ଝାରସୁଗୁଡ଼ାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡା ଅଫିସ୍‌/ଲଖନପୁର,୧୪ା୯(ଡି.ଏନ୍‌.ଏ.):
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ବାଚନମଣ୍ଡଳୀ ଝାରସୁଗୁଡ଼ାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ମୁଖ୍ୟ ଚିକିସତ୍ାଳୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳାରୁ ଗୋଟିଏ ପରେ ଗୋଟିଏ ରୋଗୀଙ୍କ ଜୀବନହାନି ହେବାରେ ଲାଗିଛି। ଏହାର ପ୍ରତିବାଦରେ ଜିଲା ଭାଜପା ଯୁବମୋର୍ଚ୍ଚା ତରଫରୁ ଶୁକ୍ରବାର ମଧ୍ୟାହ୍ନରେ ଝାରସୁଗୁଡ଼ା ଶୁକ୍ରବାର ବଜାର ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ବଜାର ମୁଖ୍ୟ ମାର୍ଗଦେଇ ଷ୍ଟେଶନ୍‌ ଛକରେ ପହଞ୍ଚତ୍ଥିଲା। ସେଠାରେ ଭାଜପା ନେତା ଓ କର୍ମୀମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅପାରଗତାକୁ ଦାୟୀକରି ତାଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ପରିପେକ୍ଷୀରେ ସେମାନେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଦାସଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏଥିରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀନେଶ ଜୈନ, ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ବଲବିନ୍ଦର ସିଂହ, ସାଧାରଣ ସମ୍ପାଦକ ନୀଳାମ୍ବର ଦଣ୍ଡସେନା, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ବିଶ୍ୱଜିତ ଷଡଙ୍ଗୀ, ନରେଶ ନାୟକ, ସତ୍ୟନାରାୟଣ ବହିଦାର ପ୍ରମୁଖ ଶତାଧିକ ଦଳୀୟକର୍ମୀ ଉପସ୍ଥିତ ଥିଲେ।
ଗତ ବୁଧବାର ଜିଲା ମୁଖ୍ୟ ଚିକିସତ୍ାଳୟରେ ଚିକିସତ୍ା ଅବହେଳାରୁ ଲଇକେରା ବ୍ଲକ ଖୁଣ୍ଟାମାଲ ପଞ୍ଚାୟତ ଜାଲିମାଲ ଗ୍ରାମର କ୍ଷେତ୍ରମଣି କୁସୁମ(୩୦)ଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ମଧ୍ୟ ସ୍ବାସ୍ଥ୍ୟକର୍ମୀମାନେ ତାଙ୍କୁ ସାଲାଇନ୍‌ ଓ ଇଞ୍ଜେକ୍‌ସନ ଦେଇ ଚିକିସତ୍ା ଜାରି ରଖିଥିଲେ। ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌ ହେବାପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲାରେ ଏଭଳି ଦୁଃଖଦ ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ନିନ୍ଦା କରାଯାଇଥିଲା। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଦାସ ଝାରସୁଗୁଡା ଜିଲା ମୁଖ୍ୟ ଚିକିସତ୍ାଳୟର ଅତିରିକ୍ତ ମୁଖ୍ୟ ଚିକିସତ୍କଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଗତ ଜୁଲାଇ ୨୦ ତାରିଖରେ ଝାରସୁଗୁଡ଼ା ରେଳବାଇ କଲୋନୀ ବାସିନ୍ଦା ଶନି ଷଣ୍ଢଙ୍କ ୯ ମାସର ଶିଶୁପୁତ୍ର ସାହିଲ ଗରମ ଡାଲିରେ ପଡି ଆହତ ହୋଇଥିଲେ। ତାଙ୍କୁ ଚିକିସତ୍ା ପାଇଁ ପରିବାର ଲୋକ ଜିଲା ମୁଖ୍ୟ ଚିକିସତ୍ାଳୟରେ ଭର୍ତ୍ତି କରିଥିଲେ। ହେଲେ ପରେ ଚିକିସତ୍ା ଅବହେଳାରୁ ସାହିଲର ମୁତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଏ ଘଟଣାକୁ ନେଇ ସେ ସମୟରେ ଝାରସୁଗୁଡ଼ାରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ଝାରସୁଗୁଡ଼ାରେ ପହଞ୍ଚତ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୈନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ସ୍ବାସ୍ଥ୍ୟ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲାପରେ ଜିଲାବାସୀ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ଆସିବ ବୋଲି ଆଶା ବାନ୍ଧିଥିଲେ। ସରକାରଙ୍କ ତରଫରୁ ଝାରସୁଗୁଡ଼ାରେ ଜିଲା ମୁଖ୍ୟ ଚିକିସତ୍ାଳୟ ପାଇଁ ୬ ମହଲା କୋଠା ନିର୍ମାଣ କରାଯାଇଛି। ଏଠାରେ ଆବଶ୍ୟକ ଡାକ୍ତର, କର୍ମଚାରୀ, ଆଧୁନିକ ସ୍ବାସ୍ଥ୍ୟ ଉପକରଣ ଯନ୍ତ୍ରପାତି, ପାନୀୟଜଳ, ଲାଇଟ୍‌, ରାସ୍ତା ଆଦି ସୁବିଧା ସୁଯୋଗନାହିଁ। ଫଳରେ ମୁଖ୍ୟ ଚିକିସତ୍ାଳୟରେ ରୋଗୀସେବା ଦିନକୁଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ଆଗକୁ କଡ଼ା ଟକ୍କର: ମଜଭୁତ ହେଉଛି ଭାଜପା ସଙ୍ଗଠନ

ଝାରସୁଗୁଡ଼ା,୧୫ା୪ (ସଞ୍ଜୟ ମାଲି): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରବିବାର ଅନ୍ୟ ଦଳର ବହୁ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ...

ସୁରେଶ ପୂଜାରୀଙ୍କ ପ୍ରାର୍ଥୀତ୍ୱକୁ କର୍ମୀଙ୍କ ବିରୋଧ

ବ୍ରଜରାଜନଗର,୧୨ା୪(ବିଜୟ ବରାଡ଼): ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଲଖନପୁର ବ୍ଲକ ଓ ୧୯ଖଣ୍ଡ ମୌଜାର ଭାଜପା ସମର୍ଥକମାନେ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି।...

ବାହାରିଆ ପ୍ରାର୍ଥୀ କହି ହେଉଛି ବିରୋଧ

ବ୍ରଜରାଜନଗର,୭ା୪(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସକାଶେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି। ତିନି ଦଳର କର୍ମୀଙ୍କୁ...

ପୋଲିସ କବ୍‌ଜାରେ ଆନ୍ତଃ ଜିଲା ଜୁଆଡ଼ି ଗ୍ୟାଙ୍ଗ

ବ୍ରଜରାଜନଗର,୫ା୪(ବିଜୟ ବରାଡ଼)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ମଧୁପୁର ଜଙ୍ଗଲରୁ ଗୁରୁବାର ରାତିରେ ପୋଲିସ ଏକ ଆନ୍ତଃ ଜିଲା ଜୁଆଡ଼ି...

ଜାଣନ୍ତୁ ଦୀପାଳିଙ୍କୁ ପୁଣି ଟିକେଟ୍‌ ଦେବାର କାରଣ

ଝାରସୁଗୁଡ଼ା,୪ା୪(ସଞ୍ଜୟ ମାଲି): ବିଜୁ ଜନତା ଦଳ ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ବୁଧବାର ଘୋଷଣା କରିଛି।...

ଝାରସୁଗୁଡ଼ାରୁ ବିମାନ ଚଳାଚଳ ବନ୍ଦ କଲା ସ୍ପାଇସ୍‌‌ଜେଟ୍‌‌

ଭୁବନେଶ୍ୱର,୩୧।୩: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ପାଇସ୍‌‌ଜେଟ୍‌‌ ଝାରସୁଗୁଡ଼ାରୁ ଦିଲ୍ଲୀକୁ ଚଳାଚଳ କରୁଥିବା ସମସ୍ତ ବିମାନକୁ ଆଜିଠାରୁ ସମ୍ପୂର୍ଣ୍ଣ ରୂପେ ଅପସାରଣ କରିଛି। ଝାରସୁଗୁଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri