ଟଙ୍କାଏ ପାଇଁ ୧,୦୦୦ ଜରିମାନା

ବ୍ରହ୍ମପୁର ଅଫିସ,୨୩।୪: ଜଣେ ଗ୍ରାହକଙ୍କଠାରୁ ଆଦାୟ କରିଥିବା ୧ ଟଙ୍କା ସେବାକର ନ ଫେରାଇବା ଡାକ ବିଭାଗ ପାଇଁ ଏବେ ମହଙ୍ଗା ପଡିଛି। ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲା ଖାଉଟି ଅଦାଲତ ମାମଲାର ବିଚାର କରି ଡାକ ବିଭାଗକୁ ୧୦୦୦ ଟଙ୍କା ଜରିମନା ଦେବାକୁ ନିର୍ଦ୍ଦେଶ ଦେଇଛି।
ପ୍ରକାଶ ଯେ, ଶେରଗଡର ଶିବପ୍ରସାଦ ଷଡ଼ଙ୍ଗୀ ଜଣେ ଆଇନ ଛାତ୍ର । ସେ ଆରଟିଆଇ ଆବେଦନ ଦରଖାସ୍ତର ଉତ୍ତର ପାଇବା ପାଇଁ ୨୦୨୦ ଅଗଷ୍ଟ ୧୯ରେ ଭୁବନେଶ୍ୱରର ଏକ କାର୍ଯ୍ୟାଳୟକୁ ଶେରଗଡ ଡାକଘରେ ୧୦ ଟଙ୍କାର ମନି ଅର୍ଡର କରିଥିଲେ। ଡାକଘର ପକ୍ଷରୁ ସେବାକର ବାବଦକୁ ତାଙ୍କଠାରୁ ଅତିରିକ୍ତ ୧ ଟଙ୍କା ନିଆଯାଇଥିଲା। ସେହିକ୍ରମରେ ଶିବପ୍ରସାଦ ଡାକଘରେ ମୋଟ ୧୧ ଟଙ୍କା ଦେଇଥିଲେ। ହେଲେ ଶେରଗଡ ଡାକଘର କର୍ମଚାରୀ
ମନ ଅର୍ଡରଟି ବୁକ୍‌ କରିବା ସମୟରେ ପିନ୍‌ କୋଡ ଭୁଲ ଲେଖିଥିବାରୁ
ସେହି ମନି ଅର୍ଡର ଠିକଣା ସମୟରେ ଠିକ୍‌ ସ୍ଥାନରେ ପହଞ୍ଚି ନ ଥିଲା। ଏଥିଯୋଗୁ ତାଙ୍କୁ ସୂଚନା ଆବେଦନର ଉତ୍ତର ପାଇବାରେ ଅସୁବିଧା ହୋଇଥିଲା। ଏ ନେଇ ଶିବପ୍ରସାଦ ଅଭିଯୋଗ କରିବା ପରେ ଡାକବିଭାଗ ପକ୍ଷରୁ ତାଙ୍କୁ ମନି ଅର୍ଡର ବାବଦ ୧୦ ଟଙ୍କା ଫେରସ୍ତ କରାଯାଇଥିଲା। ହେଲେ ସେବାକର ବାବଦକୁ ଡାକ ଘର ପକ୍ଷରୁ ଯେଉଁ ୧ ଟଙ୍କା ନିଆଯାଇଥିଲା ତାହା ଫେରସ୍ତ କରାଯାଇନଥିଲା। ଏ ନେଇ ଶିବପ୍ରସାଦ ୨୦୨୦ ଅକ୍ଟୋବରରେ ଗଞ୍ଜାମ ଜିଲା ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଖାଉଟି ଅଦାଲତ ଏହି ମାମଲାର ଶୁଣାଣି ବେଳେ ଡାକ ଘର କର୍ତ୍ତୃପକ୍ଷଙ୍କଠାରୁ ଉତ୍ତର ଲୋଡିଥିଲେ। ଉଭୟ ପକ୍ଷଙ୍କ ଜବାବ ସୁଆଲ ଶୁଣିବା ପରେ ଖାଉଟି ଅଦାଲତ ନିଜ ରାୟରେ ଡାକ ବିଭାଗକୁ ୫୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମାମଲା ପରିଚାଳନା ବାବଦ ଆଉ ୫୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?