Posted inଖେଳ

ଟ୍ରେନିଂ ଉପରେ ଫର୍ନାଣ୍ଡିଜ୍‌ଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୨୧।୬-ବାହାରିନଠାରେ ହେବାକୁଥିବା ୧୬ ବର୍ଷରୁ କମ୍‌ ଏଏଫସି ଚାମ୍ପିୟନଶିପ୍‌ରେ ଭାରତ କଷ୍ଟସାଧ୍ୟ ଗ୍ରୁପରେ ସ୍ଥାନ ପାଇଛି। ତେବେ ଏହାକୁ ସକାରାତ୍ମକ ଦୃଷ୍ଟିରେ ନେଇଛନ୍ତି ମୁଖ୍ୟ କୋଚ୍‌ ବିବିଆନୋ ଫର୍ନାଣ୍ଡିଜ। ଉଚ୍ଚସ୍ତରୀୟ ପ୍ରତିଯୋଗିତାରେ ତାଙ୍କ ଦଳର ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ ବୋଲି ସେ ଅନୁଭବ କରୁଛନ୍ତି। ”ପ୍ରତିଯୋଗିତାର ଗ୍ରୁପିଂ ପାଇଁ ଡ୍ର ଉଠାଣ କାର୍ଯ୍ୟକ୍ରମକୁ ମୁଁ ଲାଇଭ୍‌ ଦେଖୁଥିଲେ ହେଁ କିଛି ଆଶା ରଖି ନ ଥିଲି। କ୍ୱାଲିଫାୟରରେ ଆମ ପିଲାମାନେ ଚମତ୍କାର ଖେଳିଛନ୍ତି। ତେଣୁ ଗ୍ରୁପରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବା ନେଇ ମୁଁ ଦୃଢ଼ ଆଶାୟୀ“ ବୋଲି ବିବିଆନୋ କହିଛନ୍ତି। ଚଳିତମାସ ୧୮ ତାରିଖରେ ପ୍ରତିଯୋଗିତା ପାଇଁ ଡ୍ର ଉଠାଣ କାର୍ଯ୍ୟକ୍ରମ କୁଆଲାଲମ୍ପୁରରେ ଅନୁଷ୍ଠିତ ହୋଇଥିଲା। ଗ୍ରୁପ‘ସି’ରେ ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ଉଜବେକିସ୍ତାନ ସହିତ ଭାରତ ସ୍ଥାନ ପାଇଥିଲା। ୨୦୧୮ କ୍ୱାର୍ଟର ଫାଇନାଲରେ ଭାରତ ଗୋଟିଏ ଗୋଲରେ କୋରିଆଠାରୁ ହାରି ଯାଇଥିଲା। ଏହି ମ୍ୟାଚ ଜିତିଥିଲେ ଭାରତୀୟ ଦଳ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥାନ୍ତା।
ସାମ୍ପ୍ରତିକ ସ୍ଥିତିରେ ପିଲାମାନେ କେତେଶୀଘ୍ର ଟ୍ରେନିଂକୁ ଫେରିବେ ତାହା ଗୁରୁତ୍ୱପୂର୍ଣ୍ଣ। ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଖେଳାଳିମାନେ ସେଥିପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ବିବିଆନୋ କହିଛନ୍ତି। ସବୁ ସମୟରେ କିଛି ନା କିଛି ଶିଖିବାର ଅଛି। ୨୦୧୮ ପ୍ରତିଯୋଗିତାରୁ ଆମେ ଅନେକ କିଛି ଶିଖିଛୁ। ସେଠାରେ ହୋଇଥିବା ତ୍ରୁଟିକୁ ଆମେ ଟ୍ରେନିଂରେ ସୁଧାରିବୁ ବୋଲି ସେ ପ୍ରକାଶ କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ଯୋଗୁ ଗତ ମାର୍ଚ୍ଚରୁ ସର୍ବଭାରତୀୟ ଫୁଟବଲ ଫେଡେରେଶନ(ଏଆଇଏଫଏଫ)ର ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରହିଛି। ପିଲାମାନେ ଘରେ ଥିବାରୁ ବିବିଆନୋ ଅନ୍‌ଲାଇନ୍‌ ସେସନରେ ସେମାନଙ୍କ ସହ ଟଚ୍‌ରେ ରହୁଛନ୍ତି। ବିବିଆନୋଙ୍କ ପ୍ରଶିକ୍ଷଣରେ ୧୬ ବର୍ଷରୁ କମ୍‌ ଦଳ ସଫଳତା ପଥରେ ରହିଛି। ଅନ୍ତର୍ଜାତୀୟ ଫୁଟବଲରେ ଭାରତ ଗତ ୮ଟି ମ୍ୟାଚରେ ଅପରାଜେୟ ରହିଛି। ୧୫ ବର୍ଷରୁ କମ୍‌ ସାଫ୍‌ ଚାମ୍ପିୟନଶିପ୍‌ରେ ଭାରତ ୫ଟି ମ୍ୟାଚ ଜିତିଥିବାବେଳେ ୧୬ ବର୍ଷରୁ କମ୍‌ ଏଏଫସି ଚାମ୍ପିୟନଶିପ୍‌ କ୍ୱାଲିଫାୟରରେ ୨ଟି ମ୍ୟାଚ ଜିତିଛି ଏବଂ ଗୋଟିଏ ଡ୍ର ରଖିଛି। ଏଥିପାଇଁ ଏଆଇଏଫଏଫ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ପ୍ରଶଂସା କରିଛନ୍ତି କୋଚ୍‌ ବିବିଆନୋ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?