ଡିଜିଟାଲ ପ୍ରଚାର

କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଭାରତ ସମେତ ବିଶ୍ୱବ୍ୟାପୀ ସାଧାରଣ ଚଳପ୍ରଚଳ ଅଚଳ ହୋଇପଡ଼ିଛି। ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଲୋକଙ୍କ ଭିତରେ ଶାରୀରିକ ଦୂରତା ବଢ଼ିଚାଲିଛି। ଫଳରେ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ସେତୁ ଅନ୍‌ଲାଇନ୍‌ ମାଧ୍ୟମ ଭାବେ ଉଭା ହୋଇଛି। ନିର୍ବାଚନ ସଭା ହେଉ ବା କୌଣସି ସାମାଜିକ କାର୍ଯ୍ୟକ୍ରମରେ ପୂର୍ବରୁ ଯେଭଳି ଭିଡ଼ ଦେଖିବାକୁ ମିଳୁଥିଲା ସେଥିରେ ଯଥେଷ୍ଟ ପରିବର୍ତ୍ତନ ହେବାର ଆଭାସ ମିଳିଲାଣି। ଆସନ୍ତା ଅକ୍ଟୋବରରେ ବିହାର ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ରାଜନୈତିକ ଦଳଗୁଡ଼ିକ କସରତ ଆରମ୍ଭ କଲେଣି। ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା ୭ ଜୁନ୍‌ରେ ଭର୍ଚୁଆଲ ର଼୍ୟାଲି ମାଧ୍ୟମରେ ମୋଦି ସରକାରଙ୍କ ୨.୦ର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ସଫଳତାର ରିପୋର୍ଟ କାର୍ଡ ଉପସ୍ଥାପନା କରିବା ସହ ବିହାରରେ ନିର୍ବାଚନ ବିଗୁଲ ବଜାଇଛନ୍ତି। ସେହିପରି କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଭିଡିଓ କନଫରେନ୍ସ ମାଧ୍ୟମରେ ସେମାନଙ୍କ କର୍ମୀମାନଙ୍କ ସହ ଯୋଗାଯୋଗରେ ରହୁଛନ୍ତି। ଏପରି କି ଲକ୍‌ଡାଉନ୍‌ ହେଉ ବା ଶଟ୍‌ଡାଉନ ସଂକ୍ରାନ୍ତ ନିଷ୍ପତ୍ତି ଲାଗି ପ୍ରଧାନମନ୍ତ୍ରୀ ଯେତେବେଳେ ଘୋଷଣା କରିବାକୁ ଚାହୁଁଛନ୍ତି, ତା’ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି। କୋଭିଡ୍‌-୧୯ ବିଷୟରେ ଯେଭଳି ରିପୋର୍ଟ ଦିନକୁ ଦିନ ଆସିବାରେ ଲାଗିଛି ଓ ଏହି ସଂକ୍ରମଣ ଆଗାମୀ କିଛି ବର୍ଷ ପାଇଁ ବଳବତ୍ତର ରହିବ ବୋଲି ସୂଚନା ମିଳୁଛି, ସେଥିରୁ ଅନୁମାନ କରାଯାଇପାରେ ଯେ ସାମାଜିକ ଦୂରତାର ଧାରା ଢେର ବର୍ଷ ଲାଗି ରହିବ। ଏହି ପରିପ୍ରେକ୍ଷୀରେ ଜନବହୁଳ ଭାରତବର୍ଷକୁ ଦେଖିଲେ ଯେଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସାଧାରଣ କାର୍ଯ୍ୟକଳାପ ଆଗକୁ ଯଥେଷ୍ଟ କମିଯିବ। ଉଲ୍ଲେଖଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେଣି ଯଦି ଠିକ୍‌ ଭାବେ ଟେଷ୍ଟିଂ କରାଯାଏ, ତାହା ହେଲେ ଭାରତ ଓ ଚାଇନାରେ ଆମେରିକାଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଅଧିକ ରହିବ।
ଏହି ପରିପ୍ରେକ୍ଷୀରେ ଭାରତରେ ଆଗାମୀ ଦିନର ନିର୍ବାଚନ ଦୃଶ୍ୟପଟ କିଭଳି ରହିବ ତା’ ଉପରେ ଦୃଷ୍ଟି ପକାଯାଇପାରେ। ପାର୍ଲାମେଣ୍ଟ ନିର୍ବାଚନ ପରେ ରାଜ୍ୟଗୁଡ଼ିକର ବିଧାନସଭା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥାଏ। ନେତାମାନେ ବହୁ ଥାଟ୍ଟବାଟରେ ଯାଇ ନିର୍ବାଚନ ପ୍ରଚାର କରିଥାଆନ୍ତି। ଶହ ଶହ ଗାଡ଼ିମୋଟର ସେମାନଙ୍କ ପଛରେ ଛୁଟେ। ସଭା କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରାଯିବା ଲାଗି ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବାଠାରୁ ଆରମ୍ଭ କରି ଲୋକ ଯୋଗାଡ଼ ଯାଏ ନେତାଙ୍କ ସମର୍ଥକମାନେ ଲାଗି ପଡ଼ିଥାଆନ୍ତି। କୋଭିଡ୍‌-୧୯ ସଂକ୍ରମଣଜନିତ କାରଣରୁ ଆଗକୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଲା ଭଳି ମନେହେଉ ନାହିଁ। କିଛିମାସ ପରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ଏକ ଟେଷ୍ଟିଂ ଗ୍ରାଉଣ୍ଡ ବା ପରୀକ୍ଷଣ ପଡ଼ିଆ ପାଲଟିବ। ଫଳରେ ନିର୍ବାଚନ କମିଶନ ଭିନ୍ନ ଭିନ୍ନ ରାଜନୈତିକ ଦଳ ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକାର ବିଚାରବିମର୍ଶ ଉପରେ ଆଲୋକପାତ କରିବାକୁ ବାଧ୍ୟ ହେବେ। ବର୍ତ୍ତମାନର ପରିସ୍ଥିତିକୁ ଦେଖି ନିର୍ବାଚନ ଦୀର୍ଘଦିନ ପର୍ଯ୍ୟନ୍ତ ଗଡ଼ାଇ ଦିଆଯାଇପାରିବ ନାହିଁ। ତେଣୁ ନିର୍ବାଚନ ପ୍ରଚାର ପଦ୍ଧତିରେ ଅନେକ ସଂସ୍କାର ଦେଖାଦେଇପାରେ।
ନିର୍ବାଚନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଲେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରଭାବିତ କରିବ। ପଞ୍ଚାୟତ ସ୍ତରରୁ ଆରମ୍ଭ କରି ପାର୍ଲାମେଣ୍ଟ ଯାଏ ସବୁଥିରେ ଭିନ୍ନତା ପରିଲକ୍ଷିତ ହୋଇପାରିବ। ଅବଶ୍ୟ ଏଭଳି ସଂସ୍କାର କେତେ ଦିନ ବଳବତ୍ତର ରହିବ ତାହା ଆକଳନ କରିବା କଷ୍ଟକର। ତଥାପି ଏବର ସ୍ଥିତି ଦେଖିଲେ ଲୋକମାନେ ପରସ୍ପରର ନିକଟତର ନ ହେବାକୁ ବାଧ୍ୟ ହେବେ। ସମ୍ଭବତଃ ଭାରତୀୟ ରାଜନୈତିକ ଇତିହାସରେ ଏଭଳି ଦେଖାଯାଇ ନ ଥିଲା। ଯଦି ଭାରତୀୟ ରାଜନେତାଙ୍କ ଚରିତ୍ରକୁ ଦେଖିବା ତାହା ହେଲେ ନିର୍ବାଚନ ସମୟରେ ନିଜର ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନରେ ଅନେକ ରାଜନୈତିକ ବ୍ୟକ୍ତି ଅପାର ଆନନ୍ଦ ପାଇଥାଆନ୍ତି। ଫଳରେ ଜଣେ ଯୋଗ୍ୟ ବ୍ୟକ୍ତି ହୋଇଥିଲେ ମଧ୍ୟ ଯଦି ସେ ବିରାଟବଡ଼ ଭିଡ଼ ସୃଷ୍ଟି କରିବାରେ ଅସଫଳ ହୁଅନ୍ତି, ତାହା ହେଲେ ନିର୍ବାଚନରେ ପରାସ୍ତ ହେବାର ଆଶଙ୍କା ରହିଛି। ନିର୍ବାଚନ ପ୍ରସ୍ତୁତିରେ ପ୍ରତିଦ୍ୱନ୍ଦ୍ୱୀମାନେ ବିରାଟକାୟ ପଟୁଆର ଧାରଣ କରିବାକୁ ଯେଭଳି ପ୍ରମୁଖ ଉପାଦାନ ଭାବେ ଧରିନେଇଥିବା ଲକ୍ଷ୍ୟ କରାଯାଇଥାଏ। ଅନ୍ୟ ଏକ ଦିଗକୁ ଦେଖିଲେ ନିର୍ବାଚନ କମିଶନ ପ୍ରତ୍ୟେକ ପ୍ରାର୍ଥୀ କେତେ ଅର୍ଥ ବ୍ୟୟ କରିପାରିବେ ଓ ପ୍ରସ୍ତୁତି କିଭଳି ଧରଣର ହେବ, ସେଥିଲାଗି ନିୟମ ସ୍ଥିର କରିଥାଅନ୍ତି। ଏହା ସତ୍ୟ ଯେ କୌଣସି ପ୍ରାର୍ଥୀ ଠିକ୍‌ ତଥ୍ୟ ଦେଇ ନ ଥାଆନ୍ତି। ଅର୍ଥାତ୍‌ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡଠାରୁ ପ୍ରାର୍ଥୀମାନେ କାହିଁ କେତେ ଅଧିକ ଖର୍ଚ୍ଚ କରୁଥିବା ଦେଖାଯାଏ।
ଯଦି ବାସ୍ତବରେ କୋଭିଡ-୧୯ ଜନସାଧାରଣଙ୍କୁ ଦୂରତା ବଜାୟ ରଖିବାକୁ ଯାଇ ଲୋକଭିଡ଼ଠାରୁ ଅଲଗା କରିବାରେ ସମର୍ଥ ହୁଏ, ତେବେ ଭାରତୀୟ ଗଣତନ୍ତ୍ରରେ ବଡ଼ ପରିବର୍ତ୍ତନ ଆସିପାରିବ। ଏହାଦ୍ୱାରା ନିର୍ବାଚନ ପ୍ରଚାରରେ ହେଉଥିବା ବ୍ୟାପକ ଅର୍ଥନିବେଶକୁ କେବଳ ଯେ ରୋକାଯାଇପାରିବ ତାହା ନୁହେଁ, ଅର୍ଥର ଭୂମିକା ମଧ୍ୟ ନଗଣ୍ୟ ହୋଇଯାଇପାରେ। ସେଭଳି ସ୍ଥଳେ ଭାରତୀୟ ରାଜନେତା ଜନସାଧାରଣଙ୍କୁ ଲୋଭ ଓ ମାଗଣା ପଦାର୍ଥ ଦେବାର ଆକର୍ଷଣରୁ ଦୂରେଇ ଯାଇ ଅଧିକ ନୀତି ଓ ଯୋଜନା ବା କାର୍ଯ୍ୟକ୍ରମ ବିଷୟରେ କହିବାକୁ ବାଧ୍ୟ ହେବେ। ଏଭଳି ପରିବର୍ତ୍ତନ ମନ୍ଥର ଗତିରେ ହୋଇପାରେ, କିନ୍ତୁ ଦେଶର ନାଗରିକଙ୍କ ପାଇଁ ଏକ ସୁସମୟ ଆସିପାରେ। ଏହି ପରିସ୍ଥିତି ଯଦି ଦୀର୍ଘମିଆଦୀ ହେବ, ତାହା ନିଶ୍ଚିତ ଭାବେ ଭାରତ ପାଇଁ ଏକ ଶୁଭ ସଙ୍କେତ ଆଣିଦେବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri