ଟାଙ୍ଗୀ ବ୍ଲକ: ଇଭିଏମ୍‌ରେ ତ୍ରୁଟି ନେଇ ଉତ୍ତେଜନା; ପ୍ରଶାସନିକ ହସ୍ତକ୍ଷେପ ଯୋଗୁ ଶୃଙ୍ଖଳିତ ମତଦାନ

ଟାଙ୍ଗୀ(ଖୋର୍ଦ୍ଧା),୨୪ା୪(ଡି.ଏନ.ଏ.)-ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକସ୍ଥିତ ୧୪୨ଟି ମତଦାନ କେନ୍ଦ୍ରରେ ମଙ୍ଗଳବାର ଶୃଙ୍ଖଳିତ ଭାବେ ମତଦାନ  ଶେଷହୋଇଛି। ତେବେ କନ୍ତଳବାଇ ପଞ୍ଚାୟତସ୍ଥ ୧୮୨ ନଂ ବୁଥ୍‌ ଇଭିଏମ୍‌ରେ ତ୍ରୁଟି ଦେଖାଦେବାରୁ ଭୋଟ ଗ୍ରହଣରେ ବିଳମ୍ବ ନେଇ ଭୋଟର୍‌ଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ଏହି ପଞ୍ଚାୟତରେ କିଛିଦିନ ପୂର୍ବେ ଗୁଳିକାଣ୍ଡ ହୋଇଥିବାରୁ ପୋଲିସ ପକ୍ଷରୁ ରବିବାର ସନ୍ଧ୍ୟାରେ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଥିଲା। ଉକ୍ତ ପଞ୍ଚାୟତ ଅତି ଉତ୍ତେଜନା ପ୍ରବଣ ହୋଇଥିବାବେଳେ ଇଭିଏମ୍‌ ଖରାପ ଯୋଗୁ ଭୋଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ବ୍ଲକ ପ୍ରଶାସନର ହସ୍ତକ୍ଷେପ ଫଳରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ରାମଚନ୍ଦ୍ରପୁର ପଞ୍ଚାୟତସ୍ଥ ସିଙ୍ଗରମାର ୨୨୪ ନଂ ବୁଥ୍‌ରେ ବାରମ୍ବାର ଇଭିଏମ୍‌ ଖରାପ ହେବାରୁ ଏଠାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ସନ୍ଧ୍ୟା ୬ଟା ପରେ ମଧ୍ୟ ବହୁ ଭୋଟର ମତଦାନ ପାଇଁ ଅପେକ୍ଷା କରିଥିବା ସୂଚନା ମିଳିଛି। ସବୁଠାରୁ ଅଧିକ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ ବଡପୋଖରିଆ ପଞ୍ଚାୟତସ୍ଥ ବୋଡଙ୍ଗରା ଗ୍ରାମର ୧୫୯ ନଂ ବୁଥ୍‌ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ଉଭୟ ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେବାରେ ଅସୁବିଧା ସୃଷ୍ଟି ହୋଇଥିଲା। ସେଠାରେ ଭୋଟଦାନ ପ୍ରକ୍ରିୟା ବନ୍ଦ ହୋଇଯିବାରୁ ଭୋଟରମାନେ ପୋଲିଂ ଅଫିସରଙ୍କୁ ଅଟକ ରଖିଥିବା ଖବର ମିଳିଛି । ଉଲ୍ଲେଖଯୋଗ୍ୟ, ଉକ୍ତ ଅଞ୍ଚଳରେ ଭାଜପା ଓ ବିଜେଡି ମଧ୍ୟରେ ହିଂସାକାଣ୍ଡଜନିତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ମଙ୍ଗୁଳି ଜେନାଙ୍କ ହତ୍ୟା ପରେ ସେଠାରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ରହିଛି। ବଡପାରୀ ପଞ୍ଚାୟତସ୍ଥ ୨୧୭ ନଂ ବୁଥ୍‌ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ନେଇ ଉଭୟ ପକ୍ଷରୁ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ପୋଲିଂ କର୍ମଚାରୀମାନେ ଉପଯୁକ୍ତ ପ୍ରଶିକ୍ଷଣ ପାଇ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ଟାଙ୍ଗୀ ପଞ୍ଚାୟତର ୨୧୨ ଓ ୨୧୩ ନଂ ବୁଥ୍‌ରେ ସନ୍ଧ୍ୟା ୭ଟା ପରେ ମଧ୍ୟ ସଂଖ୍ୟାଧିକ ଭୋଟର୍‌ ଧାଡିରେ ଠିଆ ହୋଇଥିଲେ। ସୁନ୍ଦରପୁର ପଞ୍ଚାୟତସ୍ଥ ଏକ ବୁଥ୍‌ରେ ଏକ ନିର୍ଦ୍ଦିଷ୍ଟ ଦଳର ନେତାମାନେ ପଶି ଭୋଟରମାନଙ୍କୁ ପ୍ରବର୍ତ୍ତାଉଥିଲେ। ଖବର ପାଇ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି କ୍ୟାମେରା ଧରି ସେଠାରେ ପହଞ୍ଚତ୍ତ୍ବାରୁ ନେତାମାନେ ଛତ୍ରଭଙ୍ଗ ଦେଇଥିଲେ। ଏ ସବୁ ସତ୍ତ୍ୱେ ଶାନ୍ତିଶୃଙ୍ଖଳାର ସହ ମତଦାନ ସରିଥିବା ବିଡିଓ ଭାସ୍କର ରଇତ ଓ ଟାଙ୍ଗୀ ଥାନା ଅଧିକାରୀ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଁ ରଖିଲେ ଚାଷୀ ପୁଅ: ନିଟ୍-ୟୁଜିରେ ସଫଳତା ହାସଲ କଲେ ବିସ୍ମୟ, ଡାକ୍ତର ହେବାର ସ୍ୱପ୍ନ…

ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ମାଣିକପୁର ଗ୍ରାମର ମେଧାବୀ ଛାତ୍ର ବିସ୍ମୟ ପଧାନ ଚଳିତ ବର୍ଷର ନିଟ୍-ୟୁଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri