ଟାଙ୍ଗୀ ବ୍ଲକ: ଇଭିଏମ୍‌ରେ ତ୍ରୁଟି ନେଇ ଉତ୍ତେଜନା; ପ୍ରଶାସନିକ ହସ୍ତକ୍ଷେପ ଯୋଗୁ ଶୃଙ୍ଖଳିତ ମତଦାନ

ଟାଙ୍ଗୀ(ଖୋର୍ଦ୍ଧା),୨୪ା୪(ଡି.ଏନ.ଏ.)-ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକସ୍ଥିତ ୧୪୨ଟି ମତଦାନ କେନ୍ଦ୍ରରେ ମଙ୍ଗଳବାର ଶୃଙ୍ଖଳିତ ଭାବେ ମତଦାନ  ଶେଷହୋଇଛି। ତେବେ କନ୍ତଳବାଇ ପଞ୍ଚାୟତସ୍ଥ ୧୮୨ ନଂ ବୁଥ୍‌ ଇଭିଏମ୍‌ରେ ତ୍ରୁଟି ଦେଖାଦେବାରୁ ଭୋଟ ଗ୍ରହଣରେ ବିଳମ୍ବ ନେଇ ଭୋଟର୍‌ଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ଏହି ପଞ୍ଚାୟତରେ କିଛିଦିନ ପୂର୍ବେ ଗୁଳିକାଣ୍ଡ ହୋଇଥିବାରୁ ପୋଲିସ ପକ୍ଷରୁ ରବିବାର ସନ୍ଧ୍ୟାରେ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଥିଲା। ଉକ୍ତ ପଞ୍ଚାୟତ ଅତି ଉତ୍ତେଜନା ପ୍ରବଣ ହୋଇଥିବାବେଳେ ଇଭିଏମ୍‌ ଖରାପ ଯୋଗୁ ଭୋଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ବ୍ଲକ ପ୍ରଶାସନର ହସ୍ତକ୍ଷେପ ଫଳରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ରାମଚନ୍ଦ୍ରପୁର ପଞ୍ଚାୟତସ୍ଥ ସିଙ୍ଗରମାର ୨୨୪ ନଂ ବୁଥ୍‌ରେ ବାରମ୍ବାର ଇଭିଏମ୍‌ ଖରାପ ହେବାରୁ ଏଠାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ସନ୍ଧ୍ୟା ୬ଟା ପରେ ମଧ୍ୟ ବହୁ ଭୋଟର ମତଦାନ ପାଇଁ ଅପେକ୍ଷା କରିଥିବା ସୂଚନା ମିଳିଛି। ସବୁଠାରୁ ଅଧିକ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ ବଡପୋଖରିଆ ପଞ୍ଚାୟତସ୍ଥ ବୋଡଙ୍ଗରା ଗ୍ରାମର ୧୫୯ ନଂ ବୁଥ୍‌ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ଉଭୟ ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେବାରେ ଅସୁବିଧା ସୃଷ୍ଟି ହୋଇଥିଲା। ସେଠାରେ ଭୋଟଦାନ ପ୍ରକ୍ରିୟା ବନ୍ଦ ହୋଇଯିବାରୁ ଭୋଟରମାନେ ପୋଲିଂ ଅଫିସରଙ୍କୁ ଅଟକ ରଖିଥିବା ଖବର ମିଳିଛି । ଉଲ୍ଲେଖଯୋଗ୍ୟ, ଉକ୍ତ ଅଞ୍ଚଳରେ ଭାଜପା ଓ ବିଜେଡି ମଧ୍ୟରେ ହିଂସାକାଣ୍ଡଜନିତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ମଙ୍ଗୁଳି ଜେନାଙ୍କ ହତ୍ୟା ପରେ ସେଠାରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ରହିଛି। ବଡପାରୀ ପଞ୍ଚାୟତସ୍ଥ ୨୧୭ ନଂ ବୁଥ୍‌ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ନେଇ ଉଭୟ ପକ୍ଷରୁ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ପୋଲିଂ କର୍ମଚାରୀମାନେ ଉପଯୁକ୍ତ ପ୍ରଶିକ୍ଷଣ ପାଇ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ଟାଙ୍ଗୀ ପଞ୍ଚାୟତର ୨୧୨ ଓ ୨୧୩ ନଂ ବୁଥ୍‌ରେ ସନ୍ଧ୍ୟା ୭ଟା ପରେ ମଧ୍ୟ ସଂଖ୍ୟାଧିକ ଭୋଟର୍‌ ଧାଡିରେ ଠିଆ ହୋଇଥିଲେ। ସୁନ୍ଦରପୁର ପଞ୍ଚାୟତସ୍ଥ ଏକ ବୁଥ୍‌ରେ ଏକ ନିର୍ଦ୍ଦିଷ୍ଟ ଦଳର ନେତାମାନେ ପଶି ଭୋଟରମାନଙ୍କୁ ପ୍ରବର୍ତ୍ତାଉଥିଲେ। ଖବର ପାଇ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି କ୍ୟାମେରା ଧରି ସେଠାରେ ପହଞ୍ଚତ୍ତ୍ବାରୁ ନେତାମାନେ ଛତ୍ରଭଙ୍ଗ ଦେଇଥିଲେ। ଏ ସବୁ ସତ୍ତ୍ୱେ ଶାନ୍ତିଶୃଙ୍ଖଳାର ସହ ମତଦାନ ସରିଥିବା ବିଡିଓ ଭାସ୍କର ରଇତ ଓ ଟାଙ୍ଗୀ ଥାନା ଅଧିକାରୀ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି।...

ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।...

ବାଣ ଫୁଟାଇ ପାପୁଲି ହରାଇଲେ ୨: ୯ ଆହତ

ଭଦ୍ରକ/ତିହିଡ଼ି,୧୩ା୧୧(ସନାତନ ରାଉତ/ସଞ୍ଜିତ ବଳ)-ଦୀପାବଳିରେ ବାଣ ଫୁଟାଇବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨ଜଣ ପାପୁଲି ହରାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେହିପରି...

୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ବିଗିଡ଼ିପାରେ ପୂଜା ମାହୋଲ!

ଭୁବନେଶ୍ୱର, ୧୭।୧୦: ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri