Posted inଫୁରସତ

ଟ୍ରେନ୍‌ରେ ବାଜିଥାଏ ୧୧ ପ୍ରକାର ହର୍ନ: ଜାଣନ୍ତୁ ଏହା କ’ଣ ସୂଚାଇଥାଏ

ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଟ୍ରେନ୍‌ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ଟ୍ରେନ୍‌ରେ ବାଜୁଥିବା ହର୍ନ ମଧ୍ୟ ସମସ୍ତେ ଶୁଣିଥିବେ। ହେଲେ ଆପଣମାନେ କେବେ ଧ୍ୟାନ ଦେଇଛନ୍ତି, ଟ୍ରେନ୍‌ରେ କେତେ ପ୍ରକାର ହର୍ନ ବାଜିଥାଏ। କହିରଖୁଛୁ ଟ୍ରେନ୍‌ରେ ୧୧ ପ୍ରକାର ହର୍ନ ବାଜିଥାଏ। ତେବେ ଏହି ହର୍ନ କ’ଣ ସୂଚାଇଥାଏ ଜାଣିବା ସେ ବିଷୟରେ-
ଗୋଟିଏ ଛୋଟ ହର୍ନ:
ଗୋଟିଏ ଛୋଟ ହର୍ନ ବାଜିବା ଅର୍ଥ ଟ୍ରେନ୍‌ଟି ପଟ୍ରି ଉପରକୁ ଆସିଯାଇଛି ଏବଂ ଏହାର ସଫା ସୁତରା କରିବାର ସମୟ ହୋଇଯାଇଛି।
୨ଟି ଛୋଟ ହର୍ନ:
ଟ୍ରେନ୍‌ ଡ୍ରାଇଭର ୨ଟି ଛୋଟ ହର୍ନ ମାରିଲେ ଏହାର ମାନେ ଟ୍ରେନ୍‌ ଚାଲିବା ପାଇଁ ରେଡ୍ଡି ହୋଇଯାଇଛି ଏବଂ ଡ୍ରାଇଭର ଟ୍ରେନ୍‌ ଗାର୍ଡଙ୍କୁ ସିଗ୍‌ନାଲ ବିଷୟରେ ପ୍ରଶ୍ନ କରୁଛନ୍ତି।
୩ଟି ଛୋଟ ହର୍ନ: ସାଧାରଣତଃ ଏହି ପ୍ରକାର ହର୍ନ ଖୁବ୍‌ କମ୍‌ ଶୁଣିବାକୁ ମିଳିଥାଏ। ୩ଟି ଛୋଟ ହର୍ନ ଆପତ୍‌କାଳୀନ ସ୍ଥିତିରେ ବଜାଯାଇଥାଏ। ଏହାର ଅର୍ଥ ଟ୍ରେନ୍‌ ଇଞ୍ଜିନକୁ କଣ୍ଟ୍ରୋଲ କରିବା ଲୋକୋ ପାଇଲଟଙ୍କ କଣ୍ଟ୍ରୋଲ ବାହାରେ। ଏହି ହର୍ନ ଟ୍ରେନ୍‌ ଗାର୍ଡ ପାଇଁ ଏକ ସଙ୍କେତ ଯାହାକୁ ସେ ତୁରନ୍ତ ରୋକିବ।


୪ଟି ଛୋଟ ହର୍ନ: ଏହାର ଅର୍ଥ ଟ୍ରେନ୍‌ ଇଞ୍ଜିନ ଖରାପ ଅଛି ଏବଂ ଏହା ଆଉ ଆଗକୁ ଯିବା ସ୍ଥିତିରେ ନାହିଁ।
ଗୋଟିଏ ଲମ୍ବା, ଗୋଟିଏ ଛୋଟ ହର୍ନ: ଏହାର ଅର୍ଥ ଇଞ୍ଜିନ ଷ୍ଟାର୍ଟ କରିବା ପୂର୍ବରୁ ଡ୍ରାଇଭର ପାଇପ ସିଷ୍ଟମକୁ ଟେଷ୍ଟ କରିବା ପାଇଁ ଗାର୍ଡଙ୍କୁ ସଙ୍କେତ ଦେଉଛି।
୨ଲମ୍ବା, ୨ଛୋଟ ହର୍ନ: ଏହାର ଅର୍ଥ ଟ୍ରେନ୍‌ ଡ୍ରାଇଭର ଟ୍ରେନ୍‌କୁ ନିୟନ୍ତ୍ରଣରେ ନେବା ପାଇଁ ଗାର୍ଡକୁ ସଙ୍କେତ ଦେଉଛି।
ଲଗାତର ବା ଲମ୍ବା ହର୍ନ ବାଜିବା : ଏହି ପ୍ରକାର ହର୍ନ ପ୍ଲାଟ୍‌ଫର୍ମରେ ଛିଡ଼ାହୋଇଥିବା ଯାତ୍ରୀଙ୍କୁ ସତର୍କ କରିବା ପାଇଁ ବଜାଯାଇଥାଏ।
୨ଥର ରହି ରହି ବାଜୁଥିବା ହର୍ନ: ଏ ପ୍ରକାର ହର୍ନ କୌଣସି ଛକ ରାସ୍ତା ବା କ୍ରସିଂରେ ବଜାଯାଇଥାଏ। ଫଳରେ କେହି ରେଳ କ୍ରସିଂ ନିକଟକୁ ଆସିବେ ନାହିଁ।
୨ ଲମ୍ବା, ଗୋଟିଏ ଛୋଟ ହର୍ନ: ଏହି ହର୍ନ ସେତେବେଳେ ବଜାଯାଇଥାଏ ଯେତେବେଳେ ଟ୍ରେନ୍‌ ଗୋଟିଏ ଟ୍ରାକ୍‌ ବଦଳାଇ ଅନ୍ୟ ଟ୍ରାକ୍‌କୁ ଯାଇଥାଏ।
୨ ଛୋଟ, ଗୋଟିଏ ଲମ୍ବା ହର୍ନ: ଏପରି ହର୍ନ କେବଳ ୨ଟି ପରିସ୍ଥିତିରେ ବଜାଯାଇଥାଏ। ଯେତେବେଳେ କେହି ଚେନ୍‌ ଟାଣନ୍ତି ଏବଂ ଅନ୍ୟଟି ଗାର୍ଡ ଭାକ୍ୟୁମ୍‌ ପ୍ରେସର ବ୍ରେକ୍‌ ମାରିଲେ।
୬ ଥର ଛୋଟ ହର୍ନ : ଯେତେବେଳେ ଟ୍ରେନ୍‌ ଡ୍ରାଇଭରଙ୍କୁ କିଛି ଭିନ୍ନ ପ୍ରକାର ଆଭାସ ମିଳିଥାଏ ସେତେବେଳେ ଡ୍ରାଇଭର ଏହି ହର୍ନ ମାରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri