ରାଜକୋଷକୁ କରୋନା ମାଡ଼

ଭୁବନେଶ୍ୱର,୯।୬(ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦ ସାଜିଛି। ଏହା କେବଳ ଯେ ସ୍ବାସ୍ଥ୍ୟ ନୁହେଁ, ଆର୍ଥିକ ବ୍ୟବସ୍ଥାକୁ ମଧ୍ୟ ବିଗାଡ଼ି ଦେଇଛି। ଯାହାଫଳରେ ଗତ କିଛି ମାସ ହେବ ରାଜକୋଷ ଉପରେ ମଧ୍ୟ ଶକ୍ତ ଚାପ ପଡ଼ିଛି। ସମସ୍ତ ବିକାଶମୂଳକ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଯେଉଁ ନୂତନ ଯୋଜନାର ମୂଳଦୁଆ ପକାଇଥିଲେ ସେସବୁ ଫାଇଲ ଭିତରେ ରହିଯାଇଛି। ଏଥିଯୋଗୁ କେନ୍ଦ୍ର ସରକାର ଚଳିତ ବର୍ଷ କାୈଣସି ନୂତନ ଯୋଜନା ଆରମ୍ଭ ନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ରାଜ୍ୟ ସରକାର ଏ ନେଇ କାୈଣସି ନିଷ୍ପତ୍ତି ଏଯାବତ୍‌ ନେଇନାହାନ୍ତି। ଏଭଳିସ୍ଥିତିରେ ରାଜ୍ୟ ରାଜକୋଷର ଅବସ୍ଥା ଯାହା କହୁଛି ଚଳିତ ଆର୍ଥିକ ବର୍ଷରେ ଚାଲୁ ରହିଥିବା ଯୋଜନାକୁ ଆଗକୁ ନେବା ପାଇଁ ସରକାରଙ୍କ ପାଖରେ ବଳ ନାହିଁ। ଏପରି କି ଆର୍ଥିକ ପରିସ୍ଥିତିରେ ସୁଧାର ନ ଆସିଲେ ଆସନ୍ତା ଅକ୍ଟୋବର ବେଳକୁ ସରକାର କର୍ମଚାରୀମାନଙ୍କୁ ଦରମା ଦେବା ମଧ୍ୟ ମୁସ୍କିଲ ହୋଇପଡ଼ିବ ବୋଲି ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି।
ଆର୍ଥିକ ମାନ୍ଦାବସ୍ଥା ଯୋଗୁ ରାଜ୍ୟର ଆର୍ଥିକ ଅବସ୍ଥା ସେତେଟା ଭଲ ନ ଥିବା ବେଳେ କୋଭିଡ୍‌-୧୯ ପରିସ୍ଥିତିକୁ ଆହୁରି ବିଗାଡ଼ିଦେଇଛି। ଗତ ଦୁଇ ମାସ ହେବ ରାଜ୍ୟ ସରକାରଙ୍କ ରାଜସ୍ବ ଆଦାୟ ବିଶେଷଭାବେ ହ୍ରାସ ପାଇଛି। ରାଜକୋଷର ସିଂହଭାଗ ଆସୁଥିବା ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତିରେ ରହିଛି। ଅର୍ଥ ବିଭାଗରୁ ମିଳିଥିବା ସୂଚନା ମୁତାବକ ୨୦୧୫-୧୬ରେ ମୂଲ୍ୟଯୁକ୍ତ କର(ଭାଟ୍‌), କେନ୍ଦ୍ରୀୟ ବିକ୍ରି କର(ସିଏସ୍‌ଟି), ଆମୋଦପ୍ରମୋଦ କର(ଇଟି), ରାଜ୍ୟ ବିକ୍ରି କର(ଓଏସ୍‌ଟି) ଓ ପ୍ରବେଶ କର ବାବଦରେ ୧୧୦୨୨.୬୯ କୋଟି ଟଙ୍କା ଆଦାୟ ହୋଇଥିଲା। ୨୦୧୬-୧୭ରେ ଏହା ୧୧୮୩୪.୪୯ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୭ ଜୁଲାଇ ପହିଲାରୁ ରାଜ୍ୟରେ ଜିଏସ୍‌ଟି ଲାଗୁ ହୋଇଥିଲା। ୨୦୧୭-୧୮ରେ ଜିଏସ୍‌ଟି ବାବଦରେ ୬୧୨୭.୨୭ କୋଟି ଏବଂ ଅନ୍ୟାନ୍ୟ ଟିକସ ବାବଦରେ ୪୫୨୫.୫୪ କୋଟିକୁ ମିଶାଇ ମୋଟ ୧୦୬୫୨.୮୧ ଟଙ୍କା ରାଜକୋଷକୁ ମିଳିଥିଲା। ୨୦୧୮-୧୯ରେ ଜିଏସ୍‌ଟି ବାବଦରେ ୧୦୧୪୮.୧୪ କୋଟି ଏବଂ ଅନ୍ୟାନ୍ୟ ଟିକସ ବାବଦରେ ୧୮୪.୨୯ କୋଟିକୁ ମିଶାଇ ୧୦୩୩୨.୪୩ କୋଟି ଟଙ୍କା ମିଳିଥିଲା। ପୂର୍ବ ବର୍ଷ ତୁଳନାରେ ଜିଏସ୍‌ଟି ଆଦାୟ ହାର ୧୦.୪୧ ପ୍ରତିଶତ ଅଧିକ ହେଇଥିଲା। ସେହିପରି ୨୦୧୯-୨୦ରେ ଜିଏସ୍‌ଟି ବାବଦରେ ୧୨୭୪୭.୯୯ କୋଟି ଏବଂ ଅନ୍ୟାନ୍ୟ ଟିକସ ବାବଦରେ ୧୦୧.୭୯ କୋଟି ଆଦାୟ ହୋଇଥିଲା; ଯାହାକି ଗତ ବର୍ଷ ତୁଳନାରେ ଜିଏସ୍‌ଟି ଆଦାୟ ଶତକଡ଼ା ୨୫.୬୨ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଚଳିତ ଆର୍ଥିକ ବର୍ଷ ପାଇଁ ଜିଏସ୍‌ଟି ଆଦାୟ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଜିଏସ୍‌ଟି ଆଦାୟ ୨୦୨୦ ମେ ମଧ୍ୟରେ ୧୦୯୨.୦୫ କୋଟି ଟଙ୍କାକୁ ଖସି ଯାଇଥିବା ବେଳେ ଅନ୍ୟାନ୍ୟ ଟିକସ ଆଦାୟ ମାତ୍ର ୯.୯୦ କୋଟି ଟଙ୍କା ରହିଛି। ଏହା ଗତ ବର୍ଷ ତୁଳନାରେ ମେ ମାସ ଶେଷ ମଧ୍ୟରେ ଜିଏସ୍‌ଟି ଆଦାୟର -୪୮.୬୦ ପ୍ରତିଶତ ଅଟେ। ୨୦୨୦ ଏପ୍ରିଲ ଓ ମେ ମାସରେ ସରକାର ସବୁଠାରୁ ଅଧିକ କ୍ଷତି ସହିଛନ୍ତି। ଏହି ଦୁଇମାସରେ ଜିଏସ୍‌ଟି ଆଦାୟ -୫୧.୫୩ ପ୍ରତିଶତକୁ ଖସି ଆସି ମାତ୍ର ୧୪୫୩.୮୨କୋଟି ରହିଛି। ସେହିପରି ଯାନବହାନ ଟିକସ ଆଦାୟ ମଧ୍ୟ ବହୁ ତଳକୁ ଖସିଯାଇଛି। ୨୦୧୯ ଏପ୍ରଲ ଓ ମେ ମାସ ମାସରେ ଯାନବାହନରୁ ୨୭୧.୨୮ କୋଟି ଟଙ୍କାର ଟିକସ ଆଦାୟ ହୋଇଥିବା ବେଳେ ୨୦୨୦ ମେ ଶେଷ ସୁଦ୍ଧା ମାତ୍ର ୬୯ କୋଟି ଟଙ୍କା ଆଦାୟ ହୋଇଛି। ପ୍ରାୟ ୭୫ ପ୍ରତିଶତ ଟିକସ କମି ଯାଇଛି। ନୂତନ ଗାଡ଼ି ବିକ୍ରି ନ ହେବା ସାଙ୍ଗକୁ ବସ୍‌ ଓ ଅନ୍ୟାନ୍ୟ ବାଣିଜି୍ୟକ ଯାନବାହନରୁ ୩ ମାସ ପାଇଁ ଟିକସ ଛାଡ଼ କରିବା ଯୋଗୁ ସରକାରଙ୍କୁ ଆହୁରି କ୍ଷତି ସହିବାକୁ ପଡ଼ିଛି। ରାଜ୍ୟଗୁଡ଼ିକର ଜଏସ୍‌ଟି ଜନିତ କ୍ଷତିଭରଣା କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିଥାନ୍ତି। ଏହି କ୍ରମରେ ଗତ ୫ତାରିଖରେ ସମସ୍ତ ରାଜ୍ୟକୁ ୨୦୧୯ ଡିସେମ୍ବର ଓ ୨୦୨୦ ଜାନୁୟାରୀ ଓ ଫେବୃୟାରୀ ମାସ ପାଇଁ ୩୬,୪୦୦କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାକୁ ମାତ୍ର ୧୧୧୬.୨୪କୋଟି ମିଳିଛି।
ଗୋଟିଏ ପଟେ ରାଜସ୍ବ ତଳମୁହାଁ ହୋଇଥିବା ବେଳେ ଅନ୍ୟ ପଟେ କେନ୍ଦ୍ର ସରକାର କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟର ଅଂଶଧନକୁ ନ ଦେବା ଦ୍ୱାରା ଆର୍ଥିକ ଚାପ ବହୁତ ବଢ଼ିଯାଇଛି। ୨୦୧୫ରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟର କେନ୍ଦ୍ରୀୟ ଟିକସ ବାବଦ ଅଂଶଧନ ୮୨୫୬ କୋଟି ଟଙ୍କା ଦେଇନାହାନ୍ତି। ସେହିପରି କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସ୍‌ଡିଆର୍‌ଏଫ୍‌) ବାବଦରେ ଗତ ୫ ବର୍ଷ ମଧ୍ୟରେ ପାଇବାକୁ ଥିବା ୩୭୧୮ କୋଟି ଟଙ୍କାରୁ ୩୦୯୭ କୋଟି ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ଅର୍ଥରାଶି ଏବେ ବି ପଡ଼ି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri