ତଳି ରୋଇଲେ ଯୁବକ ସଂଘ କର୍ମକର୍ତ୍ତା

ନୂଆପଡ଼ା ଅଫିସ,୧୧ା୮
ସାଧାରଣତଃ ସରକାରୀ ଅନୁଦାନ କିମ୍ବା ପ୍ରୋତ୍ସାହନକୁ ଅପେକ୍ଷା କରିବା ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି । ହେଲେ ନିଜସ୍ବ ଉଦ୍ୟମ ଏବଂ ଶ୍ରମଦାନ କରି ପାଣ୍ଠି ସଂଗ୍ରହ କରିବା ଓ ସେହି ଅର୍ଥରେ ଗରିବ ନିଃସହାୟଙ୍କୁ ସହାୟତା ପ୍ରଦାନ କରିବାର ନୂତନ କୌଶଳ ଶିଖାଇଛି ନେହେରୁ ଯୁବ କେନ୍ଦ୍ର (ଏନୱାଇକେ) । ଏନୱାଇକେ ଏବଂ ଯୁବ କ୍ଲବର ପରାମର୍ଶ କ୍ରମେ ଯୁବଗୋଷ୍ଠୀ ଶ୍ରମଦାନ କରି ସେଥିରେ ଉପାର୍ଜିତ ଅର୍ଥରେ ଗରିବ ନିଃସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ନୂଆପଡ଼ା ଜିଲା କୋମନା ବ୍ଲକ ଗୋଇଜୋର ଗାଁର ଯୁବକମାନେ କେତେଜଣ ଚାଷୀଙ୍କ ଜମିରେ ତଳି ରୋଇ ପାଣ୍ଠି ସଂଗ୍ରହ କରିବା ଜିଲାରେ ଉଦାହରଣ ସୃଷ୍ଟି କରିଛି ା
ଏନୱାଇକେର ଜିଲା ସଂଯୋଜକଙ୍କ ପରାମର୍ଶ କ୍ରମେ କୋମନା ବ୍ଲକ ଅଗ୍ରେନ ଗ୍ରାମପଞ୍ଚାୟତର ଗୋଇଜୋର ଗାଁରେ ଶନିବାର ସକାଳେ ମା’ ବଞ୍ଜାରୀ ଯୁବକ ସଂଘର କର୍ମକର୍ତ୍ତାମାନେ ଏକାଠି ହୋଇଥିଲେ । ସଂଘ ନେତୃତ୍ୱରେ ଗାଁର ବହୁ ଯୁବକ ଆଗକୁ ଆସି ୨ ଚାଷୀଙ୍କ ତଳିରୁଆ କାମ କରିଥିଲେ । ସକାଳୁ ସନ୍ଧ୍ୟା ଯାଏ ସେମାନଙ୍କୁ କାମ କରିବାକୁ ପଡିଥିଲା ା ଶେଷରେ ସେମାନଙ୍କୁ ପାରିଶ୍ରମିକ ମିଳିଥିଲା ା ସେହି ଅର୍ଥକୁ ସେମାନେ ଗାଁର ଗରିବ ମହିଳା ପୁରୁଷ, ଛାତ୍ରୀଛାତ୍ରଙ୍କୁ ସହାୟତା ପ୍ରଦାନ କରିଥିଲେ। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା । ମା’ ବଞ୍ଜାରୀ ଯୁବକ ସଂଘର ଏପରି କାମକୁ ଉକ୍ତ ବ୍ଲକର ରୋୟାଲ କ୍ଲବ ଗନିଆରୀ, କଲାର ଯୁବକ ସଂଘ, ଅଭ୍ୟୁଦୟ ଯୁବକ ସଂଘ ଭେଲା, ସମାଜ ଦର୍ପଣ କ୍ଲବ ମାନିଗୁଡାର ଯୁବକମାନେ ଅନୁସରଣ କରିଥିଲେ । ଉକ୍ତ ଗ୍ରାମଗୁଡିକରେ ଚାଷୀମାନଙ୍କ କ୍ଷେତରେ ଶ୍ରମଦାନ କରି ତାର ପ୍ରତିବଦଳରେ ପାଣ୍ଠି ସଂଗ୍ରହ କରିବା ପାଇଁ ପଦକ୍ଷେପ ନେଇଛନ୍ତିି । ଗୋଇଜୋର ଗାଁରେ ଉକ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଜୟତରାମ ନିଆଲ, ନବୀନ ବାଗ, ଜାତୀୟ ସ୍ବେଚ୍ଛାସେବୀ (ଏନୱାଇକେ)ସଂଗ୍ରାମ ସିଂ, ଟେକରାମ ପାଣ୍ଡେ, ଟିକେଶ୍ୱର ହଂସ, ସଂଯୁକ୍ତା ଶବର ପ୍ରମୁଖ । ଏହି କାର୍ଯ୍ୟକ୍ରମକୁ ଜିଲାବ୍ୟାପୀ କରାଯିବାକୁ ବିଭିନ୍ନ ଯୁବ ଅନୁଷ୍ଠାନଗୁଡିକୁ ପରାମର୍ଶ ଦିଆଯାଇଥିବା ଜିଲା ସଂଯୋଜକ ଆଶୀଷ କୁମାର ଠାକୁର କହିଛନ୍ତି । ଏହାଦ୍ୱାରା ପାଣ୍ଠି ସଂଗ୍ରହ କରି ଗରିବଙ୍କୁ ସହାୟତା କରିବା ସହ ସମ୍ପୃକ୍ତ ଚାଷୀଙ୍କ କାମ କମ ସମୟ ମଧ୍ୟରେ ଶେଷ ହେଉଥିବାରୁ ଚାଷୀମାନେ ମଧ୍ୟ ଖୁସି ପ୍ରକଟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ରୋଷେଇ ଘରେ ପଶି ରାଜକୀୟ ଖାଦ୍ୟ ଖାଇଲା ଭାଲୁ: ରାଜମହଲ ଲୋକେ ଭୟଭୀତ

ଖଡ଼ିଆଳ,୧୨।୪(ସୁଜିତ୍‌ କୁମାର ପ୍ରଧାନ):ନୂଆପଡା ଜିଲା ଖଡ଼ିଆଳ ସହରରେ ବୁଧବାର ରାତିରେ ବୁଲୁଥିବା ଭାଲୁ ଶେଷରେ ଖଡ଼ିଆଳ ରାଜବାଟି ରୋଷେଇ ଘରେ ପଶିଥିଲା। ଖଡ଼ିଆଳ ରାଜା ସାହେବଙ୍କ...

ଏହି ଜିଲାରେ ସବୁ ଦଳରେ ବାହାରୁଛି କେଁ

ନୂଆପଡ଼ା,୯।୪(ମକାରୁ ବେମାଲ)ଛତିଶଗଡକୁ ଲାଗି ରହିଥିବା ରାଜ୍ୟର ଏକ ଉପାନ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ନୂଆପଡା। ଏହି ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳରୁ ଏକାଧିକ ଆଶାୟୀ ରହିଥିଲେ।...

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ: ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ କନଷ୍ଟେବଳଙ୍କ ଜୀବନ

କଟକ,୮ା୪ (କାର୍ତ୍ତିକ ସାହୁ) ତାମିଲନାଡୁ ରାଜ୍ୟର ତ୍ରିଚୀଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଓଡ଼ିଶା ପୋଲିସ୍‌ କନଷ୍ଟେବଳ ପ୍ରମୋଦ କୁମାର ମାଝି(ସି/୨୨୨)ଙ୍କ ଅକାଳ ମୃତ୍ୟୁ ଘଟିଛି।...

କଦଳୀ ଚାଷ କରି ଲକ୍ଷପତି

ନୂଆପଡା,୫।୪ (ମକାରୁ ବେମାଲ):ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ବରକୋଟ ଗାଁର ଚାଷୀ କଦଳୀ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ...

ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ

ନୂଆପଡ଼ା,୨୯ା୩(ମକାରୁ ବେମାଲ):ନୂଆପଡା ଜିଲା ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ ନରେନ୍ଦ୍ର କୁମାର ଚନ୍ଦ୍ରକାର ଜମିଜମା ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ...

ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର

ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ...

ବସୁଧାରୁ ମିଳୁନି ପାଣି, ଖୋଲାକୂଅ ଭରସା

ନୂଆପଡ଼ା,୨୨।୩(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତ ଗାତିବେଡା ଗାଁରେ ଜଳ ସଙ୍କଟ ଦେଖାଦେଇଥିବା ବେଳେ କୂଅ ପାଣି ଉପରେ ଲୋକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri