Posted inଜାତୀୟ

ଟ୍ରମ୍ପଙ୍କ ଭାରତ ଗସ୍ତ: ୩ ଘଣ୍ଟା ପାଇଁ ଖର୍ଚ୍ଚ ହେବ ଶହେ କୋଟି ଟଙ୍କା!

ନୂଆଦିଲ୍ଲୀ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଫେବୃୟାରୀ ୨୪-୨୫ରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ଟ୍ରମ୍ପ ଦମ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୋମ୍‌ ଟାଉନ୍‌ ଗୁଜରାଟର ଅହମ୍ମଦାବାଦ ସହର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଉ ଏଥିପାଇଁ ଅହମ୍ମଦାବାଦ ସହର ନୂଆ ବୋହୂ ପରି ସଜେଇ ହେଉଥିବା ଦେଖାଯାଇଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଟ୍ରମ୍ପଙ୍କ ଗସ୍ତକୁ ନେଇ ଏଠାକାର ସଡ଼କକୁ ସଜାଇବା ଓ ଟ୍ରମ୍ପ ଗସ୍ତ କରୁଥିବା ରାସ୍ତାରେ ବିଭିନ୍ନ ପ୍ରକାର ସାଜସଜ୍ଜା ପାଇଁ ପାଖାପାଖି ଶହେ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି। ଏମିତିକି ଟ୍ରମ୍ପ ଯେଉଁବାଟ ଦେଇ ଗସ୍ତ କରିବେ ସେଠାରେ ଥିବା ବସ୍ତି ଯେମିତି ଟ୍ରମ୍ପଙ୍କ ନଜରକୁ ନ ଆସେ ସେଥିପାଇଁ ଏକ ପାଚିରି ମଧ୍ୟ ନିର୍ମାଣ କରାଯାଇଛି। ଏହି ଖର୍ଚ୍ଚର କିଛି ଅଂଶ କେନ୍ଦ୍ର ସରକାର ବହନ କରୁଥିବା ବେଳେ ବାକି ସମସ୍ତ ରାଜ୍ୟ ସରକାର ବହନ କରିବେ ବୋଲି ଜଣାପଡିଛି। ତେବେ ଗୁଜୁରାଟରେ ସହରି ବିକାଶ ପାଇଁ ଉଦ୍ଦିଷ୍ଟ ଥିବା ୫ ଶହ କୋଟିରୁ ଏହା ଖର୍ଚ୍ଚ କରାଯାଉଥିବା ବେଳେ ପରେ ଏହାକୁ ହିସାବ କରାଯିବ ବୋଲି ଜଣାପଡିଛି। ତେବେ ଖର୍ଚ୍ଚକୁ ଦୃଷ୍ଟିରେ ନ ରଖି ବରଂ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ସମସ୍ତ ସାଜସଜ୍ଜା କାମ ସାରିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri