Posted inTrending, ଖେଳ

ଟସ ଜିତିଲା ଟିମ ଇଣ୍ଡିଆ: ଶ୍ରେୟସ ଆୟରଙ୍କ ହାତରେ ଅଧିନାୟକ ଦାୟିତ୍ୱ,ବାଦ୍‌ ପଡ଼ିଲେ…

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ଆଜି ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଶୁବମନ ଗିଲଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଉଛନ୍ତି ଶ୍ରେୟସ ଆୟର। ଆଜିର ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି ଟିମ ଇଣ୍ଡିଆ।

ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ଭାରତ ୨-୦ରେ ଆଗୁଆ ରହିଛି। ତୃତୀୟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା। ତେଣୁ ଆଜିର ମ୍ୟାଚ୍‌ରେ ବିଜୟ ହାସଲ କଲେ ଭାରତ ସିରିଜ କବ୍ଜା କରିବ। ଅନ୍ୟପଟେ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିବା ପାଇଁ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ।

ଶୁବମନ ଗିଲ ଆଗାମୀ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ନିମନ୍ତେ ଦଳରୁ ବାହାରିଛନ୍ତି। ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ସେହିପରି ଈଶାନ କିଶନଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ଆଜିର ମ୍ୟାଚ୍‌ର କେଏଲ ରାହୁଲ ମଧ୍ୟ ଖେଳୁନାହାନ୍ତି। ଏପଟେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିବ।

ତୃତୀୟ ମ୍ୟାଚ ବର୍ଷା ଯୋଗୁ ଧୋଇଯାଇଥିବାରୁ ଆଜିର ମୁକାବିଲାକୁ ନେଇ ଉଭୟ ଦଳ ଆଶାବାଦୀ। ମାଉଣ୍ଟ ମାଉଙ୍ଗାନୁଇରେ ବର୍ଷାର ସାମାନ୍ୟ ଆଶଙ୍କା ରହିଥିଲେ ମଧ୍ୟ ଏହା ମ୍ୟାଚ୍‌ରେ ବଡ଼ ବାଧା ସୃଷ୍ଟି କରିବାର ସମ୍ଭାବନା କମ ରହିଛି।

ଭାରତ ଓ ନ୍ୟୁଜିଲାଣ୍ଡର ସମ୍ପୂର୍ଣ୍ଣ ଦଳ
ନ୍ୟୁଜିଲାଣ୍ଡ ଦଳ: ୱିଲ ୟଙ୍ଗ, ଫିନ ଆଲେନ, ନିକ କେଲି, ଟିମ ସିଫର୍ଟ (ଉଇକେଟ୍‌କିପର), ଡିନ ଫକ୍ସକ୍ରଫ୍ଟ, ମିଚେଲ ସାଣ୍ଟନର (ଅଧିନାୟକ), କାଇଲ ଜେମିସନ, କ୍ରିଷ୍ଟିଆନ କ୍ଲାର୍କ, ଜାକବ ଡଫି, ମାଥ୍ୟୁ ଫିସର, ମ୍ୟାଟ ହେନରୀ, ମାଇକେଲ ବ୍ରେସୱେଲ, ମିଚେଲ ହେ ଓ ବ୍ରେଟ ରାଣ୍ଡେଲ।

ଭାରତୀୟ ଦଳ: ରୋହିତ ଶର୍ମା, ଋତୁରାଜ ଗାଏକ୍ୱାଡ, ବିରାଟ କୋହଲି, ଶ୍ରେୟସ ଆୟର (ଅଧିନାୟକ), ଅକ୍ଷର ପଟେଲ, ଈଶାନ କିଶନ (ଉଇକେଟ୍‌କିପର), ନମନ ଧୀର, ଔକିବ ନବୀ, ଗୁରନୂର ବରାଡ଼, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ତିଳକ ବର୍ମା, କୁଲଦୀପ ଯାଦବ, କୁମାର କୁଶାଗ୍ର ଓ ଯଶ ଠାକୁର।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ସଡ଼କ ଦୁର୍ଘଟଣା; ୨୩ଟି ଗାଡ଼ି ମଧ୍ୟରେ ଧକ୍କା ୧୪ ଜଣଙ୍କ ମୃତ୍ୟୁ; ମୃତକଙ୍କ ମଧ୍ୟରେ ଅଛନ୍ତି ଭାରତୀୟ

ଆବୁ ଧାବି,୧୩।୧୧: ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ଫୁଜାଇରା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ନୂଆ ଇତିହାସ ଲେଖିଲେ ପାକିସ୍ତାନ ଖେଳାଳି: ଡେବ୍ୟୁ ମ୍ୟାଚ୍‌ରେ କଲେ କମାଲ୍‌

ରାୱଲପିଣ୍ଡି,୧୩।୧୦:ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିବା ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ। ହେଲେ କିଛି ଖେଳାଳି ନିଜର ପ୍ରଥମ ମ୍ୟାଚ୍‌ରେ ଏମିତି ପ୍ରଦର୍ଶନ କରନ୍ତି, ଯାହା କ୍ରିକେଟ ଇତିହାସରେ ସବୁଦିନ…

ଚାଇନା ମହିଳାଙ୍କ ପରେ ଆଉ ଜଣେ! ଏନଭିଡିଆ ସହ-ପ୍ରତିଷ୍ଠାତାଙ୍କ ତୃତୀୟ ସମ୍ପର୍କକୁ ନେଇ ଚର୍ଚ୍ଚା

ହଙ୍ଗକଙ୍ଗ,୧୩।୧୧: ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାତା କମ୍ପାନୀ ଏନଭିଡିଆ (Nvidia)ର ସହ-ପ୍ରତିଷ୍ଠାତା ଜେନସେନ୍‌ ହୁଆଙ୍ଗଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚାଇନାର ଜଣେ ମହିଳାଙ୍କ…

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବା ଠପ୍‌; ଲକ୍ଷ ଲକ୍ଷ ଉପଭୋକ୍ତା ଆଉଟଲୁକ (Outlook) ବ୍ୟବହାର କରିବାରେ ସମସ୍ୟା; OpenAI ଉପରେ ମଧ୍ୟ ପ୍ରଭାବ

ଓ୍ବାଶିଂଟନ,୧୩।୧୧: ଗୁରୁବାର ଏବଂ ଶୁକ୍ରବାର ସକାଳେ ଏକ ବୈଷୟିକ ତ୍ରୁଟି ଯୋଗୁ ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ଅନେକ ପ୍ରମୁଖ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଆଉଟଲୁକ (Outlook), ମାଇକ୍ରୋସଫ୍ଟ ଟିମ୍ସ…

୨ ନିଖୋଜ ଏସ୍‌ପିଓଙ୍କ ଗୁଳିବିଦ୍ଧ ମୃତଦେହ ଜବତ

ଜମ୍ମୁ,୧୩।୧୧(ପି.ଟି): ଜମ୍ମୁ-କଶ୍ମୀରର କିସ୍ତୱାଡ୍‌ ଜିଲାର ଦୁର୍ଗମ ଦଚ୍ଛନ ଅଞ୍ଚଳରୁ ନିଖୋଜ ହେବାର ଗୋଟିଏ ଦିନ ପରେ ଗୁରୁବାର ସକାଳେ ୨ଜଣ ସ୍ବତନ୍ତ୍ର ପୋଲିସ ଅଧିକାରୀ (ଏସ୍‌ପିଓ)ଙ୍କ ଗୁଳିବିଦ୍ଧ…

ପୁଅର ସ୍ୱପ୍ନ ପାଇଁ ଶୋ’ରୁମ୍‌ ବିକିଥିଲେ ବାପା, ଅଣ୍ଡର-୧୯ ଏସିଆ କପ୍‌ରେ ଚମକିଲେ ୧୭ ବର୍ଷୀୟ ଇଶାନ ସୁଦ୍‌

ନୂଆଦିଲ୍ଲୀ,୧୩।୧୧: ଅଣ୍ଡର-୧୯ ଏସିଆ କପ୍‌ ୨୦୨୬ରେ ଭାରତୀୟ ଯୁବ ଖେଳାଳିମାନେ ନିଜ ପ୍ରଦର୍ଶନ ବଳରେ ଚର୍ଚ୍ଚାରେ ରହିଛନ୍ତି । ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗଙ୍କ ବ୍ୟାଟିଂକୁ…

ନିର୍ଦ୍ଦିଷ୍ଟ ପ୍ରଶଂସକଙ୍କୁ କାହିଁକି ଅଟୋଗ୍ରାଫ ଦେବାକୁ ସିଧା ମନା କଲେ ବିରାଟ କୋହଲି? ଜାଣନ୍ତୁ ଏହାର ବଡ଼ କାରଣ, ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ’…

ମହଙ୍ଗା ହେବ ବସ ଯାତ୍ରା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୨।୧୧: ଏଣିକି ମହଙ୍ଗା ହେବ ବସ ଯାତ୍ରା। ଗୁରୁବାର ରାଜ୍ୟ ସରକାର ବସ ଭଡ଼ା ବୃଦ୍ଧି କରିଛନ୍ତି। ସବୁଠାରୁ ଅଧିକ ସ୍ଲିପର ଏସି କୋଚ ବସ ଭଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?