ମାଲ୍‌ ପରିବହନରେ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳ ଶୀର୍ଷରେ

ଜଟଣୀ, ୬ା୯(ଡି.ଏନ୍‌.ଏ.):ପୂର୍ବତଟ ରେଲ୍‌ଓ୍ବେର ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳ ୨୦୨୨ ଅଗଷ୍ଟରେ ଭାରତୀୟ ରେଳ ମଧ୍ୟରେ ମାଲ୍‌ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି। ଅଗଷ୍ଟ ୨୦୨୨ରେ ଏହି ମଣ୍ଡଳ ୧୩.୨୭ ମିଲିୟନ୍‌ ଟନ୍‌ ମାଲ ପରିବହନ କରିଛି, ଯାହା ଗତବର୍ଷର ଅଗଷ୍ଟ-୨୦୨୧ରେ ଲୋଡିଂଠାରୁ ୧.୩୮% ଅଧିକ। ରାଜସ୍ବ ବାବଦ ୧୨୭୮ କୋଟି ଟଙ୍କା ଆୟ ହୋଇଛି। ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ୧ ଏପ୍ରିଲ୍‌-୨୦୨୨ରୁ ୩୧ ଅଗଷ୍ଟ-୨୦୨୨ ମଧ୍ୟରେ ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳ ମୋଟ ୬୩.୮୯ ମିଲିୟନ୍‌ ଟନ୍‌ ମାଲ୍‌ ଲୋଡ୍‌ ପରିବହନ କରିଛି। ୨୦୨୨-୨୩ ବର୍ଷ ସମନ୍ବିତ ଲୋଡିଂରେ ଭାରତୀୟ ରେଳବାଇରେ ତୃତୀୟ ସ୍ଥାନ ହାସଲ କରିଛି। ଅଗଷ୍ଟ ୨୦୨୨ରେ ତାଳଚେର, ପାରାଦୀପ, ଧାମରା, ମେରାମୁଣ୍ଡଳି ଆଦି ବିଭିନ୍ନ ଲୋଡିଂ ପଏଣ୍ଟରୁ ଡିଭିଜନ୍‌ ଦ୍ୱାରା ଦୈନିକ ହାରାହାରି ୧୧୬ ର଼୍ୟାକ୍‌ ମାଲ୍‌ ପରିବହନ କରାଯାଇଥିଲା। କୋଇଲା, ସାର, ସିମେଣ୍ଟ, କଞ୍ଚାମାଲ ଆଦି ବିଭିନ୍ନ ପାୱାର ହାଉସ୍‌, ଉତ୍ପାଦନକାରୀ କମ୍ପାନୀ, ଉତ୍ପାଦନ ୟୁନିଟ୍‌ ଏବଂ ଇଣ୍ଡଷ୍ଟ୍ରିଜ୍‌କୁ ପରିବହନ କରାଯାଇଛି। ଖୋର୍ଦ୍ଧାରୋଡ୍‌ ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରୟ ହିତାଧିକାରୀ ତଥା ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ କଞ୍ଚାମାଲ ପରିବହନରେ ଦିନରାତି ଉଦ୍ୟମ କରିଥିବା କର୍ମଚାରୀ ଏବଂ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ମାନ୍ୟତା ଦାବି ତେଜିଲା, ବରୁଣେଇରେ ପାଇକ ମେଳି

ଖୋର୍ଦ୍ଧା ଅଫିସ,୨୭ା୧୨: ୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଏବଂ ବରୁଣେଇ ପାଦଦେଶ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ସ୍ଥଳ ଜମି ଫ୍ରି...

ସୂକ୍ଷ୍ମ କଳାକୃତିରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା

ଖୋର୍ଦ୍ଧା ଅଫିସ,୨୪।୭: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୂକ୍ଷ୍ମ କଳାକୃତିରେ ଶୁଭେଚ୍ଛା ଜଣାଇଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ଗୋପୀନାଥପୁର ହାଟବଜାର ଅଞ୍ଚଳର ଶିଳ୍ପୀ ଏଲ୍‌. ଈଶ୍ୱର...

ବିଜେଡିରେ ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୭ା୩: ଖୋର୍ଦ୍ଧା ପୌର ନିର୍ବାଚନରେ ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କୁ ନେଇ ଦଳରେ ଅସନ୍ତୋଷ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ଗୋଳିିଆ ପାଣିରୁ ବିରୋଧୀ ଭାଜପା ଏବଂ...

୩୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୩।୧୦: ଖୋର୍ଦ୍ଧା ଅବକାରୀ ବିଭାଗର କର୍ମଚାରୀମାନେ ବଡ଼ବେରଣା ଗଁାରୁ ଗୁରୁବାର ପୂର୍ବାହ୍ନରେ ଚଢ଼ାଉକରି ୩୨ ଗା୍ରମ ବ୍ରାଉନସୁଗାର ଜବତ କରିଛନ୍ତି। ଏହି ଘଟଣାରେ...

ନବୀନାବାଗ ୭୨ଘଣ୍ଟା ଲାଗି ନିଷିଦ୍ଧାଞ୍ଚଳ

ଖୋର୍ଦ୍ଧା ଅଫିସ,୧୦ା୭: ଖୋର୍ଦ୍ଧା ଉପଖଣ୍ଡରେ ବୁଧବାର ୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବାଲୁଗାଁରୁ ୫, ଟାଙ୍ଗି ଓ ବାଲିପାଟଣାରୁ ଜଣେ ଲେଖାଏଁ ଚିହ୍ନଟ...

ଶୃଙ୍ଖଳିତ ମତଦାନକୁ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧୪ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ରୁ ୨୪ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣଠାରୁ ଗଣତି ପର୍ଯ୍ୟନ୍ତ...

ତ୍ରିକୋଣୀୟ ପ୍ରେମରୁ ହତ୍ୟା

ବାରଙ୍ଗ,୧ା୧(ଡି.ଏନ.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ବାରଙ୍ଗ ବଜାର ନିକଟରେ ଥିବା ଅର୍ଦ୍ଧର୍ନିମିତ କୋଠାଘରୁ ଜଣେ ଯୁବକଙ୍କ ମିଳିଥିବା ମୃତଦେହ ଘଟଣା ଉପରୁ ପର୍ଦ୍ଦାଫାଶ କରିଛି କମିଶନରେଟ...

ନନ୍ଦନକାନନରେ ଅଫଲାଇନ ଟିକଟ

ବାରଙ୍ଗ,୨।୩(ଡି.ଏନ୍‌.ଏ.): ନନ୍ଦନକାନନରେ ଅଫଲାଇନ ଟିକଟ ଓ ବଣଭୋଜିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତିା ନନ୍ଦନକାନନ ଉପନିର୍ଦ୍ଦେଶକ ଏ ନେଇ ସୂଚନା ଦେଇଛନ୍ତି । ଜାନୁୟାରୀ ୭ରୁ...

Advertisement
Archives

Model This Week