ତାଳଚେରରୁ ଦେଓଘର: ସାଇକେଲରେ ଫେରୁଛନ୍ତି ୭ ଶ୍ରମିକ

କେନ୍ଦୁଝର,୧୬ା୪ (ସ୍ବ.ପ୍ର.): ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ ଡାଉନ ଘୋଷଣା ହୋଇଛି। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବା ପାଇଁ ସରକାର ଆହ୍ବାନ କରିଛନ୍ତି। ଏହା ସତ୍ତ୍ୱେ ଅନେକ ସମୟରେ ଶ୍ରମିକମାନେ ଗାଡିରେ, ଚାଲିଚାଲି ଓ ସାଇକେଲରେ ନିଜ ନିଜ ଘରକୁ ଫେରୁଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି।  ଅନ୍ୟପକ୍ଷେ ଜିଲା ଓ ରାଜ୍ୟ ସୀମା ସିଲ୍‌ ଥିବା କୁହାଯାଉଥିବା ବେଳେ ଅନ୍ୟ ରାଜ୍ୟ ଓ ଜିଲାରୁ ଶ୍ରମିକମାନେ ଚାଲି ଆସୁଥିବାରୁ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି। ଅନୁଗୁଳ ଜିଲା ତାଳଚେର ଅଞ୍ଚଳରୁ ୭ ଜଣ ଶ୍ରମିକ କେନ୍ଦୁଝର ଜିଲା ଦେଇ ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ କି.ମି ଦୂର ଝାରଖଣ୍ଡ ରାଜ୍ୟର ଦେଓଘର ଜିଲା ଅଭିମୁଖେ ଯାଉଥିବା ଘଟଣା ଆଲୋଚ୍ୟର ବିଷୟ ହୋଇଛି। ସେମାନେ ଜଣେ ଠିକାଦାର ପାଖରେ ରହି କାମ କରୁଥିଲେ। କରୋନା ପାଇଁ ଲକ୍‌ ଡାଉନ ହେବା ପରେ କାମଧନ୍ଦା ବନ୍ଦ ହୋଇ ଯାଇଥିଲା। ବିନା କାମରେ ୧୮ଦିନ ଅସୁବିଧାରେ ବସି ରହିବା ପରେ ଘରକୁ ଫେରିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ। ଶ୍ରମିକ ସତ୍ୟନାରାୟଣ ଗୋସ୍ବାମୀ ଓ ମନୋଜ ଗୋସ୍ବାମୀଙ୍କ କହିବା ଅନୁସାରେ ଲକ୍‌ ଡାଉନ ହେବା ପରେ ଠିକାଦାର କାମ ବନ୍ଦ କରି ଚାଲିଯାଇ ଥିଲେ। ଫଳରେ ସେମାନଙ୍କ ପାଖରେ ଯାହା ଅର୍ଥ ଥିଲା ତାହା ଶେଷ ହୋଇ ଯାଇଥିଲା ା ତେଣୁ ବାଧ୍ୟହୋଇ ଗତ ରବିବାରଠାରୁୁ ସେମାନେ ଘରମୁହାଁ ହୋଇଥିବା ଦେଖିବାକୁ ମିଳିଛି ା ମଙ୍ଗଳବାର ରାତି ୮ଟା ସମୟରେ ସେମାନେ ପଳାଶପଙ୍ଗା ସ୍ପଞ୍ଜ ଛକରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଝାରଖଣ୍ଡ ଯିବା ରାସ୍ତା ପଚାରିବା ସହ କିଛି ଖାଇ ନ ଥିବା କୋହଭରା କଣ୍ଠରେ କହିଥିଲେ। ସେଠାରେ ଉପସ୍ଥିତ ପଳାଶପଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ଗିରି ଓ ସମାଜସେବୀ ହେମନ୍ତ କୁମାର ପ୍ରଧାନ କିଛି ଶୁଖିଲା ଖାଦ୍ୟ ଓ ପାଣି ବୋତଲ ସେମାନଙ୍କୁ ଯୋଗାଇ ଦେଇଥିଲେ। ପରେ ସେମାନେ ନିଜନିଜ ସାଇକେଲ ଧରି ସେଠାରୁ ଘର ଅଭିମୁଖେ ବାହାରି ଯାଇଥିଲେ। ତେବେ ଏଭଳି ପାଦଚଲା, ମୋଟରସାଇକେଲ ଓ ସାଇକେଲରେ ଯାଉଥିବା ଲୋକମାନଙ୍କ ପ୍ରତି ପ୍ରଶାସନ ନଜର ନ ଦେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri