ଟାଟା ଷ୍ଟିଲର ଭ୍ରାମ୍ୟମାଣ ମେଡିକାଲ ୟୁନିଟ କ୍ରିୟାଶୀଳ

ଡୁବୁରୀ,୨୪।୮(ଡି.ଏନ୍‌.ଏ.)- ସୁକିନ୍ଦା ଓ ଦାନଗଦୀ ବ୍ଲକ ଆଦିବାସୀ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟରେ ଟାଟାଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ୨୦୧୩ରୁ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ମେଡିକାଲ ୟୁନିଟକୁ ଅଧିକ କ୍ରିୟାଶୀଳ କରାଯାଇଛି। ଫଳରେ ୭ଟି ମେଡିକାଲ ଟିମ୍‌ ୭ଟି ଭ୍ରାମ୍ୟମାଣ ଗାଡିରେ ସେବା ପ୍ରଦାନ କରାଯାଉଛି। ପ୍ରତି ମେଡିକାଲ ଗାଡି ଦିନକୁ ୨ଟି ଗ୍ରାମରେ ସେବା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ ଶୁକ୍ରବାର ସୁକିନ୍ଦା ବ୍ଲକର ସଂସାଇଲୋ ଓ ଗୋବରଘାଟି ପଞ୍ଚାୟତରେ ଭ୍ରାମ୍ୟମାଣ୍ୟ ରୋଗୀସେବା କରାଯାଇଛି। ଏଥିରେ ମାଗଣାରେ ରକ୍ତନମୁନା ଓ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ରୋଗୀଙ୍କୁ ଚିକିତ୍ସାର ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଇତି ମଧ୍ୟରେ ପ୍ରାୟ ୩୦ ହଜାର ବିଭିନ୍ନ ପ୍ରକାର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ନିୟମିତ ବ୍ୟବଧାନରେ, ଡେଙ୍ଗୁ ଜ୍ୱର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସଚେତନତା ଶିବିର ମଧ୍ୟ କରାଯାଉଥିବାରୁ ଅଧିକରୁ ଅଧିକ ରୋଗୀ ଏଥିରୁ ସଫଳତା ପାଉଥିବା ଡୁବୁରୀ ସରପଞ୍ଚ ଦଶରଥ ବେହେରା ଓ ଧୂଳିଗଡ ସରପଞ୍ଚ ଚିତ୍ତରଞ୍ଜନ ବେହେରା କହିଛନ୍ତି। ଏହି ସେବା ଦ୍ୱାରା ଶ୍ୱସନଳୀରେ ସଂକ୍ରମଣ, ଥଣ୍ଡା ଓ ବିଭିନ୍ନ ପ୍ରକାର ଜ୍ୱରର ଆଶୁ ଚିକିତ୍ସା କରାଯାଉଛି। ଆବଶ୍ୟକସ୍ଥଳେ ରେଫରାଲ ମାମଲାରେ ରୋଗୀଙ୍କ ପାଇଁ ପରିବହନର ସମସ୍ତ ବ୍ୟବସ୍ଥା କରାଯାଉଥିବା ଟିଏସ୍‌ଅର୍‌ଡିଏସ୍‌ର ଡାକ୍ତର ସୁବାସ ଚନ୍ଦ୍ର ଗରାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରିକା ମୃତ୍ୟୁ ମାମଲା: ୨ ଦିନିଆ ରିମାଣ୍ଡରେ ଗଲେ ବୟଫ୍ରେଣ୍ଡ ଭୀମସେନ

ବାରଙ୍ଗ,୨୩।୬: ବାରଙ୍ଗ ଥାନା ପୋଲିସ ମଙ୍ଗଳବାର ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଗିରଫ OAS ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଛି। ପୋଲିସ ଭୀମସେନଙ୍କୁ ୩…

ସାରକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ: କହୁ କହୁ କହିଦେଲେ ଗତ ବର୍ଷ କ’ଣ …

ଭୁବନେଶ୍ୱର, ୨୩।୬: ଚଳିତ ଖରିଫ ଋତୁରେ ରାଜ୍ୟରେ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ହେବନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସ୍ପଷ୍ଟ କରିଛନ୍ତି।…

ପୁଣି ଘୁଞ୍ଚିଲା OTET ପରୀକ୍ଷା: ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୨୩।୬: ପୁଣି ଘୁଞ୍ଚିଲା OTET ପରୀକ୍ଷା। ଜୁନ୍‌ ୨୮ରେ ହେବାକୁ ଥିବା OTET ପରୀକ୍ଷା ତାରିଖ ଘୁଞ୍ଚାଯାଇଛି। ଜୁନ ୨୮ ବଦଳରେ ଜୁଲାଇ ୫ରେ ହେବ ପରୀକ୍ଷା।…

ଶିକ୍ଷକଙ୍କ ପାଇଁ ବଡ଼ ଖବର: ଏଣିକି TET ପାସ ବାଧ୍ୟତାମୂଳକ

ଭୁବନେଶ୍ୱର,୨୩।୬: TET ପାସ କରି ନ ଥିବା ଶିକ୍ଷକଙ୍କ ପାଇଁ ମଙ୍ଗଳବାର ବଡ଼ ଖବର ଆସିଛି। ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ ବାଧ୍ୟତାମୂଳକ କରିଛନ୍ତି…

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଚାଲିଛି ଚଢାଉ

ସମ୍ବଲପୁର,୨୩।୬(ପ୍ରମୋଦ ବହିଦାର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି (ସିଏଡିଏ) ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ପଦ୍ମଲୋଚନ ନାୟକଙ୍କ ବିରୋଧରେ…

ଅଟୋ ରାଲି ଶୁଭାରମ୍ଭରେ ତ୍ରିରଙ୍ଗା ଉଡାଇଲେ ବିଧାୟକ, ଭିଡିଓ ଭାଇରାଲ ପରେ…

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅଟୋରିକ୍ସା ମାଲିକ ସଂଘ ରବିବାର ସଂଘର ୨୭ତମ ବାର୍ଷିକ ଉତ୍ସବ ପାଳନ କରିଥିଲା। ଏହି ଅବସରରେ ସକାଳ ପ୍ରାୟ ୮ଟାରେ ବରଗଡ଼…

୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶା ଛୁଇଁବ ମୌସୁମୀ: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷା ସହ ପବନ

ଭୁବନେଶ୍ୱର, ୨୩।୬ (ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ଓଡ଼ିଶାର ଆହୁରି କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବଲାଙ୍ଗୀର…

ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ସ୍ବୀକୃତି: ଜାଣନ୍ତୁ ଲିଷ୍ଟରେ କେଉଁ ସ୍କୁଲ…

ଭୁବନେଶ୍ୱର,୨୩ା୬(ସୁଚିସ୍ମିତା ସାହୁ): କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଓ ହରିତ୍‌ ବିଦ୍ୟାଳୟ ମୂଲ୍ୟାଙ୍କନ (ଏସ୍‌ଏଚ୍‌ଭିଆର୍‌) ୨୦୨୫-୨୬ ପୁରସ୍କାର ନିମନ୍ତେ ଓଡ଼ିଶାର ୧୦ଟି ବିଦ୍ୟାଳୟ ଜାତୀୟସ୍ତରୀୟ ସ୍ବୀକୃତି ପାଇବାକୁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri