ଢିଲାମେଲା ପଡ଼ିଛେ କେଁଦୁପତର ଫଡି

ବାମରା,୧୬।୬ (ସ୍ବ.ପ୍ର.):  ସମ୍ବଲପୁର ଜିଲା ବାମରା ବ୍ଲକ ଲରିଆପାଲି ପଁଚେତ୍‌ ରେଙ୍ଗାଲବେଡ଼ାର କେଁଦୁପତର ଫଡିରେ କେଁଦୁପତର ଖୁଲାମେଲା ପଡ଼ିଛେ। ପଶ୍ଚିମ ଓଡ଼ିଶାରେ ସବୁଜ ହୀରା ହିସାବେ କେଁଦୁପତର ନଁା କରିଛେ। ହେଲେ ଫଡି ଘରେ ଥିବାର ଲାଖ୍‌ ଲାଖ୍‌ ଟଁକାର କେଁଦୁପତର ଖୁଲାମେଲା ଛାଡ଼ି ଦିଆଯାଉଛେ। ପାହାଡ଼ ଜଂଗଲ ଘେରା ଗଁାଗଁଡ଼ାରୁ ଉତ୍‌ପାଦନ ହେଉଥିବାର କେଁଦୁପତର ଯେ ଖାଲି ରାଏଜ୍‌ ସରକାରକଁର ରାଜସ୍ବ ବଢ଼ଉଛେ ସେଟା ନୁହେ, ଗଁାଗଁଲିରେ ବାସ କରୁଥିବାର ଗରିବ୍‌ ଦୁଖି ବି କେଁଦୁପତର ତୁଲାରେ ନିୟୋଜିତ ହେଇ ନିଜର ଜୀବନ୍‌ ଜୀବ୍‌କାକେ ମଜବୁତ କରିପାରୁଛନ୍‌। ଖରାଦିନେ ପାଖାପାଖି ୩ ମାସ ତକ୍‌ କେଁଦୁପତର ତୁଲାଲିମାନେ ନିୟୋଜିତ ହେଇ ନିଜର ଜୀବନ୍‌ ଜୀବ୍‌କାକେ ମଜବୁତ କରବାର ସଂଗେ ରାଏଜ୍‌ ସରକାରକଁର ରାଜ୍‌କୋଷ ଭରବାରେ ବି ସାହାଯ୍‌ କରୁଛନ୍‌। କେଁଦୁପତର ଉତ୍‌ପାଦନରେ ଗୁଛାକଟା, ପତରତୁଲା, ପତର ଶୁଖା, ଥାକ୍‌ମରା ଆର ବିଡ଼ା ବଁଧେଇ ଉତାରୁ ପ୍ୟାକିଂ କରବାରେ ପତର ତୁଲାଲି, ମୁନସୀ, ଓ୍ବାଚରମାନକର ବଡ଼ଭାରି ଭୂମିକା ରହିଛେ। ପତର ପ୍ୟାକିଂ ଉତାରୁ ସେଟାକେ ପାସର କେଁଦୁପତର ଫଡି ଘରେ ବେଉଁତ କରି ରଖାଯାଇସି। ଲାଖ୍‌ ଲାଖ୍‌ ଟଁକାର କେଁଦୁପତର ଫଡି ଲାଗି ଏହେଦ୍‌କା ରାଏଜ୍‌ ସରକାରକଁର ତରଫୁ ଗୁଦାମ ଘର ତିଆରି କାମ୍‌ ଚାଲିଛେ। ହେଲେ ଏହେଦେ ସୋଲବଗା ରେଞ୍ଜ ଅଧୀନ ରେଙ୍ଗଲାବେଡ଼ା କେଁଦୁପତର ଫଡିଟା ଭଂଗା ଦଦ୍‌ରା ଅବସ୍‌ତାରେ ଥିବାର ଦେଖ୍‌ବାକେ ମିଲୁଛେ। ଫଡି ଘରର କାଠ୍‌ କବାଟ ମେଲା ହେଇ ଝୁଲୁଛେ। ଘର ଭିତରେ ଛେଲି, କୁକୁର, ଘୁଷ୍‌ରା, କୁକ୍‌ରା ବୁଲୁଛନ୍‌। ଇ ବାବ୍‌ଦେ ଫଡିର ମୁନସୀ ଚକ୍ରଧର ନାଏକକୁଁ ପଚରାଲାରୁ ତାଲା ତ ନାଇଁ, ମୁଇଁ କାଣା କରମି ବଲି କହିଥିଲେ। ସେନ୍‌ତା ଇ ବାବ୍‌ଦେ ସୋଲବଗା ରେଞ୍ଜର ଭ୍ରମରବର ପ୍ରଧାନକୁଁ ପଚରାଲାରୁ ମୁଇଁ ଇ ବାବ୍‌ଦେ କିଛି ନାଇଁ ଜାନି, ପରିଦରଶନରେ ଯାଇ ଦେଖ୍‌ମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ପଶିଲା ୩ ଲକ୍ଷରୁ ଅଧିକ ଘନଫୁଟ ବନ୍ୟାଜଳ

ସମ୍ବଲପୁର,୧୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାର ପୂର୍ବାହ୍ନରେ ପୁଣିଥରେ ୨ଟି…

ପ୍ରଶାସନିକ ଉଦାସୀନତା: ୨ ଶିକ୍ଷକଙ୍କ କାନ୍ଧରେ ହାଇସ୍କୁଲ, ୧୦୦ ପିଲାଙ୍କ ହଷ୍ଟେଲ ଭାର

ଜମନକିରା,୧୯।୮(ରବିନ୍ଦ୍ର ପ୍ରସାଦ ଦାନୀ):ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ରୂପାନ୍ତରଣର ଦିଗଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ସରକାରୀ ହାଇସ୍କୁଲଗୁଡ଼ିକ କର୍ମଚାରୀ ଓ…

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁ! ଭଙ୍ଗା ଛାତ ତଳେ ଗଣ୍ଡାଜାମୁମାଲ ବିଦ୍ୟାଳୟର ଛାତ୍ରୀଛାତ୍ର

ଜମନକିରା,୧୮।୮( ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷାର ବିକାଶ ଓ ବିଦ୍ୟାଳୟ ରୂପାନ୍ତରଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଏହାର ଏକ ବିକଳ ତଥା ହୃଦୟବିଦାରକ…

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri