରକୁ ଫେରିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ। ଶ୍ରମିକ ସତ୍ୟନାରାୟଣ ଗୋସ୍ବାମୀ ଓ ମନୋଜ ଗୋସ୍ବାମୀଙ୍କ କହିବା ଅନୁସାରେ ଲକ୍‌ ଡାଉନ ହେବା ପରେ ଠିକାଦାର କାମ ବନ୍ଦ କରି ଚାଲିଯାଇ ଥିଲେ। ଫଳରେ ସେମାନଙ୍କ ପାଖରେ ଯାହା ଅର୍ଥ ଥିଲା ତାହା ଶେଷ ହୋଇ ଯାଇଥିଲା ା ତେଣୁ ବାଧ୍ୟହୋଇ ଗତ ରବିବାରଠାରୁୁ ସେମାନେ ଘରମୁହାଁ ହୋଇଥିବା ଦେଖିବାକୁ ମିଳିଛି ା ମଙ୍ଗଳବାର ରାତି ୮ଟା ସମୟରେ ସେମାନେ ପଳାଶପଙ୍ଗା ସ୍ପଞ୍ଜ ଛକରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଝାରଖଣ୍ଡ ଯିବା ରାସ୍ତା ପଚାରିବା ସହ କିଛି ଖାଇ ନ ଥିବା କୋହଭରା କଣ୍ଠରେ କହିଥିଲେ। ସେଠାରେ ଉପସ୍ଥିତ ପଳାଶପଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ଗିରି ଓ ସମାଜସେବୀ ହେମନ୍ତ କୁମାର ପ୍ରଧାନ କିଛି ଶୁଖିଲା ଖାଦ୍ୟ ଓ ପାଣି ବୋତଲ ସେମାନଙ୍କୁ ଯୋଗାଇ ଦେଇଥିଲେ। ପରେ ସେମାନେ ନିଜନିଜ ସାଇକେଲ ଧରି ସେଠାରୁ ଘର ଅଭିମୁଖେ ବାହାରି ଯାଇଥିଲେ। ତେବେ ଏଭଳି ପାଦଚଲା, ମୋଟରସାଇକେଲ ଓ ସାଇକେଲରେ ଯାଉଥିବା ଲୋକମାନଙ୍କ ପ୍ରତି ପ୍ରଶାସନ ନଜର ନ ଦେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri