ଟେନିସ୍‌ ପ୍ରଚାର ପାଇଁ ମିନି ମାରାଥନ

ଯାଜପୁର ଟାଉନ,୪ା୧୨(ଡି.ଏନ୍‌.ଏ.)- ଟେନିସ୍‌ ଖେଳକୁ ପ୍ରୋତ୍ସାହିତ କରିବା ନିମନ୍ତେ କଳିଙ୍ଗ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌(କେଜିଆଇ) ପ୍ରଚେଷ୍ଟା ଜାରି ରଖିଛି। ଏଥିପାଇଁ ଯାଜପୁର ଜିଲାରେ ମିନି ମାରାଥନ କରି ଖେଳାଳିମାନଙ୍କୁ ସୁଯୋଗ ଦେବାପାଇଁ ଯୋଜନା ଜାରି ରଖିଛି। ମଙ୍ଗଳବାର କେଜିଆଇ୍‌ ତରଫରୁ ଟେନିସ୍‌ ଖେଳ ପାଇଁ ଗଠିତ କେଜିଆଇ ଯାଜପୁର ସୁଟର୍ସ ଦ୍ୱାରା ଆୟୋଜିତ ମିନିମାରାଥନ୍‌ ଦୌଡ଼କୁ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ଏହି ମିନି ମାରାଥନ ଦୌଡ଼ ସ୍ଥାନୀୟ ଏନ୍‌.ସି କଲେଜଠାରୁ ଆରମ୍ଭ ହୋଇ ବାଳାଶ୍ରମ ପଡ଼ିଆଠାରେ ଶେଷ ହୋଇଥିଲା। ସେଠାରେ କେଜିଆଇ ଯାଜପୁର ସୁଟର୍ସ ଅଧ୍ୟକ୍ଷ ଇଂ. ଆଲେକ୍‌ଜାଣ୍ଡାର ଦାସଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅତିଥିଭାବେ ଉପଜିଲାପାଳ ଧଳ, ଜିଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡ଼ୁ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ, ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଦେବାମୃତ ସାହୁ, ଜିଲା ଦିବ୍ୟାଙ୍ଗ କମିଟି ଅଧ୍ୟକ୍ଷ ମଣ୍ଟୁ ଦାସ ପ୍ରମୁଖ ଯୋଗଦେଇ ଯାଜପୁର ଜିଲାରେ ଟେନିସ ଖେଳର ଉନ୍ନତି ପାଇଁ ସମସ୍ତଙ୍କର ଉଦ୍ୟମ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଏହି ମିନି ମାରାଥନ୍‌ ଦୌଡ଼ରେ ମହିଳାଙ୍କ ମଧ୍ୟରୁ ପ୍ରଥମସ୍ଥାନ ଅଧିକାର କରିଥିବା ଅର୍ଚ୍ଚନା ଜେନା, ୨ୟ ସ୍ଥାନ ଅଧିକାର କରିଥିବା ରଞ୍ଜିତା ଦାସ ଓ ୩ୟ ସ୍ଥାନ ପାଇଥିବା ବେବିରାଣୀ ରାଉତ ଓ ପୁରୁଷ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯାଜପୁର ଟାଉନ୍‌ର ଗୁଲସନ୍‌ ମହାପାତ୍ର, ୨ୟ ସ୍ଥାନ ଅଧିକାର କରିଥିବା ଯାଜପୁର ଟାଉନ୍‌ର ରମେଶ ପୃଷ୍ଟି ଓ ୩ୟ ସ୍ଥାନ ଅଧିକାର କରିଥିବା ତପନ କୁମାର ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବିଭୂତି ଭୂଷଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୮ା୮ (ଯୁଧିଷ୍ଠିର ମହାପାତ୍ର):ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ…

ବର୍ଷାପାଗ ଯୋଗୁ ବନ୍ଦ ଘୋଷଣା ବାତିଲ: ସ୍ବାଭାବିକ ରହିବ ବିଦ୍ୟୁତ ସେବା

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଡିଭିଜନ-୨ ଗ୍ରୀଡରୁ ୧୧କେଭି ଟେଲିଫୋନ ଏକ୍ସଚେଞ୍ଜ ଫିଡର୍‌ ଶନିବାର ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶୁକ୍ରବାର ଟିପିଡବ୍ଲୁଓଡିଏଲ ଘୋଷଣା…

ଲଗାଣ ବର୍ଷାରେ କ୍ଷୟକ୍ଷତି ଆକଳନରେ ବିଳମ୍ବ

ଅମରପାଲି,୮ା୮(ପୀତାମ୍ବର ସାହୁ): ଜୁନରେ ଅନାବୃଷ୍ଟି ଏବଂ ଜୁଲାଇରେ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଞ୍ଚଳର ଚାଷୀଙ୍କ ପାଇଁ ଦ୍ୱିମୁଖୀ ବିପର୍ଯ୍ୟୟ ସୃଷ୍ଟି କରିଛି। ଧାନ,…

ଦାୟିତ୍ୱରେ ଅବହେଳା ପଡ଼ିଲା ମହଙ୍ଗା:ଫାଣ୍ଡି ଅଧିକାରୀ ନିଲମ୍ବିତ

ଲୋଇସିଂହା,୮ା୮(ସୁଶାନ୍ତ ବାରିକ):ଦାୟିତ୍ୱରେ ଅବହେଳା କରିବା ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ସାଲେଭଟା ଫାଣ୍ଡି ଅଧିକାରୀ ଭରତ ସାହୁଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀର…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ସରକାରୀ ଜମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗଲେ ଜେଲ, ଫୋର୍ସ ମୁତୟନ

ଦିଗପହଣ୍ଡି, ୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ସରକାରୀ ଜମି ଦଖଲ ଏବଂ ଚାଷକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri