ଡେରାବିଶରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ

ଡେରାବିଶ, ୨୬।୫(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାରେ ସୋମବାର ୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨ ଜଣ ଡେରାବିଶ ବ୍ଲକର ବୋଲି ଜଣାପଡିଛି। ଡେରାବିଶ ବ୍ଲକ୍‌ରେ ଆଜିକୁ ମିଶାଇ ସମୁଦାୟ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ା ସୂଚନା ଅନୁଯାୟୀ, ଏହି ବ୍ଳକ ଅଧୀନ କୁରୁଜଙ୍ଗା ପଞ୍ଚାୟତ ପଂଚାୟତ ହାଇସ୍କୁଲରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯିବା ପରେ ସେମାନଙ୍କୁ ଛତାସ୍ଥିତ କୋଭିଡ଼୍‌ ହସ୍ପିଟାଲ୍‌କୁ ପଠାଇ ଦିଆଯାଇଛି ା ଏହି ଦୁଇଜଣ ଆଳିବ୍ଲକ ଅଞ୍ଚଳର ହୋଇଥିବା ବେଳେ ଏମାନେ କୋଲକତାରୁ ଆସିଥିବା ଜଣାଯାଇଛି ା ଗତ ସପ୍ତାହରେ ଏହି କୁରୁଜଙ୍ଗା ସଙ୍ଗରୋଧ କେନ୍ଦ୍ରରୁ ୨ ଜଣ କରୋନା ପଜିଟିଭ୍‌ ବାହାରିଥିଲେ ା ସେମାନେ କୋଭିଡ଼୍‌ ହସପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ା ପୂର୍ବରୁ ଏହି ବ୍ଳକର ଗୁଆଳସିଂ ପଞ୍ଚାୟତର ଠାକୁରହାଟ ସ୍ଥିତ ସୁଦର୍ଶନ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ୩ ଜଣ, ମୁକୁନ୍ଦପୁର ପଞ୍ଚାୟତ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ୪ ଜଣ, ଛୋଟି ପଞ୍ଚାୟତ ରାମଚଣ୍ଡୀ ବିଦ୍ୟାନିକେତନ ସଙ୍ଗରୋଧ କେନ୍ଦ୍ରରୁ ୩ ଜଣ କରୋନା ପଜିଟିଭ୍‌ ବାହାରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଫୋକସରେ ଆଗାମୀ ପଞ୍ଚାୟତ ନିର୍ବାଚନ: ଏବେଠୁ ନିଜ ନିଜ ଦଳ ଛାଡ଼ି ଭାଜପାମୁହାଁ ନେତା-କର୍ମୀ

ଛତ୍ରପୁର,୬ା୫(ଦିଲ୍ଲୀପ ସାମଲ): ଦିନକୁ ଦିନ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ଶକ୍ତିଶାଳୀ ହେବାରେ ଲାଗିଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଜନମଙ୍ଗଳ କାର୍ଯ୍ୟରେ ଅନୁପ୍ରାଣିତ…

୨ ବରିଷ୍ଠ ଅଧିକାରୀଙ୍କ ଦାରିଙ୍ଗବାଡି ଗସ୍ତ: ପର୍ଯ୍ୟଟନ କ୍ଷେତ୍ରର ହେବ ବିକାଶ

ଦାରିଙ୍ଗବାଡି,୬।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏବେ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ବିଭାଗ…

ଅଧରାତିରେ ଗୁହାଳରୁ ୧୪ ଛେଳି ଗାଏବ: ମାଲିକ କହିଲେ…

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରୁ ୧୪ଟି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି l ବୁଧବାର ବିଳମ୍ବିତ…

ଗମନାଗମନରେ ଘୋଡ଼ାଘାଟ ନଦୀ ସାଜିଛି ବାଧକ: ଲୋକେ ହନ୍ତସନ୍ତ

ନୂଆପଡ଼ା,୭ା୫ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଚୁଲାଭାଟ ପଞ୍ଚାୟତ ଭଇଷାଦାଦର ଗଁାର ବରପଦର ପଡ଼ାବାସୀଙ୍କ ଗମନାଗମନରେ ଘୋଡ଼ାଘାଟ ନଦୀ ବାଧକ ସାଜିଛି। ବରପଦର ପଡ଼ାରେ ୨୦ରୁ ଊର୍ଦ୍ଧ୍ୱ…

ଉଚ୍ଛେଦ ହେଉଛି, ଥଇଥାନ ହେଉନି: ଜୀବନ ଜୀବିକା ଦୁର୍ବିଷହ

ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସହରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ଉଚ୍ଛେଦ ଅଭିଯାନରେ ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ୱାର୍ଡରେ ଜବରଦଖଲକୁ…

କଫି ଚାଷ ସମ୍ୱନ୍ଧୀୟ ବ୍ଲକ ସ୍ତରୀୟ କର୍ମଶାଳା , ଯୋଗଦେଲେ ଚାଷୀ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚା ପରିସର ମଧ୍ୟରେ କଫି ଚାଷ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବ୍ଲକର…

କାଗଜ କଲମରେ ସୀମିତ ‘ଜଙ୍ଗଲ ଅଧିକାର’: ସେମେଳପଦର ଗ୍ରାମବାସୀଙ୍କୁ ମିଳୁନି ହକ୍, ପ୍ରଶାସନିକ ଅବହେଳାରୁ ବଢୁଛି ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତର ସେମେଳପଦର ଗ୍ରାମରେ ଜଙ୍ଗଲ ଅଧିକାର ଆଇନ କେବଳ ପ୍ରହସନ…

କୁଟ୍ରୁମାଳି ଜନଶୁଣାଣି ସ୍ଥଗିତ: “ମା’-ମାଟି-ମାଳି” ରକ୍ଷା ପାଇଁ କଳାହାଣ୍ଡି ଓ ରାୟଗଡ଼ାରେ ଗର୍ଜୁଛି ଆନ୍ଦୋଳନ

ଥୁଆମୂଳ ରାମପୁର, ୬।୫ (ଦୁର୍ଗା କୀର୍ତ୍ତି): କୁଟ୍ରୁମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri