Posted inଫୁରସତ

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର: ଆଦର୍ଶ ଶିକ୍ଷକ ଲଳିତ ନାରାୟଣ ମହାପାତ୍ର

ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ଗାଁରେ ମୋ ଜନ୍ମ। ନନା ଶିକ୍ଷକତା କରୁଥିଲେ। ମୁଁ ଅଷ୍ଟମରେ ପଢିଲାବେଳେ ତାଙ୍କର ବିୟୋଗ ହେଲା। ନନାଙ୍କର ଶୁଦ୍ଧି କ୍ରିୟା ସାଙ୍ଗକୁ ଘର ଚଳାଇବା ଓ ପାଠ ପଢାଇବାକୁ ବୋଉକୁ ଆମ ଜମି ବିକିବାକୁ ପଡିଲା। ବଡ଼ ପୁଅ ଭାବେ ନିଜ ପଢାଖର୍ଚ୍ଚ ଉଠାଇବା ସହ ବୋଉକୁ ସାହାଯ୍ୟ କରିବାକୁ ମୁଁ ଟ୍ୟୁଶନ କରିବା ଆରମ୍ଭ କଲି। ତା’ସହ ଘାସକଟା, ଗାଈ ଜଗିବା, ଘର ଛପର, ଚାଷ କରିବା ଇତ୍ୟାଦି କାମ ବି ମୁଁ କରୁଥିଲି। ଏଥିରୁ ଯାହା ମିଳୁଥିଲା ଦୁଃଖେ କଷ୍ଟେ ପରିବାର ଆମର ଚଳିଯାଉଥିଲା। ଏଥିପାଇଁ ସାଙ୍ଗ ଅଜୟ ବାଘସିଂହ ମୋତେ ଅନେକ ସାହାଯ୍ୟ କରିଥିଲା। ମୋ ସ୍କୁଲ୍‌ ସାର୍‌ମାନେ ବି ଅନେକ ସହଯୋଗ କରିଥିଲେ। ସ୍କୁଲ୍‌ ପୂଜା ଚାନ୍ଦାଠୁ ଆରମ୍ଭ କରି ଦଶମ ବୋର୍ଡ ପରୀକ୍ଷା ପାଇଁ ମେସ୍‌ରେ ଯାଇ ରହିଲାବେଳେ ମେସ୍‌ ଖର୍ଚ୍ଚ ବି ମୋଠୁ ନେଇ ନ ଥିଲେ। ଏଭଳି ଭାବେ ମୋର ସ୍କୁଲ୍‌ ଓ କଲେଜ ପଢା ସରିଥିଲା। ଅବଶ୍ୟ ନନାଙ୍କ ମୃତ୍ୟୁର ୪ ବର୍ଷ ପରେ ବୋଉର ଚାକିରି ଅର୍ଡର ଆସିଯାଇଥିଲା। କିନ୍ତୁ ଏହି ୪ ବର୍ଷ ଆମକୁ ଚାରିଯୁଗ ପରି ଲାଗିଥିଲା। ଏପଟେ ଗ୍ରାଜୁଏଶନ୍‌ ପରେ ମୁଁ ମଞ୍ଚେଶ୍ୱରସ୍ଥିତ କ୍ୱାଲିଟି ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରିର ପ୍ରଡକ୍ସନ୍‌ ଡିପାର୍ଟମେଣ୍ଟରେ କାମ କରିବା ଆରମ୍ଭ କରିଥିଲି। କିଛିଦିନ ପରେ ଅନୁଭବ କଲି ଏହି କାମରେ ବ୍ୟସ୍ତ ରହି ମୁଁ ପାଠ ସବୁ ଭୁଲି ଯାଉଛି। ତେଣୁ ସେ ଚାକିରି ଛାଡି ଖୋର୍ଦ୍ଧା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଶିକ୍ଷକ ରୂପେ ଯୋଗ ଦେଲି। ଏହାସହିତ ନୂଆ ଭାବେ ଖୋଲିଥିବା କୁହୁଡି ସରସ୍ବତୀ ଶିଶୁ ମନ୍ଦିରର ପ୍ରଥମ ପ୍ରଧାନ ଆଚାର୍ଯ୍ୟର ଦାୟିତ୍ୱ ନେଲି। ସକାଳେ କୁହୁଡି ଓ ୧୦ଟାବେଳେ ଖୋର୍ଦ୍ଧା, ଭାରି କଷ୍ଟସାଧ୍ୟ ଥିଲା ସେ ସମୟ। ତେଣୁ ବାଧ୍ୟ ହୋଇ କୁହୁଡି ଛାଡି ଖୋର୍ଦ୍ଧା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଆଚାର୍ଯ୍ୟ ଭାବେ କାମ କଲି। ଏଠି କାମ କରିବା ଭିତରେ ଅନେକ ବୁଦ୍ଧିଜୀବୀଙ୍କ ସଂସ୍ପର୍ଶରେ ଆସିଲି, ଅଭିଭାବକଙ୍କ ଆସ୍ଥା ଭାଜନ ହେଲି, ଛାତ୍ରୀଛାତ୍ର ଭଲ ରେଜଲ୍ଟ କଲେ, ଖେଳ ଓ ସାଂସ୍କୃତିକ କ୍ଷେତ୍ରରେ ସ୍କୁଲ୍‌ର ଭଲ ନଁା ବି ହେଲା। କିନ୍ତୁ ପରିଚାଳନାଗତ ତ୍ରୁଟି ଯୋଗୁ ଉକ୍ତ ବିଦ୍ୟାଳୟର ଭବିଷ୍ୟତ ଅନିଶ୍ଚିତତା ଭିତରେ ଗତି କରିବାର ଲକ୍ଷ୍ୟ କରି ମୁଁ ଖୋର୍ଦ୍ଧା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଚାର୍ଯ୍ୟ ରୂପେ ଯୋଗ ଦେଲି। ଏଠାରେ ବହୁ ବର୍ଷ ରହିବା ଭିତରେ ବିଭିନ୍ନ ବିଭାଗରେ ପ୍ରମୁଖ ଦାୟିତ୍ୱ ନେଇ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ଦକ୍ଷତା ବୃଦ୍ଧି କରାଇଥିଲି। ଏହାପରେ ୨୦୦୭ରେ ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ରସୁଲପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟକ ରୂପେ ସରକାରୀ ଚାକିରିରେ ଯୋଗ ଦେଲି। ସେତେବେଳେ ଏହି ବିଦ୍ୟାଳୟଟି ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଚାଲୁଥିଲା। ୧ଟି କାଠ କଳାପଟା, ୨ଟି ଚୌକି, ୧ଟି ଛୋଟ ଟ୍ରଙ୍କ ରଖି ଛାତ୍ରୀଛାତ୍ରଙ୍କୁ ସେଠାରେ ପଢାଯାଉଥିଲା। ବର୍ଷା ହେଲେ ବାଧ୍ୟରେ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଉଥିଲା ଏବଂ ସେହି ବ୍ୟକ୍ତିଙ୍କ ଘରେ ହିଁ ମଧ୍ୟାହ୍ନ ଭୋଜନ ହେଉଥିଲା। ଏହାଦେଖି ମୋତେ ଖୁବ୍‌ ବ୍ୟାକୁଳ ଲାଗୁଥିଲା। ଯୋଗକୁ ୨ବର୍ଷ ପରେ ମୋତେ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକର ଦାୟିତ୍ୱ ମିଳିଲା। ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ଏକାକୀ ଶିକ୍ଷକ ଭାବେ ବହୁ ପରିଶ୍ରମ କରି ସରକାରୀ ଅନୁଦାନ ଓ କମିଟି ସଦସ୍ୟଙ୍କ ସହଯୋଗରେ ଉକ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ କରିଥିଲି। ଫଳରେ ବ୍ଲକ୍‌ ସ୍ତରରେ ସେହି ସ୍କୁଲ୍‌କୁ ସ୍ବତନ୍ତ୍ର ପରିଚୟ ମିଳିଥିଲା। ସରକାରୀ ସ୍ତରରେ ବି ମୋ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଗଲା। ୨୦୧୮ ପର୍ଯ୍ୟନ୍ତ ଏ ସ୍କୁଲ୍‌ରେ ରହିବା ପରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ(ସିଆର୍‌ସିସି)ପଦବୀ ପାଇଁ ବ୍ଲକ୍‌ ସ୍ତରରେ ମୋ ନାଁକୁ ସୁପାରିସ କରାଗଲା। ଫଳରେ ଖୋର୍ଦ୍ଧା ଜିଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟରେ ଭିଜନିଂ ଟେଷ୍ଟ ଦେଇ କୃତକାର୍ଯ୍ୟ ହେଲି ଆଉ ଲକ୍ଷ୍ମୀଧରପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ, କୁହୁଡି କ୍ଲଷ୍ଟରରେ ସିଆରସିସି ରୂପେ ଯୋଗ ଦେଇ ଅଦ୍ୟାବଧି ଏଠାରେ କାର୍ଯ୍ୟ କରୁଅଛି। ତା’ସହିତ ନୂତନ ପେନ୍‌ସନଭୁକ୍ତ ଶିକ୍ଷକ ସଂଗଠନ, ଟାଙ୍ଗୀ ବ୍ଲକର ଉପ-ସଭାପତି ଓ ଏକ ସ୍ବେଚ୍ଛାସେବୀ ସଂଗଠନର ଜିଲାସ୍ତରରେ ପ୍ରମୁଖ ଦାୟିତ୍ୱ ମଧ୍ୟ ମୁଁ ତୁଲାଉଅଛି। ଶିକ୍ଷକତା କରିବା ମୋର ପସନ୍ଦ। ମୋ ମତରେ ଏହା ହେଉଛି ଏକ ଈଶ୍ୱରୀୟ କାର୍ଯ୍ୟ। ତେଣୁ ମୁଁ ସବୁବେଳେ ମୋ ସ୍କୁଲ ଓ ଛାତ୍ରୀଛାତ୍ରଙ୍କ ମଙ୍ଗଳ ପାଇଁ ତତ୍ପର ଥାଏ। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri