Posted inଜାତୀୟ

ମାନ୍ଦାବସ୍ଥା ନେଇ ମୁଡିଜ୍‌ ରିପୋର୍ଟ:ଟ୍ରକ୍‌ ଅପରେଟର ଋଣ ଶୁଝିପାରିବେନି

ନୂଆଦିଲ୍ଲୀ,୬-୯:ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବକୁ ଏବେ ଟ୍ରକ୍‌ ଅପରେଟର ସେକ୍ଟର ମର୍ମେ ମର୍ମେ ଅନୁଭବ କରୁଛନ୍ତି। ବ୍ୟବସାୟ କମିବା କାରଣରୁ ସେମାନେ ନିଜର ଋଣ ପରିଶୋଧ କରିପାରୁ ନାହାନ୍ତି। ପରିସ୍ଥିତି ଏପରି ହେଲାଣି ଯେ, ସେମାନେ ନୂଆ ଟ୍ରକ୍‌ କିଣିବାଠାରୁ ଦୂରେଇ ଗଲେଣି। ସେମାନଙ୍କର ଋଣ ଶୁଝି ପାରିବେ ନାହିଁ ବୋଲି ମୁଡିଜ୍‌ ରିପୋର୍ଟରେ କୁହାଯାଇଛି। ଏହା ଅଟୋ ସେକ୍ଟର ପାଇଁ ଅଶୁଭ ସଙ୍କେତ କୁହାଯାଇପାରେ।
ମୁଡିଜ୍‌ ଇନ୍‌ଭେଷ୍ଟର ସର୍ଭିସ ପକ୍ଷରୁ ଗୁରୁବାର ଏକ ରିପୋର୍ଟରେ କୁହାଯାଇଛି ଯେ, ଜିଡିପି ଅଭିବୃଦ୍ଧି ହାର ୫%କୁ ହ୍ରାସ ପାଇବା ଦ୍ୱାରା ଅଧିକ କ୍ଷେତ୍ର ପ୍ରଭାବିତ ହେବାକୁ ଯାଉଛି। ଅର୍ଥନୀତି ଧିମା ହେବା ଦ୍ୱାରା ଟ୍ରକ୍‌ ଅପରେଟରଙ୍କ ସମ୍ପତ୍ତି ଆଧାରିତ ବନ୍ଧକ(ଏବିଏସ୍‌) ବୃଦ୍ଧି ପାଇବ। ମାଲ୍‌ ପରିବହନ କମୁଥିବାରୁ ଟ୍ରକ୍‌ ଅପରେଟରଙ୍କ ଆୟ କମୁଛି। ଏଥିଯୋଗୁ ସେମାନେ ବକେୟା ଋଣ କିସ୍ତି(ଇଏମ୍‌ଆଇ) ପରିଶୋଧ କରିପାରିବେନାହିଁ। ୨୦୧୨-୧୩ରେ ଏବିଏସ୍‌ ବହୁଗୁଣ ବୃଦ୍ଧି ପାଇଥିଲା। ଟ୍ରକ୍‌ ଅପରେଟର ସେକ୍ଟରରେ ଏଭଳି ମାନ୍ଦାବସ୍ଥା ମାଡ ସେତେବେଳେ ଦେଖିବାକୁ ମିଳିଥିଲା ବୋଲି ମୁଡିଜ୍‌ର ଆସିଷ୍ଟାଣ୍ଟ ଭାଇସ୍‌ ପ୍ରେସିଡେଣ୍ଟ ତଥା ବିଶ୍ଳେଷକ ଦୀପାଂଶୁ ରସ୍ତୋଗୀ କହିଛନ୍ତି। ତେବେ ବର୍ତ୍ତମାନ ସମୟରେ ଏହା ସେହି ଅନୁପାତରେ ବୃଦ୍ଧି ପାଇନାହିଁ ବୋଲି ସେ କହିଛନ୍ତିି।
ଅନ୍ୟପକ୍ଷରେ ସରକାରଙ୍କ ବର୍ତ୍ତମାନର ଆର୍ଥିକ ନୀତି କାରଣରୁ ଏବେ ଅଟୋ ସେକ୍ଟର ବିଶେଷ କରି ଟ୍ରାନ୍ସପୋର୍ଟ ଅପରେଟର ମାନ୍ଦାବସ୍ଥାର ଶିକାର ହୋଇଛି ବୋଲି ଦେଶର ଦୁଇ ମୁଖ୍ୟ ଟ୍ରାନ୍ସପୋର୍ଟ ଉଦ୍ୟୋଗ ପ୍ରତିନିଧି ଅଲ୍‌ ଇଣ୍ଡିଆ ଟ୍ରାନ୍ସପୋର୍ଟସ ଓ୍ବେଲ୍‌ଫେୟାର ଆସୋସିଏଶନ(ଏଆଇଟିଡବ୍ଲ୍ୟୁଏ)
ଏବଂ ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ(ଏଆଇଏମ୍‌ଟିସି) କହିଛି। ଟ୍ରକ୍‌ ଟ୍ରାନ୍ସପୋର୍ଟରଙ୍କ କହିବାନୁଯାୟୀ, ଅଟୋ ସେକ୍ଟର ପାଇଁ ସରକାର ସର୍ବାଧିକ ଜିଏସ୍‌ଟି ଦର ଧାର୍ଯ୍ୟ କରିଛନ୍ତି। ଏହାବାଦ୍‌ ଡିଜେଲ ଉପରେ ୨ ଟଙ୍କା ସେସ୍‌୍‌ ଲାଗୁ ହୋଇଛି। ପୂର୍ବାନୁମିତ ଟିକସ ସହ ବୀମା ପ୍ରିମିୟମ ବୃଦ୍ଧି କାରଣରୁ ଟ୍ରକ୍‌ ଟ୍ରାନ୍ସପୋର୍ଟରଙ୍କ ଉପରେ ଆର୍ଥିକ ବୋଝ ବଢ଼ିବାରେ ଲାଗିଛି। ଏହି କାରଣରୁ ପୁରୁଣା ଟ୍ରକ୍‌ ଚଳାଇ ବ୍ୟବସାୟ କରିବା ଅପରେଟରଙ୍କ ପାଇଁ କଷ୍ଟସାଧ୍ୟ ହୋଇଛି। ଟ୍ରକ୍‌ ଅପରେଟର ଠିକ୍‌ ସମୟରେ ଋଣ ପରିଶୋଧ କରି ନ ପାରିଲେ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ପ୍ରଭାବିତ ହେବା ନିଶ୍ଚିତ ବୋଲି ମୁଡିଜ ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷରେ ଏଆଇଟିଡବ୍ଲ୍ୟୁଏ ନ୍ୟାଶନାଲ ପ୍ରେସିଡେଣ୍ଟ ମହେନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ, ମାନ୍ଦାବସ୍ଥା ଯୋଗୁ ଟ୍ରକ୍‌ ଅପରେଟରଙ୍କ ଆର୍ଥିକ ଅବସ୍ଥା ବେହାଲ ହୋଇଛି। ଇଏମ୍‌ଆଇ ଦେବା ଅସମ୍ଭବ ହୋଇଥିବାରୁ ଆଗାମୀ ଦିନରେ ଆଉ ନୂଆ ଟ୍ରକ୍‌ କିଣାଯିବ ନାହିଁ ବୋଲି ସମସ୍ତ ଟ୍ରକ୍‌ ଅପରେଟର ନିଷ୍ପତ୍ତି ନେଇଛନ୍ତି। ସେହିପରି ଏଆଇଏମ୍‌ଟିସିର ପୂର୍ବତନ ପ୍ରେସିଡେଣ୍ଟ ତଥା କୋର୍‌ କମିଟି ଅଧ୍ୟକ୍ଷ ବାଲ୍‌ ମାଲକିତ୍‌ ସିଂହ କହିଛନ୍ତି ଯେ, ସରକାର ଅଟୋ ସେକ୍ଟରକୁ ୨୮% ଜିଏସ୍‌ଟି ଅଧୀନକୁ ଆଣିଛନ୍ତି। ଏଥିରେ ଟ୍ରକ୍‌ ଭଳି ବାଣିଜି୍ୟକ ବାହନକୁ ଆଣିବା ଆଦୌ ଉଚିତ୍‌ ହୋଇନାହିଁ। ଏହାଛଡ଼ା ବଜେଟରେ ଡିଜେଲ ଉପରେ ୨ ଟଙ୍କା ସେସ୍‌ ଆଦାୟ ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି। କାରଣ ଟ୍ରକ୍‌ ପରିବହନର ପ୍ରାୟ ୬୦% ଖର୍ଚ୍ଚ ଡିଜେଲ ବାବଦରେ ହୋଇଥାଏ। ସେହିପରି ବାର୍ଷିକ ୧ କୋଟି ଟଙ୍କା ନଗଦ ଉଠାଣ ଉପରେ ସରକାର ୨% ଟିଡିଏସ୍‌ ଲାଗୁ କରିଛନ୍ତି। ଏହା ମଧ୍ୟ ଟ୍ରକ୍‌ ଅପରେଟରଙ୍କ କାରବାର ଉପରେ ଅତିରିକ୍ତ ବୋଝ ପକାଇଛି। କାରଣ ଟ୍ରକ୍‌ ଅପରେଟରମାନଙ୍କ ସିଂହଭାଗ କାରବାର ନଗଦ ଆକାରରେ ହୋଇଥାଏ। ଏହାକୁ ଦେଖିଲେ ଆୟ କମିବାରେ ଲାଗିଥିବା ବେଳେ ବ୍ୟୟ ବଢ଼ିବଢ଼ି ଚାଲିଛି। ଏଣୁ ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ଦେଖିଲେ ଆଗକୁ ଟ୍ରକ୍‌ ଚଳାଇବା ଆଦୌ ଲାଭଜନକ ନୁହେଁ ବୋଲି ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri