ଢାବାରେ ନାବାଳକଙ୍କ ସନ୍ଦେହଜନକ ମତ୍ୟୁ ଘଟଣା: ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ହସ୍ତକ୍ଷେପ

ବାଲେଶ୍ୱର ଅଫିସ,୧।୮- ବାଲେଶ୍ୱର ଜିଲା ବାଲିଆପାଳ ଥାନା ଇଡ଼କୋ ଛକ ସ୍ଥିତ ରାଜଧାନୀ ଢ଼ାବାରେ ଗତ ୨୬ ତାରିଖରେ ଜଣେ ନାବାଳକ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ଏବଂ ପୋଲିସ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ନେଇ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଧବାର ମଧ୍ୟାହ୍ନ ସମୟରେ ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ରାଜ୍ୟସଭାପତି ସସ୍ମିତା ଦାସ ଏକ ୪ଜଣିଆ ଟିମ୍‌ ସହିତ ବାଲେଶ୍ୱର ଆସି ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାରଙ୍କୁ ସାକ୍ଷାତ କରଛନ୍ତି। କାର୍ଯ୍ୟରତ ଅବସ୍ଥାରେ ପୋଲିସକୁ ଆକ୍ରମଣ କରି ଲୋକେ ଆଇନ୍‌କୁ ହାତକୁ ନେବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ପରିଷଦ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଉଲ୍ଲେଖନୀୟ ଯେ, ରାଜଧାନୀ ଢ଼ାବାରେ ଗତ ୨୬ ତାରିଖରେ ନାବାଳକ କର୍ମଚାରୀ ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ଦେବେନ୍ଦ୍ର ଦଳେଇଙ୍କ ପୁତ୍ର ବିଜୟ (୧୫)ଙ୍କ ଝୁଲନ୍ତା ଶବ ଉଦ୍ଧାର ପରେ ଏହା ଏକ ହତ୍ୟା ଘଟଣା ବୋଲି ଗ୍ରାମବାସୀ ଓ ନାବାଳକଙ୍କ ପରିବାର ଅଭିଯୋଗ କରିଥିଲେ। ପୋଲିସ ଏହା ଏକ ଆମତ୍ହତ୍ୟା ଘଟଣା ବୋଲି କହିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ଢ଼ାବାରେ ଭଙ୍ଗାରୁଜା କରି ନିଆଁ ଲଗାଇଦେବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ବାଲିଆପାଳ ଥାନାଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ପ୍ରତିବାଦ କରିବାରୁ ଲୋକେ ତାଙ୍କୁ ଗୋଡ଼ାଇ ମାଡ଼ ମାରିବା ପରେ ପୁଣି ରାସ୍ତାରୋକୋ କରିଥିଲେ। ପୋଲିସ ଫୋର୍ସ ସହ ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର ପହଞ୍ଚତ୍ ଲୋକଙ୍କ ଦାବିକୁ ସ୍ବୀକାର କରିବାରୁ ୭ଘଣ୍ଟା ପରେ ରାସ୍ତାରୋକୋ ହଟିଥିଲା। ଏହାମଧ୍ୟରେ ଢ଼ାବା ମାଲିକଙ୍କ ଘରକୁ ମଧ୍ୟ ପୋଡ଼ି ଦିଆଯାଇଥିଲା। ମୃତ ବିଜୟଙ୍କ ମା’ ଶାନ୍ତିଲତା ଦଳାଇ ଢାବା ମାଲିକ ଓ ଅନ୍ୟ କର୍ମଚାରୀ ତାଙ୍କ ପୁଅ ବିଜୟଙ୍କୁ ମାରିଦେଇ ଆତ୍ମହତ୍ୟା ରୂପ ଦେଇଥିବା ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା (ନଂ. ୧୪୭।୧୯) ରୁଜୁ କରିଥିଲା। ମୃତ ବିଜୟ ନାବାଳକ ହୋଇଥିବାରୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ, ବାଲିଆପାଳ ଚାଇଲ୍ଡଲାଇନ ଅଧିକାରୀ ପହଞ୍ଚତ୍ ତଦନ୍ତ କାର୍ଯ୍ୟରେ ସହଯୋଗ କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦକୁ ନେଇ ଅଡୁଆ ସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ପରିବାର ଲୋକଙ୍କ ଅନୁପସ୍ଥିତିରେ ରାତିରେ ବ୍ୟବଚ୍ଛେଦ କରାଇବାରୁ ଗ୍ରାମବାସୀ ଏଡାକୁ ବିରୋଧ କରି ରାସ୍ତାରୋକୋ କରିବା ସହ ପୋଲିସ ଏବଂ ଆମ୍ବୁଲାନ୍ସକୁ ଅଟକାଇଥିଲେ। ଏହି ପରିପ୍ରେକ୍ଷୀରେ ଏଚ୍‌ଆର୍‌ପିସି, କଟକ ଘଟଣାର ତଦନ୍ତ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଡିଏସ୍‌ପି ରଣଜିତ୍‌ ନାୟକ ଏବଂ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଏସ୍‌.ଏନ୍‌. ଦାସଙ୍କ ତତ୍ତ୍ୱାବଧାନରେ ଏଚ୍‌ଆର୍‌ପିସି ୫ଜଣିଆ ଟିମ୍‌ ଗତ ୨୮ ତାରିଖରେ ବାଲିଆପାଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ସେମାନେ ୨୯ ତାରିଖ ସନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ମୁଖ୍ୟ ଚିକିତ୍ସାଧିକାରୀ ଓ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ତଦନ୍ତ ସରିବା ପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ସେତେବେଳେ ସୂଚନା ଦେଇଥିଲେ। ଥାନା ଆଇଆଇସି ଆଚାର୍ଯ୍ୟଙ୍କୁ ବାଲିଆପାଳରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷେ ପୋଲିସକୁ ଆଇନଗତ ସୁରକ୍ଷା ଦେବାକୁ ଦାବିକରି ସଂଘର ଜଣେ କର୍ମକର୍ତ୍ତାଙ୍କୁ ନିଲମ୍ବିତ ହେବାକୁ ପଡିଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ରାଜ୍ୟ ପ୍ରତିନିଧି ଦଳ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଦାବି ଉପସ୍ଥାପନ କରିବା ଚର୍ଚ୍ଚାର ବିୟେ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri