Posted inଖେଳ

ଡବ୍ଲ୍ୟୁଡବ୍ଲ୍ୟୁଇକୁ ଅଲ୍‌ବିଦା କହିଲେ ‘ଡେଡ୍‌ମ୍ୟାନ’ ଅଣ୍ଡରଟେକର

ହୋଷ୍ଟନ (ଆମେରିକା), ୨୨।୬- ଓ୍ବାଲର୍‌ଡ ରେସଲିଂ ଏଣ୍ଟରଟେନମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ)ର ସର୍ବକାଳୀନ ଶ୍ରେଷ୍ଠ ରେସ୍‌ଲର ତଥା ‘ଡେଡ୍‌ମ୍ୟାନ’ ଭାବେ ପରିଚିତ ଦି ଅଣ୍ଡରଟେକର ରିଙ୍ଗ୍‌ରେ ଆଉ ଲଢ଼େଇ କରୁଥିବାର ଦେଖିବାକୁ ମିଳିବେନି। ୫୫ ବର୍ଷୀୟ ଏହି କିମ୍ବଦନ୍ତୀ ଆମେରିକୀୟ ପ୍ରଫେଶନାଲ ରେସ୍‌ଲର ତାଙ୍କ ୩୦ ବର୍ଷର ଜ୍ୱାଜୁଲ୍ୟମୟ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇ ଡବ୍ଲ୍ୟୁଡବ୍ଲ୍ୟୁଇକୁ ଅଲ୍‌ବିଦା କହିଛନ୍ତି। ଫଳରେ ଡବ୍ଲ୍ୟୁଡବ୍ଲ୍ୟୁଇରେ ଏକ ଯୁଗର ଅବସାନ ଘଟିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ୬ ଫୁଟ୍‌ ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ରେସଲର୍‌ଙ୍କ ପ୍ରକୃତ ନାମ ହେଉଛି ମାର୍କ ଓ୍ବିଲିୟମ କାଲଓ୍ବେ। କିନ୍ତୁ ରିଙ୍ଗରେ ସେ ‘ଦି ଅଣ୍ଡରଟେକର୍‌’ ଭାବେ ବିଶ୍ୱରେ ବେଶ୍‌ ପରିଚିତ। ୧୯୮୭ରେ ଫ୍ରଫେଶନାଲ ରେସ୍‌ଲର ଭାବେ ଅଣ୍ଡରଟେକର କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ୧୯୯୦ରେ ସେ ଡବ୍ଲ୍ୟୁଡବ୍ଲ୍ୟୁଇରେ ପଦାର୍ପଣ କରିଥଲେ। ଲଢ଼େଇ ପୂର୍ବରୁ ଅଣ୍ଡରଟେକର ଯେତେବେଳେ ରିଙ୍ଗ୍‌କୁ ପ୍ରବେଶ କରିଥାନ୍ତି ସେ ସମୟ ବେଶ୍‌ ରୋମାଞ୍ଚକ ଥାଏ। କଳା ରଙ୍ଗର ଲମ୍ବା ଜ୍ୟାକେଟ୍‌ ସାଙ୍ଗକୁ ଟୋପି ପରିଧାନ କରି ଅଣ୍ଡରଟେକର ଏରେନାକୁ ପ୍ରବେଶ କରିବାବେଳେ ପୁରା ପରିବେଶ ଅନ୍ଧକାର ଓ ଧୂଆଁମୟ ହୋଇଉଠେ। କେତେବେଳେ ଚାଲି ଚାଲି ତ ପୁଣି ବୁଲେଟ୍‌ ଚଢ଼ି ଅଣ୍ଡରଟେକର ରିଙ୍ଗକୁ ଆସିଥାନ୍ତି। ୩୦ ବର୍ଷର କ୍ୟାରିୟରେ ରିଙ୍ଗରେ ସେ ଅନେକ ଜଣାଶୁଣା ରେସ୍‌ଲରଙ୍କୁ ଧରାଶାୟୀ କରିଛନ୍ତି। ସେ ଡବ୍ଲ୍ୟୁଡବ୍ଲ୍ୟୁଇର ବହୁ ଟାଇଟଲ୍‌ର ଅଧିକାରୀ ମଧ୍ୟ ହୋଇଛନ୍ତି। ରେସଲମାନିଆରେ ସେ କ୍ରମାଗତ ୨୧ ଲଢ଼େଇ ଜିତିଥିଲେ। କିନ୍ତୁ ବ୍ରୋକ ଲେନସର୍‌ ଏହି ରେକର୍ଡକୁ ଭାଙ୍ଗିଥିଲେ। ବୟସ ୫୦ ଅତିକ୍ରମ କରିଥିଲେ ମଧ୍ୟ ସେ କେବେ ଥକି ପଡ଼ି ନ ଥିଲେ। ଶେଷଥର ପାଇଁ ଅଣ୍ଡରଟେକରଙ୍କୁ ଗତ ଏପ୍ରିଲରେ ରେସଲମାନିଆ-୩୬ରେ ଏ.ଜେ. ଷ୍ଟାଇଲଙ୍କ ବିପକ୍ଷରେ ଲଢ଼େଇ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଲଢ଼େଇରେ ସେ ବିଜୟୀ ହୋଇଥିଲେ। ଅଣ୍ଡରଟେକର ରିଙ୍ଗ୍‌କୁ ଅଲ୍‌ବିଦା କରିଥିଲେ ମଧ୍ୟ ରେସ୍‌ଲିଂ ସହ ପରିଚିତ ଥିବା ଲୋକେ ତାଙ୍କୁ ସର୍ବଦା ମନେରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri