ଟାଇଗରଙ୍କ କୁନି ପ୍ରଶଂସକ

ବମ୍ବେ: ଜଣେ କୁନି ପ୍ରଶଂସକଙ୍କୁ ନେଇ ଚର୍ଚ୍ଚାରେ ହିରୋପନ୍ତିର ଅଭିନେତା ଟାଇଗର ଶ୍ରଫ୍‌। ପ୍ରଶଂସକ ହେଉଛନ୍ତି ଆମେରିକାରେ ରହୁଥିବା ହିବା। ବୟସ ଏବେ ତାଙ୍କୁ ପାଞ୍ଚ ବର୍ଷ। ହେଲେ ଟାଇଗରଙ୍କୁ ବହୁତ ଭଲ ପାଆନ୍ତି ସେ। ହିବାଙ୍କ ମା’ ଟାଇଗରଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯାହାକୁ ଟାଇଗର ନିଜ ଆକାଉଣ୍ଟରେ ରିଟୁଇଟ୍‌ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି। ଟାଇଗର କହିଛନ୍ତି, ଏବେ ପର୍ଯ୍ୟନ୍ତ ସେ ଦେଖିଥିବା ଭିଡିଓ ଭିତରେ ଏହା ସବୁଠାରୁ ଶ୍ରେଷ୍ଠ। ହିବାଙ୍କୁ ତାଙ୍କ ତରଫରୁ ଆଲିଙ୍ଗନ କରି ଭଲପାଇବା ଦେବେ। ଆଶା କରୁଛି ତାଙ୍କୁ ଶୀଘ୍ର ଭେଟିବି।

 

ନବାଗତ ଭାବେ ବଲିଉଡ୍‌ରେ ପ୍ରବେଶ କରିବାର ପାଞ୍ଚ ବର୍ଷ ମଧ୍ୟରେ ନିଜ ସ୍ଥାନ ଜମାଇ ସାରିଲେଣି ଟାଇଗର। ଫିଲ୍ମ ‘ହିରୋପନ୍ତି’ ଜରିଆରେ ସେ ନିଜର ଡେବ୍ୟୁ କରିଥିଲେ। ଫିଲ୍ମଟି ସେତେଟା ସଫଳ ହୋଇ ନ ଥିଲେ ହେଁ ତାଙ୍କର ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା। ଫିଲ୍ମରେ ଟାଇଗରଙ୍କ ନୃତ୍ୟ ଓ ଆକ୍ସନ ଏକ ଭିନ୍ନ ଛାପ ଛାଡ଼ିଥିଲା। ଏହା ପରଠାରୁ ସେ ଅନେକ ହିଟ୍‌ ଫିଲ୍ମରେ କାମ କଲେଣି। ନିକଟରେ ଟାଇଗର-ହ୍ରିତିକ୍‌ଙ୍କ ଯୋଡ଼ି ‘ଓ୍ବାର’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଆଗାମୀ ଦିନରେ ସେ ଫିଲ୍ମ ‘ବାଗି-୩’ରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ କେବେ ଖୋଲିବ ହର୍ମୁଜ ପ୍ରଣାଳୀ? IRGC ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ରଖିଲା ଏହି ସର୍ତ୍ତ

ତେହରାନ,୧୨।୭: ପଶ୍ଚିମ ଏସିଆରେ ଇରାନ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ଜୀବନରେଖା ହର୍ମୁଜ ପ୍ରଣାଳୀ ସମ୍ପର୍କରେ…

‘ତାଙ୍କ ସ୍ବର ସର୍ବଦା ବଞ୍ଚି ରହିବ…’: କିମ୍ବଦନ୍ତୀ ଗାୟିକା ଏସ. ଜାନକୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ଏସ. ଜାନକୀ ଆମ୍ମାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି, ତାଙ୍କ ବିୟୋଗକୁ ସଙ୍ଗୀତ ଏବଂ ସଂସ୍କୃତି ଜଗତ…

ଏକ୍ସଟ୍ରା ଟାଇମରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ; ସେମିଫାଇନାଲରେ ପହଞ୍ଚିଲା Messiଙ୍କ ଦଳ

କାନସାସ ସିଟି,୧୨।୭: ମ୍ୟାଚ ଅତିରିକ୍ତ ସମୟରେ ଯିବା ସହିତ ଆର୍ଜେଣ୍ଟିନା ପ୍ରଶଂସକଙ୍କ ହୃଦୟ ଧଡ଼ଧଡ଼ ହବା ଆରମ୍ଭ ହୋଇଥିଲା। ଆର୍ଜେଣ୍ଟିନା ଦଶମ ମିନିଟରେ ପ୍ରଥମ ଗୋଲ ସ୍କୋର…

ଓଲଟିଲା ପିଆଜ ବୋଝେଇ ଟ୍ରକ୍‌, ଯିଏ ପାରିଲେ ମନଇଚ୍ଛା ବୋହିନେଲେ

କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସକାଳେ କେନ୍ଦୁଝର ଜିଲାର ଜୁଡ଼ିଆ ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ୨ ଜଣ ଆହତ ହୋଇଛନ୍ତି। ଉକ୍ତ ପିଆଜ…

ଉଦଳାରୁ ସମସ୍ତ ରୁଟ୍‌ରେ ବସ ଚଳାଚଳ ବନ୍ଦ

ଉଦଳା,୭।୧୨(ସନ୍ତୋଷ କୁମାର ବାଛିନ): ଉଦଳାରୁ ଆଜିଠାରୁ ସମସ୍ତ ରୁଟ୍‌କୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଉଦଳା ବସ…

ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ

କଟକ,୧୨ା୭: ମୁଣ୍ଡଳିରେ ପହଞ୍ଚିଛି ହୀରାକୁଦର ପ୍ରଥମ ବନ୍ୟାଜଳ। ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାର ତା’ର ୪ଟି ଗେଟ୍‌ ଖୋଲିଥିଲା। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ…

‘ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ’ – ଆମେରିକା ଧମକର ଜବାବ ଦେଇଛି ଇରାନ; ଜାଣନ୍ତୁ ହର୍ମୁଜ ବିଷୟରେ କ’ଣ କହିଛି

ତେହରାନ,୧୨।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ଇରାନ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଘୋଷଣା କରିଛି।…

ଇରାନ ଉପରେ ମାଡ଼ ହେଲା ୧୪୦ ମିଶାଇଲ

ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ପାଇଁ ପ୍ରତ୍ୟେକ ଆଶା ବାରମ୍ବାର ଧୂଆଁରେ ଉଠୁଥିବା ପରି ମନେ ହେଉଛି। କୌଣସି ଚୁକ୍ତି ଚୂଡ଼ାନ୍ତ ହେବା ପୂର୍ବରୁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri