Posted inଫୁରସତ

ଟ୍ରେନ୍‌ରେ ବାଜିଥାଏ ୧୧ ପ୍ରକାର ହର୍ନ: ଜାଣନ୍ତୁ ଏହା କ’ଣ ସୂଚାଇଥାଏ

ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଟ୍ରେନ୍‌ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ଟ୍ରେନ୍‌ରେ ବାଜୁଥିବା ହର୍ନ ମଧ୍ୟ ସମସ୍ତେ ଶୁଣିଥିବେ। ହେଲେ ଆପଣମାନେ କେବେ ଧ୍ୟାନ ଦେଇଛନ୍ତି, ଟ୍ରେନ୍‌ରେ କେତେ ପ୍ରକାର ହର୍ନ ବାଜିଥାଏ। କହିରଖୁଛୁ ଟ୍ରେନ୍‌ରେ ୧୧ ପ୍ରକାର ହର୍ନ ବାଜିଥାଏ। ତେବେ ଏହି ହର୍ନ କ’ଣ ସୂଚାଇଥାଏ ଜାଣିବା ସେ ବିଷୟରେ-
ଗୋଟିଏ ଛୋଟ ହର୍ନ:
ଗୋଟିଏ ଛୋଟ ହର୍ନ ବାଜିବା ଅର୍ଥ ଟ୍ରେନ୍‌ଟି ପଟ୍ରି ଉପରକୁ ଆସିଯାଇଛି ଏବଂ ଏହାର ସଫା ସୁତରା କରିବାର ସମୟ ହୋଇଯାଇଛି।
୨ଟି ଛୋଟ ହର୍ନ:
ଟ୍ରେନ୍‌ ଡ୍ରାଇଭର ୨ଟି ଛୋଟ ହର୍ନ ମାରିଲେ ଏହାର ମାନେ ଟ୍ରେନ୍‌ ଚାଲିବା ପାଇଁ ରେଡ୍ଡି ହୋଇଯାଇଛି ଏବଂ ଡ୍ରାଇଭର ଟ୍ରେନ୍‌ ଗାର୍ଡଙ୍କୁ ସିଗ୍‌ନାଲ ବିଷୟରେ ପ୍ରଶ୍ନ କରୁଛନ୍ତି।
୩ଟି ଛୋଟ ହର୍ନ: ସାଧାରଣତଃ ଏହି ପ୍ରକାର ହର୍ନ ଖୁବ୍‌ କମ୍‌ ଶୁଣିବାକୁ ମିଳିଥାଏ। ୩ଟି ଛୋଟ ହର୍ନ ଆପତ୍‌କାଳୀନ ସ୍ଥିତିରେ ବଜାଯାଇଥାଏ। ଏହାର ଅର୍ଥ ଟ୍ରେନ୍‌ ଇଞ୍ଜିନକୁ କଣ୍ଟ୍ରୋଲ କରିବା ଲୋକୋ ପାଇଲଟଙ୍କ କଣ୍ଟ୍ରୋଲ ବାହାରେ। ଏହି ହର୍ନ ଟ୍ରେନ୍‌ ଗାର୍ଡ ପାଇଁ ଏକ ସଙ୍କେତ ଯାହାକୁ ସେ ତୁରନ୍ତ ରୋକିବ।


୪ଟି ଛୋଟ ହର୍ନ: ଏହାର ଅର୍ଥ ଟ୍ରେନ୍‌ ଇଞ୍ଜିନ ଖରାପ ଅଛି ଏବଂ ଏହା ଆଉ ଆଗକୁ ଯିବା ସ୍ଥିତିରେ ନାହିଁ।
ଗୋଟିଏ ଲମ୍ବା, ଗୋଟିଏ ଛୋଟ ହର୍ନ: ଏହାର ଅର୍ଥ ଇଞ୍ଜିନ ଷ୍ଟାର୍ଟ କରିବା ପୂର୍ବରୁ ଡ୍ରାଇଭର ପାଇପ ସିଷ୍ଟମକୁ ଟେଷ୍ଟ କରିବା ପାଇଁ ଗାର୍ଡଙ୍କୁ ସଙ୍କେତ ଦେଉଛି।
୨ଲମ୍ବା, ୨ଛୋଟ ହର୍ନ: ଏହାର ଅର୍ଥ ଟ୍ରେନ୍‌ ଡ୍ରାଇଭର ଟ୍ରେନ୍‌କୁ ନିୟନ୍ତ୍ରଣରେ ନେବା ପାଇଁ ଗାର୍ଡକୁ ସଙ୍କେତ ଦେଉଛି।
ଲଗାତର ବା ଲମ୍ବା ହର୍ନ ବାଜିବା : ଏହି ପ୍ରକାର ହର୍ନ ପ୍ଲାଟ୍‌ଫର୍ମରେ ଛିଡ଼ାହୋଇଥିବା ଯାତ୍ରୀଙ୍କୁ ସତର୍କ କରିବା ପାଇଁ ବଜାଯାଇଥାଏ।
୨ଥର ରହି ରହି ବାଜୁଥିବା ହର୍ନ: ଏ ପ୍ରକାର ହର୍ନ କୌଣସି ଛକ ରାସ୍ତା ବା କ୍ରସିଂରେ ବଜାଯାଇଥାଏ। ଫଳରେ କେହି ରେଳ କ୍ରସିଂ ନିକଟକୁ ଆସିବେ ନାହିଁ।
୨ ଲମ୍ବା, ଗୋଟିଏ ଛୋଟ ହର୍ନ: ଏହି ହର୍ନ ସେତେବେଳେ ବଜାଯାଇଥାଏ ଯେତେବେଳେ ଟ୍ରେନ୍‌ ଗୋଟିଏ ଟ୍ରାକ୍‌ ବଦଳାଇ ଅନ୍ୟ ଟ୍ରାକ୍‌କୁ ଯାଇଥାଏ।
୨ ଛୋଟ, ଗୋଟିଏ ଲମ୍ବା ହର୍ନ: ଏପରି ହର୍ନ କେବଳ ୨ଟି ପରିସ୍ଥିତିରେ ବଜାଯାଇଥାଏ। ଯେତେବେଳେ କେହି ଚେନ୍‌ ଟାଣନ୍ତି ଏବଂ ଅନ୍ୟଟି ଗାର୍ଡ ଭାକ୍ୟୁମ୍‌ ପ୍ରେସର ବ୍ରେକ୍‌ ମାରିଲେ।
୬ ଥର ଛୋଟ ହର୍ନ : ଯେତେବେଳେ ଟ୍ରେନ୍‌ ଡ୍ରାଇଭରଙ୍କୁ କିଛି ଭିନ୍ନ ପ୍ରକାର ଆଭାସ ମିଳିଥାଏ ସେତେବେଳେ ଡ୍ରାଇଭର ଏହି ହର୍ନ ମାରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ

ପୁରୀ,୨୭ା୭ (ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ…

ସମୁଦ୍ର ପଥ ପୁଣି ଅଶାନ୍ତ! ଜାହାଜ ଉପରେ ଆକ୍ରମଣ ପରେ, ଇରାନର ବଡ଼ ଚେତାବନୀ

ତେହରାନ,୨୭।୭: କାସ୍ପିଆନ ସାଗରରେ ଏକ ଇରାନୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ୟୁକ୍ରେନକୁ କଡ଼ା…

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri