ଝଲସିବ ବାରାଣାସୀ ଗଙ୍ଗାଘାଟ

ପାର୍ବଣ ଋତୁରେ ମା’ଙ୍କ ଆଗମନ ପାଇଁ ରାଜଧାନୀରେ ଆରମ୍ଭ ହୋଇଗଲାଣି ପୂଜା ପ୍ରସ୍ତୁତି। କରୋନା ପାଇଁ ୨ ବର୍ଷ ହେବ କଟକଣାରେ କେବଳ ବିଧିରକ୍ଷା ପୂର୍ବକ ଦଶହରା ପାଳନ କରାଯାଉଥିଲା। ମାତ୍ର ଚଳିତ ଥର କଟକଣା ନ ଥିବାରୁ ଦେବୀ ଦୁର୍ଗାଙ୍କୁ ଆବାହନ କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର କରାଯାଇଛି। କିଏ କେମିତି ଓ କେତେ ସୁନ୍ଦର ଭାବେ ମା’ଙ୍କ ମୃଣ୍ମୟୀ ପ୍ରତିମା ଗଢିବ ଏବଂ ତୋରଣ ସଜାଇବ ସେନେଇ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ପୁରୁଣା ଷ୍ଟେଶନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତିି ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି କରାଯାଉଛି।

୧୪ ଟଙ୍କାରେ ଆରମ୍ଭ ହୋଇଥିଲା ଦୁର୍ଗାପୂଜା
୧୯୫୫ ମସିହାରେ ମାତ୍ର ୧୪ ଟଙ୍କା ବଜେଟ୍‌ରେ ଆରମ୍ଭ ହୋଇଥଲା ପୂଜା। ରସୁଲଗଡ଼, ଚକେଇସିଆଣି, ଝାରପଡା, ଲକ୍ଷ୍ମୀସାଗର, ବରଗଡ଼, କେସୁରା ଆଦି ୧୦ଖଣ୍ଡ ଗାଁକୁ ନେଇ ଷ୍ଟେସନ ବଜାର ପୂଜା କମିଟି ଆରମ୍ଭ ହୋଇଥିଲା। ସମୟକ୍ରମେ ଏ ସବୁ ଅଲଗା ହୋଇ ଭିନ୍ନ ଭିନ୍ନ ଭାବେ ମା’ଙ୍କ ପୂଜା କରୁଛନ୍ତି। ତେବେ ଷ୍ଟେସନ ବଜାର ପୂଜା କମିଟି ଚଳିତ ବର୍ଷ ୬୭ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷର ବଜେଟ୍‌ ୫୦ ଲକ୍ଷରୁ ଟଙ୍କାରୁ ଅଧିକ ରହିଛି। ଏଥର ପୂଜାରେ ଝଲମଲ କରିବ ଉତ୍ତରପ୍ରଦେଶ ବାରଣାସୀ ଗଙ୍ଗାଘାଟ। ଗଙ୍ଗା ନଦୀକୂଳର ଘାଟ ସହିତ ମଠ, ମନ୍ଦିର, କୋଠାବାଡ଼ି ଏବଂ ଧ୍ୟାନରତ ସାଧୁସନ୍ଥଙ୍କ ପ୍ରତିଛବି ଦେଖିବାକୁ ମିଳିବ। ଏଥିସହ ଆକର୍ଷଣ ସାଜିବ ବହୁ ପରିଚିତ ବିକ୍ରମ ବେତାଳର ଦୃଶ୍ୟ। ଏହା କୌଣସି ମୂର୍ତ୍ତି ବା ଯନ୍ତ୍ର ସାହାଯ୍ୟରେ ପରିବେଷଣ କରାଯିବ ନାହିଁ। ଜୀବନ୍ତ ବ୍ୟକ୍ତି ବିକ୍ରମ ଏବଂ ବେତାଳ ହୋଇ ଲାଇଭ୍‌ ଶୋ ଦେଖାଇବେ। ବେତାଳ କିପରି ଉଡିକି ଯିବ ପୁଣି ବିକ୍ରମ ପିଠିରେ ଆସି ଝୁଲିବ ଏ ସବୁର ବ୍ୟବସ୍ଥା ସ୍ବତନ୍ତ୍ର କ୍ରେନ୍‌ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସାହାଯ୍ୟରେ କରାଯିବ। ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ୨୪ଘଣ୍ଟିଆ ଶୋ’ କରାଯିବ। ଏଥିପାଇଁ ୧୫ ଦିନ ହେବ କାମ ଆରମ୍ଭ ହୋଇ ଗଲାଣି। ତୋରଣ ନିର୍ମାଣର ଦାୟିତ୍ୱ ଭୁବନେଶ୍ୱରର ଶିଳ୍ପୀ ସୁବାଷ ବେହେରା ନେଇଥିବାବେଳେ ମା’ଙ୍କ ପ୍ରତିମା ଗଢିବାର ଦାୟିତ୍ୱ ନେଇଛନ୍ତି କଟକ ଝାଞ୍ଜିରମଙ୍ଗଳା କାରୀଗର ରାଜୁ ମହାରଣା। ଚଳିତ ବର୍ଷ ମା’ଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତା ୧୬ ଫୁଟ ରଖାଯାଇଛି। କ୍ୱିଣ୍ଟାଲ ୧୫ କେଜି ରୂପା ଏବଂ ୭୫୦ ଗ୍ରାମ ସୁନାରେ ମା’ ଏବଂ ପାର୍ଶ୍ୱ ଦେବାଦେବୀ ସଜ୍ଜିତ ହେବେ। ୫ ଦିନ ପର୍ଯ୍ୟନ୍ତ ୪ରୁ ୫ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ। ଅଷ୍ଟମୀ ଦିନ ସ୍ବତନ୍ତ୍ର ଭାବେ ଦିନବେଳା ଅନାଥ ଶିଶୁମାନଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା ଏବଂ ସେମାନଙ୍କ ହାତରେ ଅଷ୍ଟମୀ ପୂଜା କରାଯିବ। ୫ରାତି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଚଳିତ ବର୍ଷ ପ୍ରବଳ ଟ୍ରାଫିକ୍‌ ଜାମ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ପ୍ରତିହତ କରିବା ପାଇଁ ସମିତି ପକ୍ଷରୁ ଶହେରୁ ଊର୍ଦ୍ଧ୍ୱ ଭଲ୍ୟୁଣ୍ଟରଙ୍କୁ ନିୟୋଜିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri