ଟୋକିଓ ଜିଏଫ୍‌ଏସ୍‌ଇଏସ୍‌ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ବଢୁଥିବା ଚାହିଦା ଇସ୍ପାତ ଶିଳ୍ପକୁ ଦ୍ରୁତ ବିକାଶ ଆଡ଼କୁ ନେବ

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ଭାରତରେ ବଢୁଥିବା ଇସ୍ପାତ ଚାହିଦା ଏହି ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ପାଞ୍ଚଦିନିଆ ଜାପାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଅନ୍ତିମ ଦିବସରେ ଟୋକିଓରେ ଆୟୋଜିତ ଇସ୍ପାତ ଶିଳ୍ପର କ୍ଷମତା ବୃଦ୍ଧି ଉପରେ ଗ୍ଲୋବାଲ ଫୋରମ୍‌(ଜିଏଫ୍‌ଏସ୍‌ଇଏସ୍‌)ର ମନ୍ତ୍ରୀସ୍ତରୀୟ ବୈଠକରେ ଏହା କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ, ଭାରତରେ ଇସ୍ପାତ ବ୍ୟବହାର ବଢାଇବା ତଥା ବିଶେଷକରି ଇସ୍ପାତ ଚାହିଦାକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ୨୦୩୦ ସୁଦ୍ଧା ଇସ୍ପାତର ଉତ୍ପାଦନ ବୃଦ୍ଧି କରିବା ପାଇଁ ସରକାରଙ୍କ ଯୋଜନା ରହିଛି। ଏଥିପାଇଁ ଆଗାମୀ ୫ ବର୍ଷରେ ପ୍ରାୟ ୧.୪ ଟ୍ରିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରାଯାଇ ଏହାର ଭିତ୍ତିଭୂମି ବିକାଶ କରାଯିବାର ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମନ୍ତ୍ରୀସ୍ତରୀୟ ବୈଠକରେ ଧର୍ମେନ୍ଦ୍ର ଜାପାନର ଶିଳ୍ପ ଓ ପ୍ରାକୃତିକ ସମ୍ବଳ ମନ୍ତ୍ରୀ ବଣ୍ଡାର ଅଲ୍‌ ଖୋରାଐଫଙ୍କୁ ଭେଟି ଇସ୍ପାତ କ୍ଷେତ୍ରରେ ସୌଦି ଆରବର ସହଯୋଗ ସମ୍ପର୍କରେ ସମୀକ୍ଷା କରିଥିଲେ। ସେହିପରି ଜାପାନ ଅର୍ଥ ମନ୍ତ୍ରୀ ହିରୋସିମା କାଜିୟାମାଙ୍କୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଭେଟିଥିଲେ। ଉଭୟଙ୍କ ମଧ୍ୟରେ ତୈଳ, ଗ୍ୟାସ ଏବଂ ଇସ୍ପାତ କ୍ଷେତ୍ରରେ ସମୀକ୍ଷା କରିଥିଲେ। ଉଲ୍ଲେଖଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୨୨ରୁ ୨୬ ପର୍ଯ୍ୟନ୍ତ ପ୍ରତିନିଧି ଦଳ ସହ ରୁଷିଆ ଓ ଜାପାନ ଗସ୍ତ କରିଥିଲେ। ଉଭୟ ଦେଶ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଚେଷ୍ଟା କରିଥିଲେ। ରୁଷିଆର ସାଖାଲିନ୍‌ -୧ ପ୍ରକଳ୍ପର ସମୀକ୍ଷା କରିବା ସହ ଜାପାନ ଗସ୍ତ କରି ସେଠାକାର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କମ୍ପାନୀର ମୁଖ୍ୟ ଓ ପ୍ରତିନିଧିମଣ୍ଡଳଙ୍କ ସହ ଇସ୍ପାତ କ୍ଷେତ୍ରକୁ ସୁଦୃଢ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଅପହରଣ ମାମଲା: ମହିଳା ପୋଲିସ ସବ୍‌ଇନ୍ସପେକ୍ଟରଙ୍କ ସହ ଜଣେ ସାମ୍ବାଦିକ ଗିରଫ, ୪କୁ ବୃଦ୍ଧି ପାଇଲା ସଂଖ୍ୟା

ବଲାଙ୍ଗୀର,୧୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ମାମଲାରେ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟର ଓ ଜଣେ ଖବରଦାତାଙ୍କୁ…

ଡିଜିପି ଦାୟିତ୍ୱ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବିନୟତୋଷ ମିଶ୍ର

ପୁରୀ, ୧୬।୮ (ଅଜିତ୍ କୁମାର ମହାନ୍ତି): ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିନୟତୋଷ ମିଶ୍ର ରବିବାର ରାତିରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀ…

ଅଧିକାର ପାଇଁ ଆନ୍ଦୋଳନ: ସମୁଦ୍ର ଆଁରୁ ଭିଟାମାଟି ବଞ୍ଚାଇବାକୁ…

ଛତ୍ରପୁର, ୧୭।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀଠାରେ ସମୁଦ୍ର କୂଳ ଲଙ୍ଘିବା ଘଟଣା ଏବେ ଆନ୍ଦୋଳନର ରୂପ ନେଇଛି। ସମୁଦ୍ରର…

ସମୁଦ୍ରରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ, ୨ ଟ୍ରଲର ସହ ୫ କ୍ୱିଣ୍ଟାଲ ମାଛ ଜବତ କରି…

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପୁଣିଥରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଆନ୍ଧ୍ର ପ୍ରଦେଶର…

ନୃତ୍ୟାଶା ସମ୍ମାନ ୨୦୨୬: ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର ସମ୍ମାନୀତ

ଭୁବନେଶ୍ୱର,୧୭।୮: ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର, ପ୍ରସାର ଏବଂ ଏହାର ଅମୂଲ ପରମ୍ପରାର ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟରତ ଅନୁଷ୍ଠାନ ‘ନୃତ୍ୟାଶା’ ପକ୍ଷରୁ ଆୟୋଜିତ ଅଷ୍ଟମ…

ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଧର୍ମଶାଳାରେ ବିଧାୟକ….

ଧର୍ମଶାଳା,୧୭ା୮(ଶିବ ପ୍ରସାଦ ମହାନ୍ତି): ରାଜ୍ୟର କେତେକ ଜିଲାରେ ପୁନର୍ବାର ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଏହାକୁ…

ବ୍ରିଜ୍‌ତଳୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ବରଗଡ଼,୧୭ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ବ୍ରିଜତଳୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ…

ବାଲେଶ୍ବରରୁ ୧୮୦ କି.ମି. ଦୂରରେ ରହିଛି ଅବପାତ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ବର,୧୭ା୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଅବପାତ ବାଂଲାଦେଶର ସାତଖିରାଠାରୁ ପ୍ରାୟ ୮୦ କିମି ପଶ୍ଚିମ-ଦକ୍ଷିଣପଶ୍ଚିମ, ପଶ୍ଚିମବଙ୍ଗର ବାଙ୍କୁଡ଼ାଠାରୁ ୧୬୦ କିମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri