ଡାକ୍ତରଖାନାରେ ପର୍ଯ୍ୟାପ୍ତ ଔଷଧ ରଖିବାକୁ ନିର୍ଦ୍ଦେଶ

ଅନୁଗୋଳ ଅଫିସ୍‌, ୬।୨ – ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ମଙ୍ଗଳବାରଠାରୁ ଅନୁଗୋଳ ଜିଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକ୍ରମ ସମେତ ସରକାରଙ୍କର ଅଗ୍ରାଧିକାର ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ମଙ୍ଗଳବାର ସଚିବ ପାଲଲହଡ଼ା ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ବୁଧବାର ପୂର୍ବାହ୍ନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ ଜିଲାରେ ଚାଲିଥିବା ସରକାରଙ୍କ ୧୧ଟି ପ୍ରମୁଖ ଯୋଜନା ଗୁଡ଼ିକର ସମୀକ୍ଷା କରିଥିଲେ।
ମମତା, ନିରାମୟ, ଗଭୀର ନଳକୂପ ଓ ଉଠା ଜଳସେଚନ, ପାନୀୟ ଜଳ, ପିଡିଏସ୍‌-ଏନ୍‌ଏଫ୍‌ଏସ୍‌ଏ, ସମଗ୍ର ଶିକ୍ଷା ଓ ଛାତ୍ରାବାସ, ବିଜୁ ପକ୍କାଘର ଯୋଜନା, ମିଶନ ଶକ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଗ୍ରାମୀଣ ବିଦ୍ୟୁତ ସଂଯୋଗ, ପେନ୍‌ସନ୍‌ ଓ ଆଇସିଡିଏସ୍‌ ଅନ୍ତର୍ଭୁକ୍ତ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ସଚିବ ସମୀକ୍ଷା କରିଥିଲେ। ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ୪ ପ୍ରତିଶତ ଗୃହ ଠିକ୍‌ ଭାବେ ଯୋଗାଇ ଦିଆଯାଉଛି କି ନାହିଁ ସଚିବ ବିଭାଗୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ। ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ଗଚ୍ଛିତ ରଖିବାକୁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଔଷଧ ଗୁଡ଼ିକ ଯେପରି ନଷ୍ଟ ନ ହେବ ସେଥିପାଇଁ ଧ୍ୟାନ ଦେବାକୁ ମହାନ୍ତିଙ୍କୁ କହିଥିଲେ। ବିଗତ ୩ ବର୍ଷର ଓପିଡି ରୋଗୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ସଚିବ ଡାକ୍ତର ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚିକିତ୍ସାଳୟରେ ଅତ୍ୟାଧୁନିକ ରୋଷେଇ ଗୃହ ନିର୍ମାଣ ଉପରେ ସଚିବ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ପଡ଼ିଲେ ଜିଲା ଖଣିଜ ପାଣ୍ଠିରୁ ଯୋଗାଇ ଦିଆଯିବ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଜିଲାର ବିଭିନ୍ନ ସ୍ଥାନରୁ ୧୪୦ଟି ବୋରୱେଲର ଭୂତଳ ଜଳ ପରୀକ୍ଷା ପାଇଁ ନମୁନା ପଠାଯାଇଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଜିଲାର ପାଖାପାଖି ୩୫ ହଜାର କୃଷକ ଉଠା ଜଳସେଚନ ଓ ବୋରୱେଲ ବ୍ୟବହାର କରି କୃଷି କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ। ତେବେ କୃଷି ଓ କୃଷକଙ୍କ ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ସଚିବ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନେକ ଜାଗାରେ ଗୋଟିଏ ପରିବାର ପାଇଁ ଉଦ୍ଦିଷ୍ଟ ପାନୀୟ ଜଳ ଯୋଗାଣ ପଏଣ୍ଟରୁ ୨-୩ଟି ପରିବାର ପାନୀୟ ଜଳ ବ୍ୟବହାର କରୁଛନ୍ତି। ପୌରପାଳିକା ନିର୍ବାଚନ ପରେ ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ। ସରକାରଙ୍କ ପ୍ରଦତ୍ତ ଏଲ୍‌ଇଡି ଲାଇଟ୍‌ ଗୁଡ଼ିକ ଠିକ୍‌ ଭାବେ ବଣ୍ଟନ କରାଯାଉଛି କି ନାହିଁ ସଚିବ ପଚାରି ବୁଝିଥିଲେ। ଯେଉଁଠି ଏହି ବଲ୍‌ଗୁଡ଼ିକ ଶୀଘ୍ର ଫିଉଜ୍‌ ହୋଇଯାଉଛି ଏହା ଉପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳ ଓ ନିର୍ବାହୀ ଯନ୍ତ୍ରୀ (ସେସୁ)ଙ୍କୁ ସେ ପରାମର୍ଶ ଦେଇଥିଲେ। ଜିଲାର ପ୍ରତି ବିଦ୍ୟାଳୟରେ ପାଠାଗାର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସଚିବ ଜିଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଜିଲାରେ ଥିବା ଭିନ୍ନକ୍ଷମ ଶ୍ରମିକ ପରିବାରଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳଙ୍କ ସମେତ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତ୍ତିରାୟ ଓ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri