ତଳେ ପଟା ଉପରେ ଜାଳେଣି କାଠ: ଜବତ ଟ୍ରାକ୍ଟର ଛାଡିଦେଲା ବନ ବିଭାଗ; ହାତଗୁଞ୍ଜା ଦେଲେ ବଦଳିଯାଉଛି ନିୟମ

ନୟାଗଡ଼ ଅଫିସ,୨୩ା୨: ଶୁକ୍ରବାର ନୟାଗଡ ବନଖଣ୍ଡ ପଞ୍ଚରିଡା ରେଞ୍ଜ ତଲାରିବନ୍ଧ ଅଞ୍ଚଳରୁ ବନ ବିଭାଗ ଜବତ କରିଥିଲା ଏକ ଜାଳେଣି କାଠ ବୋଝେଇ ଟ୍ରାକ୍ଟର। ଜବତ ପରେ ଏଥିରେ ତଳେ ପଟା ଉପରେ ଜାଳେଣି କାଠ ଥିବା ଜଣାପଡିଥିଲା। ହେଲେ ବନବିଭାଗ ନିଜ ହେପାଜତକୁ ନେବା ବେଳକୁ ପଟା ଗାଏବ ହୋଇଯାଇଥିଲା। କେବଳ ଜାଳେଣି କାଠ ଥିଲା। ଶନିବାର ଜାଳେଣି କାଠ ଥିବା ଦର୍ଶାଇ ଟ୍ରାକ୍ଟରକୁ ଛାଡି ଦିଆଯାଇଛି। ଏ ନେଇ ପଞ୍ଚରିଡା ରେଞ୍ଜର ଅର୍ଚ୍ଚନା ନାୟକଙ୍କୁ ପଚାରିବାରୁ ସେ ପ୍ରଥମେ ଜାଳେଣି କାଠ ଓ ପଟା ବୋଝେଇ ଗାଡି ଜବତ ହୋଇ ନ ଥିବା କହିଥିଲେ। ପରେ କହିଥିଲେ, ଲେଙ୍କୁଡିପଡା ଅଞ୍ଚଳରୁ ଜାଳେଣି କାଠ ବୋଝେଇ ଗାଡି ଜବତ ହୋଇଛି। ପୁଣି ଥରେ ତୁଲୁବି ଅଞ୍ଚଳରୁ କେବଳ ଜାଳ କାଠ ବୋଝେଇ ଗାଡି ଜବତ ହୋଇଥିଲା, ଯାହା ସ୍ଥାନୀୟ ବନ ସୁରକ୍ଷା ସମିତିର ଥିଲା। ଆମେ ଭୁଲ୍‌ବଶତଃ ଧରିଥିଲୁ। ଜାଳେଣି କାଠ ଯୋଗୁ ଛାଡିଦେଇଛୁ। ସେଥିରେ ପଟା ନ ଥିଲା ବୋଲି କହିଥିଲେ। ତେବେ ରେଞ୍ଜ ଅଫିସରଙ୍କ କଥାରେ କେତେ ସତ୍ୟତା ରହିଛି ତାହା ତଦନ୍ତସାପେକ୍ଷ ବୋଲି ମତପ୍ରକାଶ ପାଉଛି।

ହାତଗୁଞ୍ଜା ଦେଲେ ବଦଳିଯାଉଛି ନିୟମ
ପଞ୍ଚରିଡା ରେଞ୍ଜ ଅଞ୍ଚଳରେ କାଠ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ହାତଗୁଞ୍ଜା ଦେଲେ ଏଠାରେ ନିୟମ ବଦଳି ଯାଉଥିବା ଅଭିଯୋଗ ଉଠିଛି। ଏପରି କି ୫୬ ଧାରା ଲାଗୁ ହେବାକୁ ଥିବା ଗାଡିକୁ ମଧ୍ୟ ଛାଡି ଦିଆଯାଉଛି ବୋଲି କୁହାଯାଉଛି। ଜଣେ କାଠ ମାଫିଆଙ୍କ ସୂଚନା ଅନୁସାରେ ତଲାରିବନ୍ଧ ଅଞ୍ଚଳରୁ ପଟା ଓ ଜାଳେଣି କାଠ ବୋଝେଇ ଟ୍ରାକ୍ଟର ଜବତ ହେଲା। ହେଲେ ହାତଗୁଞ୍ଜା ଦେବାରୁ ପଟା ଗାଏବ କରି କେବଳ ଜାଳେଣି କାଠ କରାଗଲା। ତେବେ ସବୁ ଘଟଣା ରେଞ୍ଜ ଅଫିସର ଜାଣିପାରୁ ନାହାନ୍ତି। କିଛି ବନ କର୍ମଚାରୀ ହାତ ଗରମ କରି ତାଙ୍କ ନଁାରେ ଅପବାଦ କରୁଛନ୍ତି। ମହିଳା ରେଞ୍ଜ ଅଫିସରଙ୍କ ସମୟରେ କାଠ ମାଫିଆ କାଠଚୋରିକୁ ବଢ଼ାଇଛନ୍ତି । ଏଥିରେ କିଛି ବନ କର୍ମଚାରୀ ସାମିଲ ଅଛନ୍ତି । ତେବେ ରେଞ୍ଜ ଅଫିସର ବନ କର୍ମଚାରୀଙ୍କୁ ବିଶ୍ୱାସକୁ ନ ନେଇ ସେମାନଙ୍କ କାର୍ଯ୍ୟକୁ ଯାଞ୍ଚ କରାଇଲେ ସତ୍ୟାସତ୍ୟ ଜାଣିପାରିବେ ବୋଲି କହିଛନ୍ତି।

ବରବରା ଜଙ୍ଗଲରୁ ଆସୁଛି କାଠ
ଖୋର୍ଦ୍ଧା ବନଖଣ୍ଡର ବରବରା ଓ ଧୂଅଁାନଳୀ ସଂରକ୍ଷିତ ଜଙ୍ଗଲରୁ ଶାଳ ଓ ଶାଗୁଆନ କାଠ ହଳଯୋଗେ କଜଳାଇପଲ୍ଲୀ ଦେଇ ଆସୁଛି। ତେବେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉ ନ ଥିବା ଅଭିଯୋଗ ହେଉଛି। ସପ୍ତାହର ୨ରୁ ୪ଦିନ ଏକାସମୟରେ ୧୦ରୁ ୧୫ ହଳ ଯୋଗେ କାଠ ଆସୁଛି। ତେବେ ବନ ବିଭାଗ ପକ୍ଷରୁ ଧରାପଗଡ କରାଯାଉ ନ ଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri