ଡାକ୍ତରଙ୍କୁ ମାଡ ମାରି ଯୁବକ ଗିରଫ

ତାଳଚେର, ୪ା୪(ନି.ପ୍ର.)-
ତାଳଚେର ଉପଖଣ୍ଡ ଡାକ୍ତରଖାନାର କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗରେ ତାଳଚେର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ ବାସୁଦେବ ସିଂହ । ତାଳଚେର ୪ ନମ୍ବର ୱାର୍ଡର ପତିତପାବନ ସିଂଙ୍କ ସ୍ତ୍ରୀ ଅମୂଲ୍ୟଙ୍କ ଶୁକ୍ରବାର ଉପଖଣ୍ଡ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ଏଲ.ଏନ ପ୍ରସାଦଙ୍କୁ କେତେଜଣ ଯୁବକ ଠେଲାପେଲା କରିବା ସହିତ ମାଡ ମାରିଥିବା ନେଇ ଡାକ୍ତରଖାନା କର୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ନଂ ୧୨୦/୨୦ରେ ଏକ ମାମଲା ରୁଜୁ କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହିତ ମୃତ ମହିଳାଙ୍କ ପୁଅକୁ ଗିରଫ କରି କୋର୍ଟଚାଲାଣ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri