ନୂଆଁଖାଇ ସରିଲା, ଦାଦନ ଯିବାକୁ ସଜବାଜ

ସୋନପୁର, ୬।୯(ନି.ପ୍ର.): ଗଣପର୍ବ ନୂଆଁଖାଇ ଗତ ୧ତାରିଖରେ ସରିଛି। ସୁବର୍ଣ୍ଣପୁର ଜିଲାର କୃଷକ, ଗରିବ ଓ ଶ୍ରମଜୀବୀ ଖୁସି ମନାଇଛନ୍ତି। ଗଣପର୍ବ ପୂର୍ବରୁ ଦାଦନ ସର୍ଦ୍ଦାରମାନେ ଗାଁଗାଁ ବୁଲି ସେମାନଙ୍କୁ ଅଗ୍ରୀମ ଟଙ୍କା ଦେଇଥିଲେ। ନୂଆଁଖାଇ ପରେ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ କଥା ହୋଇଥିଲେ। ପ୍ରବାସୀ ଶ୍ରମିକଙ୍କ ହାତରେ ଏବେ କାମଧନ୍ଦା ନାହିଁ। ଏମ୍‌ଜିଏନ୍‌ଆରଇଜିଏସ୍‌ରେ ବନ୍ଧ, ପୋଖରୀ ଓ ଫାର୍ମପଣ୍ଡ କାମ ଶ୍ରମିକଙ୍କ ବଦଳରେ ମେଶିନରେ ହେଉଛି। ସେହିପରି ଜମି ମାଲିକଙ୍କ ପାଇଁ ଚାଷ କାର୍ଯ୍ୟ ଆଉ ଲାଭଜନକ ହୋଇ ରହିନାହିଁ। ତେଣୁ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାଁ ଗାଁରେ ଦାଦନ ଶ୍ରମିକ ମଧ୍ୟସ୍ଥ ଏବେ ମାତିଲେଣି। ଗାଁରେ ଡେରା ପକାଇ ସ୍ଥାନୀୟ ବେକାର ଯୁବକଙ୍କୁ ହାତ କରି ଶ୍ରମିକ ଯୋଗାଡରେ ସେମାନେ ବ୍ୟସ୍ତ ଅଛନ୍ତି। ଆଉ ଏକ ସପ୍ତାହ ପରେ ପେଟକୁ ଦାନା ଯୋଗାଡ ପାଇଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ, ମୁମ୍ବାଇ ଓ ତେଲଙ୍ଗାନା ଭଳି ରାଜ୍ୟକୁ ଶ୍ରମିକମାନେ ଦାଦନ ଖଟିଯିବେ। ନୂଆଁଖାଇ ପାଇଁ ରାଜ୍ୟ ବାହାରେ ଥିବା ଶ୍ରମିକ ଗାଁକୁ ଫେରିଥିଲେ। ଏଠାରେ କାମ ନ ଥିବାରୁ ସେମାନେ ହାତବାନ୍ଧି ବସିଛନ୍ତି। ଏଭଳି ଶ୍ରମିକ ମଧ୍ୟସ୍ଥଙ୍କ ଜାଲରେ ପଡୁଛନ୍ତି।
ସୁବର୍ଣ୍ଣପୁର ଜିଲାରେ ଦାଦନ ଚାଲାଣ ହୁଏନି ବୋଲି ଜିଲା ପ୍ରଶାସନ କହୁଥିଲା। ହେଲେ ଲକ୍‌ଡାଉନ୍‌ ସମୟରେ ଜିଲାର ୧୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଅନ୍ୟ ରାଜ୍ୟରୁ ଘରକୁ ଫେରିବା ପରେ ସତ ସାମନାକୁ ଆସିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ପଞ୍ଜିକୃତ ଦାଦନ ଶ୍ରମିକ ଥିଲେ ମାତ୍ର ୧୯ଜଣ। ଅନ୍ୟ ରାଜ୍ୟର ଶିଳ୍ପାନୁଷ୍ଠାନରେ କାମ କରୁଥିବା କୁଶଳୀ ଶ୍ରମିକଙ୍କ କାର୍ଯ୍ୟ ଦକ୍ଷତା ଅନୁସାରେ ଜିଲାରେ କର୍ମସଂସ୍ଥାନର ସୁଯୋଗ ନାହିଁ। ତେଣୁ ମଧ୍ୟସ୍ଥଙ୍କ ହାବୁଡରେ ପଡି ପୁଣି ୬ମାସ ଗାଁ ଛାଡି ଚାଲିଯିବାକୁ ଶ୍ରମିକ ପରିବାର ସଜବାଜ ହେଲେଣି। ଏପରିକି ଡୁଙ୍ଗୁରିପାଲି ଓ ବିନିକା ପରି ଜଳସେଚିତ ଅଞ୍ଚଳରୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ଅଣଜଳସେଚିତ ତରଭା, ସୋନପୁର, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଳକର ପରିସ୍ଥିତି ଜଟିଳ। ଏ ସମ୍ପର୍କରେ ତରଭା ବ୍ଲକ ସରଗଜ ପଞ୍ଚାୟତ ଜୁରାବନ୍ଧ ଗାଁର ରାମେଶ୍ୱର ସା(୪୦)ଙ୍କ ସହିତ କଥା ହୋଇଥିଲୁ । ସେ କହିଥିଲେ ଯେ, ତରଭା ବ୍ଲକ ଏକ ଅଣଜଳସେଚିତ ଅଞ୍ଚଳ। ଏଠାରେ ସରକାରୀ ଭାବେ କୌଣସି କାମ ମିଳୁନି। ତେଣୁ ଆମେ ଘରଦ୍ୱାର ପରିବାର ଛାଡି ବାହାରକୁ ଯାଉଛୁ। ଗତ ୫ ବର୍ଷ ହେବ ସେ ତାମିଲନାଡୁକୁ କାମ କରିବାକୁ ଯାଉଛନ୍ତି। ସେଠାରେ ଏକ ଚିଙ୍ଗୁଡି ଫାର୍ମରେ କାମ କରୁଛନ୍ତି। ଖାଇବା ରହିବା ସହ ମାସିକ ୧୨ ହଜାର ଟଙ୍କା ରୋଜଗାର ହେଉଛି। ତାଙ୍କ ସହିତ ଗ୍ରାମର ଅନ୍ୟ ଯୁବକମାନେ ସେଠାରେ କାମ କରୁଛନ୍ତି। ନୂଆଁଖାଇର ୭ରୁ ୮ ଦିନ ପୂର୍ବରୁ ଘରକୁ ଆସିଛନ୍ତି । ଏକ ସପ୍ତାହ ପରେ ପୁଣି କର୍ମକ୍ଷେତ୍ରକୁ ଯିବେ ବୋଲି କହିଛନ୍ତି ।
ଦାଦନ ଯିବା ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ ବ୍ୟବସ୍ଥା ରହିଛି। ଶ୍ରମିକମାନେ କେଉଁଠିକୁ କାମ କରିବାକୁ ଯିବେ, ସେଠାରେ କେତେଦିନ ରହିବେ ତାହାର ବିବରଣୀ ପ୍ରଶାସନ ନିକଟରେ ରହିବା କଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା କେଉଁ ପଞ୍ଚାୟତ କାର୍ଯ୍ୟାଳୟରେ କେତେ ଜଣ ଶ୍ରମିକ ରାଜ୍ୟ ବାହାରକୁ ଯିବା ପାଇଁ ନିଜ ନାମ ପଞ୍ଜିକରଣ କରାଇଛନ୍ତି ସେ ତଥ୍ୟ ପ୍ରଶାସନ ନିକଟରେ ନାହିଁ। କାର୍ଯ୍ୟବ୍ୟସ୍ତତା ଆଳରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଏହି କାର୍ଯ୍ୟ କରି ପାରୁ ନଥିବା ଆଳ ଦେଖାଉଛନ୍ତି। ଜିଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା କୁହନ୍ତି, ଅନ୍ୟ ରାଜ୍ୟକୁ ଦାଦନ ଯିବାକୁ ଆଗ୍ରହୀ ଶ୍ରମିକମାନେ ସ୍ବେଚ୍ଛାକୃତଭାବେ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ସେମାନଙ୍କ ନାମ ପଞ୍ଜିକରଣ କରିପାରିବେ। କିନ୍ତୁ ଆମ ନିକଟରେ ସେମିତି କୌଣସି ତଥ୍ୟ କିମ୍ବା ଆଗୁଆ ସୂଚନା ନଥିବା ଶ୍ରମ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri