Posted inବରଗଡ଼

ଝାଟିମାଟି କୁରିଆରେ ବିତୁଛେ ଜୀବନ୍‌: ଆବାସ ଯୋଜନାରୁ ବଁଚିତ୍‌ ୮୦ ବଛ୍‌ରିଆ ବୁରୁଧ୍‌

ଅତାବିରା, ୭।୩ (ଡି.ଏନ୍‌.ଏ.)-କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ନିଅଁ। ସି ପରିବାରମାନକର ଲାଗି ପ୍ରଧାନମନ୍ତ୍ରୀ ଅବାସ, ଇନ୍ଦିରା ଅବାସ, ବିଜୁ ପକାଘର, ମୋ କୁଡ଼ିଆ ଲେଖେଁ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ଭିନେ ଭିନେ କାରନ୍‌ରୁ ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗଁ। ହରିଜନପଡ଼ାରେ।
ସୂଚନା ଅନ୍‌ସାରେ ଉଦେପୁର ହରିଜନ ପଡ଼ାର ବୁରୁଧ୍‌ କାନ୍ତି ଚାନ୍ଦ(୮୦)। ଆପ୍‌ନେ ଅନେକ ବଛର ହେଲା ଆରପାରକେ ଚାଲିଯାଇଛନ୍‌। ଇଆଡ଼େ ବୁରୁଧ୍‌କଁର ଛୁଆପିଲା ନାଇଁ। ଏନ୍‌ତାଥି ସେ ନିଜର ଭଂଗା ଦଦ୍‌ରା କୁରିଆରେ ବଡ଼ା ଗୁଲ୍‌ଗୁଲା ହେଇ ଏକଲିଆ ଜୀବନ୍‌ ବିତଉଛନ୍‌। ଦିହିପା ଖରାପ ହେଲେ ଡୁଂଗି ଦେଖ୍‌ବାକେ କେହି ନାଇଁ। ବୁରୁଧ୍‌ କାନ୍ତି ସରକାରୀ ସାହାଯ୍‌ ହିସାବେ ପଁଚେତ୍‌ରୁ ମାସିକ ୫ଶହ ଟଁକା ଭତା ପାଉଛନ୍‌। ଯେନ୍‌ଟା କି ସବୁକେ ନିଅଁଟ ହେଉଛେ। ଅନେକ ସମିଆରେ ସେ ଖାଏବାର ପିଇବାର ଲାଗି ପାଖ୍‌ପଡ଼ିଶାକର ଉପରେ ନିରଭର କରୁଥିବାର କହିଛନ୍‌। ଥାନୀଅ ପରଶାସନ ଇ ନିସାହା ବୁରୁଧ୍‌କୁଁ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ଘରଖଁଡ଼େ ଆର ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୩୫ କେ.ଜି. ଚାଉଲ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଦେଶଭଟିଲି ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ପ୍ରମୋଦ କୁମାର ଦାଶକୁଁ ପଚ୍‌ରାଲାରୁ ନିହାତି ଭାବେ ଇ ଦିଗେ ପଦକ୍ଷେପ ନିଆଯିବା। ଆବାସ ଯୋଜନାର ଲାଗି ତାକର ଲାଗେଲେସରମାନେ ବ୍ଲକକେ ଯାଇ ବୁରୁଧ୍‌କଁର ନଁାରେ ଆବେଦନ କରବାକେ ପଡ଼ବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ମାନବିକତାର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କଲେ ଡାକ୍ତର ଶଙ୍କର ରାମଚନ୍ଦାନି: ଦୁର୍ଗମ ଗାଁରେ…

ପଦ୍ମପୁର,୧୪ା୭(ପ୍ରଦୀପ୍ତ ଦାଶ ):ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’…

ହିତାଧିକାରୀଙ୍କୁ ପ୍ରାପ୍ୟ ନ ମିଳିଲେ ଆନ୍ଦୋଳନ: ସାଧୁ ନେପାକଙ୍କ ଧମକ

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ବ୍ଲକରେ ସରକାର ଘୋଷଣା କରିଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ହିତାଧିକାରୀଙ୍କ ପାଖକୁ ଠିକ୍‌ ଭାବେ ପହଞ୍ଚିପାରୁନାହିଁ। ଏଭଳି ଅଭିଯୋଗ ନେଇ ସୋମବାର ବରଗଡ଼ର ପୂର୍ବତନ…

ରାଜରାସ୍ତାରେ ରାହାଜାନି, ଲୋକଙ୍କୁ ସୁରକ୍ଷା ଚିନ୍ତା

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଅପରାଧ ଅନିୟନ୍ତ୍ରିତ ହୋଇପଡ଼ିଛି। ଅପରାଧୀମାନେ ସକ୍ରିୟ ହୋଇ ପଡ଼ିଛନ୍ତି। ପୋଲିସକୁ ମଧ୍ୟ ସେମାନଙ୍କର ଭୟ ନାହିଁ। ରାଜରାସ୍ତାରେ ରାହାଜାନି, ଲୁଟ୍‌ପାଟ୍‌ କରୁଛନ୍ତି। କେବଳ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ଗ୍ରୀଡ୍‌ ସବ୍‌ଷ୍ଟେଶନ ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ କୌଣସି ସ୍ଥାନରେ କିଛି…

ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟରେ ରବିବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୩୩/୧୧ କେ.ଭି କ୍ଷମତା ସମ୍ପନ୍ନ ନୂତନ ଗ୍ରୀଡ୍‌…

ଆଜି ବରଗଡ଼ ଆସୁଛନ୍ତି ଉପ ମୁଖ୍ୟମନ୍ତ୍ରୀ: ଏପଟେ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ରବିବାର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri