Posted inଖେଳ

ଡେଭିସ୍‌ କପ୍‌ ଦଳରେ ସ୍ଥାନ ବଜାୟ ରଖିଲେ ପେସ୍‌

ନୂଆଦିଲ୍ଲୀ, ୨୫ା୨ (ପି.ଟି.)-କ୍ରୋଏସିଆ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚ ପାଇଁ ଭାରତୀୟ ଟେନିସ ଦଳ ଘୋଷଣା କରାଯାଇଛି। ସର୍ବଭାରତୀୟ ଟେବୁଲ ଟେନିସ ଆସୋସିଏଶନ (ଆଇଟା) ସିଲେକ୍ସନ କମିଟି ୫ଜଣିଆ ପ୍ଲେଇଂ ସ୍କ୍ବାର୍ଡରେ ଭେଟେରାନ ଲିଆଣ୍ଡର ପେସ୍‌ଙ୍କୁ ସ୍ଥାନ ଦେଇଛି। ଡିଭିଜ ଶରନ ରିଜର୍ଭ ଖେଳାଳି ରହିଛନ୍ତି। ଆଇଟା ମଙ୍ଗଳବାର ଖେଳାଳି ତାଲିକା ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍‌) ନିକଟକୁ ପଠାଇ ଦେଇଛି। ଜାଗ୍ରେବଠାରେ ହାର୍ଡକୋର୍ଟରେ ମାର୍ଚ୍ଚ ୬-୭ରେ ଖେଳାଯିବାକୁଥିବା ଏହି କ୍ୱାଲିଫାୟର୍ସ ମ୍ୟାଚ ପାଇଁ ଜାତୀୟ ମହାସଂଘ ପ୍ରଥମେ ୬ ଜଣିଆ ଦଳ ଘୋଷଣା କରିଥିଲା। ୨୪ଟି ଦଳକୁ ନେଇ ହେବାକୁଥିବା କ୍ୱାଲିଫାୟର୍ସରେ କ୍ରୋଏସିଆ ଟପ୍‌ ସିଡ୍‌ ମାନ୍ୟତାପ୍ରାପ୍ତ ଦଳ। ଏଥିରୁ ୧୨ ବିଜୟୀ ଦଳ ଡେଭିସ୍‌ କପ୍‌ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ। ପରାଜିତ ଦଳ ଓ୍ବାଲର୍‌ଡ ଗ୍ରୁପ୍‌-୧ରେ ସ୍ଥାନ ପାଇବେ। ରିଜର୍ଭ ଖେଳାଳି କିଏ ରହିବ ସେ ନେଇ ଅଧିନାୟକ ରୋହିତ ରାଜପାଲ ସମସ୍ତ ଖେଳାଳିଙ୍କ ସହିତ ଆଲୋଚନା କରିଥିଲେ। ଏପରିକି ସେ ଡିଭିଜଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଜାଗ୍ରେବ ଗସ୍ତ କରିବାକୁ ଥିବା ଦଳର ୬ଷ୍ଠ ସଦସ୍ୟ ହେବାକୁ ସେ ରାଜି ହୋଇଥିବା ଆଇଟା ସୂତ୍ରରୁ ପ୍ରକାଶ। ସୁମିତ ନାଗାଲ, ପ୍ରଜନେଶ ଗୁଣେସ୍ବରନ ଏବଂ ରାମକୁମାର ରମାନାଥନ ଦଳରେ ସିଙ୍ଗଲ୍ସ ଖେଳାଳି ଭାବେ ସ୍ଥାନ ପାଇଥିବା ବେଳେ ପେସ୍‌ ଓ ରୋହନ ବୋପାନ୍ନା ଡବଲ୍ସ ଖେଳିବେ। ପାକିସ୍ତାନ ବିପକ୍ଷ ଗତ ମୁକାବିଲାରେ ଇଞ୍ଜୁରୀ କାରଣ ଦର୍ଶାଇ ବୋପାନ୍ନା ଓହରିଯାଇଥିଲେ। କାଜାଖସ୍ତାନର ନୁର୍‌ ସୁଲ୍‌ତାନରେ ଖେଳାଯାଇଥିବା ଏହି ମ୍ୟାଚରେ ପେସ୍‌ ଓ ଜୀବନ ନେଦୁନ୍‌ଚେଝିଆନ ଖେଳିଥିଲେ। ଅଣଖେଳାଳି ଅଧିନାୟକ ରାଜପାଲ କହିଛନ୍ତି ଚଳିତ ସିଜନରେ ପେସ୍‌ଙ୍କ ପ୍ରଦର୍ଶନ ଭଲ ରହିଛି। ପୁଣେଠାରେ ଟାଟା ଓପନ ମହାରାଷ୍ଟ୍ରରେ ସେ ଡିଭିଜଙ୍କୁ ପରାସ୍ତ କରିଛନ୍ତି। ବେଙ୍ଗାଲୁର ଓପନ ଚ୍ୟାଲେଞ୍ଜରରେ ମଧ୍ୟ ସେ ଫାଇନାଲକୁ ଉନ୍ନୀତ ହୋଇଥିଲେ। ଦେଶ ପାଇଁ ସେ ଦୀର୍ଘ ୩୦ବର୍ଷ ହେଲା ଖେଳିଆସୁଛନ୍ତି। ତାଙ୍କ ପ୍ରତି ସମ୍ମାନ ରହିଛି। ଡିଭିଜ ମଧ୍ୟ ତାହା ଅନୁଭବ କରିଛନ୍ତି। ଡେଭିସ୍‌ କପ୍‌ରେ ଭାରତ ଓ କ୍ରୋଏସିଆ ମଧ୍ୟରେ ଦ୍ୱିତୀୟ ଥର ମୁକାବିଲା ହେବାକୁ ଯାଉଛି। ଗତଥର ୧୯୯୫ରେ ନୂଆଦିଲ୍ଲୀରେ ହୋଇଥିବା ମୁକାବିଲାରେ ଭାରତ ୩-୨ରେ ବିଜୟୀ ହୋଇଥିଲା। ପେସ୍‌ ତାଙ୍କର ଉଭୟ ସିଙ୍ଗଲ୍ସ ଏବଂ ମହେଶ ଭୂପତିଙ୍କ ସହ ଡବଲ୍ସ ଜିତିଥିଲେ। ଏଥର କ୍ରୋଏସିଆ ଦଳରେ ର଼୍ୟାଙ୍କିଙ୍ଗ ତାଲିକାର ଟପ୍‌ ୫୦ରେ ସ୍ଥାନ ପାଇଥିବା ଦୁଇଜଣ ଖେଲାଳି ରହିଛନ୍ତି। ସେମାନେ ହେଲେ ବୋର୍ନା କୋରିକ୍‌ (୨୬ ର଼୍ୟାଙ୍କିଙଙ୍ଗ) ଏବଂ ମାରିନ୍‌ ସିଲିକ୍‌ (୩୬ତମ ର଼୍ୟାଙ୍କିଙ୍ଗ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri